Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଉତ୍ସର୍ଗ ଅନୁଷ୍ଠାନ ର ୪୧ତମ ବାର୍ଷିକ ଉତ୍ସବ:ସମାଜସେବା ହିଁ ଉତ୍ସର୍ଗ ର ମୂଳ ମନ୍ତ୍ର

ସମ୍ବଲପୁର:ସମ୍ବଲପୁର ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଉତ୍ସର୍ଗର ୪୧ତମ ବାର୍ଷିକ ଉତ୍ସବ ମଙ୍ଗଳବାର ତପସ୍ୱିନୀ ପ୍ରେକ୍ଷାଳୟ ରେ ଆୟୋଜିତ ହୋଇଯାଇଛି। ଯାହାକି ସ୍ୱର୍ଗତ ସରୋଜ ଦାସ ଙ୍କୁ ଉତ୍ସର୍ଗ କରାଯାଇଥିଲା।

ଅନୁଷ୍ଠାନ ର ସଂଯୋଜକ ପ୍ରଶାନ୍ତ ପାଟଯୋଶୀ ଙ୍କର ସଭାପତିତ୍ୱ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବରେ ସମ୍ବଲପୁର ବିଧାୟକ ଜୟ ନାରୟଣ ମିଶ୍ର, ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଓ ଡି.ଏମ.ଇ.ଟି. ର ଅତିରିକ୍ତ ନିର୍ଦେଶକ ଡାକ୍ତର ଉମାକାନ୍ତ ଶତପଥି ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ l
କାର୍ଯ୍ୟକ୍ରମ ପ୍ରାରମ୍ଭ ରେ ଇଷ୍ଟଦେବୀ ମାଁ ସମଲେଶ୍ୱରୀ ଙ୍କୁ ପୂଜାର୍ଚନା କରାଯଇଥିଲା, ଏହି ସମୟରେ ସଭ୍ୟା ଗିରିଜା ଦେବୀ ଶ୍ଳୋକ ଆବୃତ୍ତି କରିଥିଲେ lଅନୁଷ୍ଠାନ ର ସଂଯୋଜକ ଶ୍ରୀ ପାଟ୍ଟଯୋଶୀ ପ୍ରରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ସଭାକାର୍ଯ୍ୟ ପରିଚାଳନା କରିଥିଲେ l ଅନୁଷ୍ଠାନ ର ବରିଷ୍ଠ ସଭ୍ୟ ଶିବନାରାୟଣ ଅତିଥି ପରିଚୟ ପ୍ରଦାନ କରିଥିଲେ l
ଉତ୍ସର୍ଗ ରକ୍ତଦାନ ଠୁ ଆରମ୍ଭ କରି ସଫେଇ କାର୍ଯ୍ୟକ୍ରମ, ସ୍ୱାସ୍ଥ୍ୟ ଉପଯୋଗୀ ସରଞ୍ଜାମ ଯୋଗାଣ, ରୋଗୀଙ୍କ ପାଇଁ ଆମ୍ବୁଲାନ୍ସ ସେବା, ଅକ୍ସିଜେନ ସାମଗ୍ରୀ ଯୋଗାଣ, ମୃତ୍ୟୁ ପରେ ଶରୀର ଦାନ ପ୍ରଭୃତି କାର୍ଯ୍ୟ କରିଆସୁଛି l ୧୯୮୪ରୁ ଆରମ୍ଭ ହୋଇ ୨୦୨୫ ମସିହା ଯାଏ ସମାଜ ପାଇଁ ସମାଜସେବା କରିଥିବା ବିଭିନ୍ନ ପ୍ରସଙ୍ଗ ର ଅନୁଭୂତି ଓ ବିଭିନ୍ନ ଉଦାହରଣ ଦେଇ ଉତ୍ସର୍ଗ ଅନୁଷ୍ଠାନର ପ୍ରତିଷ୍ଠାତା ସଭ୍ୟ ସୁଧୀର ପୂଜାରୀ ୪୦ ବର୍ଷର ଐତିହାସିକ ବିଜୟ ସମ୍ପର୍କରେ କହିଥିଲେ।
ଓଡିଶା ସରକାର ଙ୍କର ରାଜସ୍ବ ଓ ବିପର୍ଯୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସଭାରେ ଉପସ୍ଥିତ ଥିଲା ସତ୍ୱେ ଉଦ୍ୟୋକ୍ତା ସଭ୍ୟ ଭାବରେ ମଞ୍ଚ ସାମ୍ନା ରେ ଉପସ୍ଥିତ ରହିଥିଲେ।
ଏହି ଅବସରରେ ସମ୍ପୂର୍ଣ୍ଣ ଶରୀର ଦାନ କରିଥିବା ବ୍ୟକ୍ତି ସ୍ବର୍ଗତ ଈଶ୍ୱର ମାରଇ ଓ ସମାଜସେବୀ ଅଜୟ ଅଗ୍ରୱାଲ, ଯିଏ କରୋନା ସମୟରେ ୧୦୦ ଗୋଟି ଆକ୍ସିଜେନ ସିଲିଣ୍ଡର ଯୋଗେଇ ଦେଇଥିଲେ ସେମାନଙ୍କୁ ଅନୁଷ୍ଠାନ ପକ୍ଷରୁ ସ୍ବର୍ଗତ ଈଶ୍ୱର ମରାଇ ଙ୍କର ପରିବାର ଓ ସମାଜସେବୀ ଶ୍ରୀ ଅଗ୍ରୱାଲ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ଏହି କାର୍ଯ୍ୟକ୍ରମ କୁ ସଂଚାଳନ କରିଥିଲେ ଲକ୍ଷ୍ମଣ ପାଣିଗ୍ରାହୀ l ପରେ ପରେ ମଞ୍ଚ ତଳର ସ୍ୱର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଏଥିରେ ଉତ୍ସର୍ଗ ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ପରିସ୍ଥିତି ରେ ଉତ୍ସର୍ଗ ପକ୍ଷରୁ ନିସ୍ଵାର୍ଥପର ସେବା ପାଇଥିବା ପ୍ରମିଳା ମିଞ୍ଜ, ପ୍ରଶାନ୍ତ ବାବୁ ଓ ମୋତିଲାଲ ପୂଜାରୀ ପ୍ରମୁଖ ନିଜର ସ୍ମୃତି ଓ ଅନୁଭୂତି ବର୍ଣ୍ଣନା କରିଥିଲେ।

ମୁଖ୍ୟ ଅତିଥି ସମ୍ବଲପୁର ବିଧାୟକ ଶ୍ରୀ ମିଶ୍ର ଉତ୍ସର୍ଗ ର କାର୍ଯ୍ୟଶୈଳୀ କୁ ପ୍ରସଂଶା କରିବା ସହ କହିଲେ ଯେ, ଉତ୍ସର୍ଗ ସମାଜସେବା କ୍ଷେତ୍ରରେ ସମ୍ବଲପୁର ରେ ଏକ ଜାଗରଣ ସୃଷ୍ଟି କରିଛି lସମ୍ମାନିତ ଅତିଥି ସମ୍ବଲପୁର ର ଜିଲ୍ଲାପାଳ ଶ୍ରୀ ବୋନ୍ଦର କହିଲେ, ଯେ ଭୀମସାର ବୁର୍ଲା ରେ ବହୁତ ସଂଖ୍ୟା ରେ ରକ୍ତ ର ଆବଶ୍ୟକତା ରହିଛି, ସେଥିପାଇଁ ଉତ୍ସର୍ଗ ଓ ଅନ୍ୟ ଅନୁଷ୍ଠାନ ମାନେ କରୁଛନ୍ତି, ଆଶା କରିଥିଲେ ଯେ ଏହି ଅଭିଯାନ ଆଗକୁ ଭି ଜାରି ରହିବ।
ମୁଖ୍ୟବକ୍ତା ଭାବରେ ଯୋଗଦେଇ ଡି.ଏମ.ଇ.ଟି. ର ଅତିରିକ୍ତ ନିର୍ଦେଶକ ଡାକ୍ତର ଶତପଥି ଟିସୁ ଦାନ, ଅଙ୍ଗଦାନ ତଥା ସମ୍ପୂର୍ଣ୍ଣଶରୀର ଦାନ ବିଷୟରେ ବକ୍ତବ୍ୟ ରଖିଥିଲେ l ସେ କହିଲେ ଯେ, ଯେଭଳି ଭାବରେ ଏହି ପ୍ରକ୍ରିୟା ଆଜିର ଚିକିତ୍ସା ରେ ବ୍ୟାପକ ଭାବରେ ହେଲାଣି,ତଥାପି ଏହି ବିଷୟରେ ଆହୁରି ସଚେତନତା କାର୍ଯ୍ୟକ୍ରମ ଆୟୋଜକ ହେବା ଜରୁରୀ l ଏଥିସହ ଉତ୍ସର୍ଗ କୁ ଏହି ବିଶେଷ ଅଭିଯାନ ରେ କାର୍ଯ୍ୟକରୁଥିବାରୁ ଭୁୟସୀ ପ୍ରସଂଶା କରିଥିଲେ l ପରେ ସଭା ରେ ଉପସ୍ଥିତ ଅନେକ ସାମାଜିକ କର୍ମୀ ଡାକ୍ତର ଶତପଥି ଙ୍କୁ ଟିସୁ ଦାନ ଓ ଅଙ୍ଗ ଦାନ ସମ୍ପର୍କିତ ଅନେକ ପ୍ରଶ୍ନ ପଚାରିବା ସହ ବୁର୍ଲା ଭୀମସାର ର ସର୍ବାଙ୍ଗୀନ ଉନ୍ନତି କଳ୍ପେ ସହଯୋଗ କରିବାକୁ ଦାବୀ ଉପସ୍ଥାପନା କରିଥିଲେ l ଶେଷରେ ଅନୁଷ୍ଠାନ ର ବରିଷ୍ଠ ସଭ୍ୟ ହରିଶଙ୍କର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ l
ଏହି କାର୍ଯ୍ୟକ୍ରମ ରେ ଉତ୍ସର୍ଗ ସହ ଜଡିତ ଶତାଧିକ ବ୍ୟକ୍ତି ବିଶେଷ ଓ ସାମାଜିକ କର୍ମୀ ଉପସ୍ଥିତ ରହିଥିଲେ।