Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସାମାଜିକ ସୁରକ୍ଷା ସହିତ ଖବରକାଗଜ ବିକ୍ରେତାଙ୍କୁ ଶ୍ରମିକର ମାନ୍ୟତା ଦାବି

ସମ୍ବଲପୁର:ବର୍ତ୍ତମାନର ଇଲୋ୍ଟ୍ରୋନିକ୍ସ ଯୁଗରେ ସମ୍ବାଦ ପତ୍ର ବ୍ୟବସାୟ ଏକ କାଠିକାର ସମସ୍ୟା ପାଲଟିଛି। ଏହା ସତ୍ତ୍ୱେ ଖବର କାଗଜ ବିକ୍ରେତା ନିଜର ଅଧ୍ୟବସାୟ ଜାରି ରଖିବା ସତ୍ତ୍ୱେ ତାଙ୍କର ମୌଳିକ ସମସ୍ୟା ପ୍ରତି ଆଖି ମୁଜିଦେବା ଖବର କାଗଜ ଶିଳ୍ପ ପାଇଁ ଏକ ବିପତ୍ତି ପରି ଛିଡା ହୋଇଛି।ଏଭଳି ମତ ପ୍ରକାଶ ପାଇଛି ସମ୍ବଲପୁର ମହାନଗର ଖବରକାଗଜ ବିକ୍ରେତା ସଂଘର ଆଲୋଚନା ସଭାରେ।
ସମ୍ବଲପୁର ମହାନଗର ଖବରକାଗଜ ବିକ୍ରେତା ସଂଘ ଆନୁକୂଲ୍ୟରେ ବରିଷ୍ଠ ସଦସ୍ୟ ଦଶରଥ ଶର୍ମାଙ୍କ ସଭାପତିତ୍ବରେ ସାମ୍ବାଦିକ ଭବନଠାରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ସଂଘର ସମ୍ପାଦକ ସ୍ୱପ୍ନେଶ୍ଵର ସେନାପତି ପ୍ରାରମ୍ଭିକ ସୂଚନା ଦେବା ସହିତ ଖବରକାଗଜ ବିକ୍ରେତାଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ | ବରିଷ୍ଠ ଶ୍ରମିକ ନେତା ଗଦାଧର କୁଅଁର ଆଲୋଚନାଚକ୍ର ଉଦ୍‌ଘାଟନ କରିଥିଲେ। ସମ୍ବାଦିକ ବ୍ରଜମୋହନ ସାହୁ ସାମାଜିକ ଓ ବୈଦ୍ୟୁତିକ ଗଣମାଧ୍ୟମର ପ୍ରଚାର ହେତୁ ଖବରକାଗଜ ଶିଳ୍ପରେ ଉପଜୁଥ‌ିବା ସଂକଟ ବିଷୟରେ ଆଲୋଚନା କରିଥିଲେ | ସିଆଇଟିୟୁର ସମ୍ବଲପୁର ଜିଲ୍ଲା ସମ୍ପାଦକ ତ‌ଥା ପଶ୍ଚିମ ଓଡ଼ିଶା ବିଦ୍ଯୁତ ଶ୍ରମିକ ମହାସଂଘର ସାଧାରଣ ସମ୍ପାଦକ ଲଳିତ ପଟ୍ଟନାୟକ ଖବରକାଗଜ ବିକ୍ରେତାଙ୍କୁ ଶ୍ରମିକର ମାନ୍ୟତା ଓ ସାମାଜିକ ସୁରକ୍ଷା ପ୍ରଦାନ ନିମନ୍ତେ ଦାବି ଉପସ୍ଥାପନ କରିଥିଲେ | ବରଗଡ଼ ଖବରକାଗଜ ବିକ୍ରେତା ସଂଘର ସମ୍ପାଦକ ଅଚ୍ଯୁତ ତାଙ୍କ ବକ୍ତବ୍ୟରେ ଖବର କାଗଜ ବ୍ୟବସାୟରେ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିବା ସହ ଦାବି ହାସଲ ପାଇଁ ଏକତା ଲଢ଼େଇ ଉପରେ ଗୁରୁଦ୍ବାରୋପ କରିଥିଲେ । ଶ୍ରମିକ ନେତା ଶ୍ରୀ କୁଅଁର ସଂଘର ଅତୀତର କାର୍ଯ୍ୟକଳାପ ସଂଗ୍ରାମ ଉପରେ ସୂଚନା ଦେବା ସହ ସଭ୍ୟମାନଙ୍କ ଏକତା ଓ ସଂଘର ପଞ୍ଜୀକରଣ ବିଷୟରେ ଆଲୋଚନା କରିଥିଲ। ଆଲୋଚନାଚକ୍ରରେ ଖବରକାଗଜ ବିକ୍ରେତାଙ୍କୁ ଶ୍ରମିକର ମାନ୍ୟତା ତା ଦେଇ ବୀମା ବ୍ୟବସ୍ଥା କରିବା, ସାମାଜିକ ସୁରକ୍ଷା ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ କରିବା, କମିଶନ ପରିମାଣ ४०% ବୃଦ୍ଧି କରିବା , ଯୋତା, ଛତା, ରେନକୋଟ୍, ଶୀତକାଳୀନ ବସ୍ତ୍ର ଓ ସାଇକଲ ପ୍ରଦାନ କରିବା ଓ ପେନସନ୍‌ର ବ୍ୟବସ୍ଥା କରିବା ଆଦି ଦାବି ଉପସ୍ଥାପନ କରାଯାଇଥିଲା। ନୀଳାଚଳ ଯୋଶୀ, ଆନନ୍ଦ ଭୋଇ, ପ୍ରଶାନ୍ତ ନାୟକ, କୁଞ୍ଜ ବିହାରୀ ପଣ୍ଡା, ସୁଶୀଲ ଛୁରିଆ, ପ୍ରୀତମ ଦାସ, ସୁଶାନ୍ତ ନାୟକ ଜୟପ୍ରକାଶ କୁମାର, ଯୋଗେନ୍ଦ୍ର ସାହୁ ପ୍ରମୁଖ ବହୁ ଖବରକାଗଜ ବିକ୍ରେତା ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ