Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମେଣ୍ଢାବାହାଲ କୁ ନୂତନ ପଂଚାୟତ ଗଠନ ନେଇଜିଲ୍ଲାପାଲଙ୍କୁ ଭେଟି ଦାବି ଜଣାଇଲେ ୧୦ ଗାଁର ଲୋକ

ଜମନକିରା : ଜମନକିରା ବ୍ଲକ୍ ଚକୁଳିଆବାହାଲ ପଂଚାୟତର ୧୦ ଗୋଟି ଗାଁ ପଡ଼ାକୁ ନେଇ ମେଣ୍ଢାବାହାଲ କୁ ନୂତନ ପଂଚାୟତ ଗଠନ ନେଇ ଦାବି ଜଣାଇଲେ ଗ୍ରାମର ଲୋକ। ସୋମବାର ଚକୁଳିଆବାହାଲ ପଂଚାୟତ ଅଧୀନରେ ଥିବା ଡଙ୍ଗାପାଲ, ହାତୀବନ୍ଧା, କୁଟାରିମାଲ୍, ଘୁଘର୍, ହଦୋପଡ଼ା, ବୁରୋମାଲ, ମେଣ୍ଢାବାହାଲ, ବଡ଼ବାହାଲ, ମରାଲମାଲ୍, କର୍ଲାଘାଟି ପ୍ରଭୃତି ୧୦ ଗୋଟି ଗାଁ ପଡ଼ା ବାସିନ୍ଦା ସ୍ଥାନୀୟ ପଞ୍ଚାୟତ ସମିତି ସଭା ଗୃହରେ ଚାଲିଥିବା ଜିଲ୍ଲାପାଳ ଓ ଏସପିଙ୍କ ମିଳିତ ଯୁଗ୍ମ ଜନଶୁଣାଣିରେ ଜିଲ୍ଲାପାଳ ସିଦ୍ଧେଶ୍ଵର ବୋଳିରାମ ବୋନ୍ଦର୍ ଙ୍କୁ ଭେଟି ଏକ ସ୍ମାରକ ପତ୍ର ଦେବା ସହ ମେଣ୍ଢାବାହାଲ କୁ ନୂତନ ପଂଚାୟତ ଗଠନ ନେଇ ଦାବି ଜଣାଇଛନ୍ତି। ସେମାନେ ଦାବିରେ ଉଲ୍ଲେଖ କରିଛନ୍ତି ଯେ, ଚକୁଳିଆବାହାଲ ପଂଚାୟତ ଅଞ୍ଚଳ ୧୦ ଗୋଟି ଗାଁ ର ଜନସଂଖ୍ୟା ପ୍ରାୟ ୧୫ ଶହରୁ ୧୭ ଶହ ଥିବା ବେଳେ ପ୍ରାୟ ୯୦୦ ରୁ ହଜାରେ ମଧ୍ୟରେ ମୋଟ ଭୋଟର ସଂଖ୍ୟା ରହିଛି। ବର୍ତ୍ତମାନ ପରିସ୍ଥିତିରେ ଚକୁଲିଆବାହାଲ ପଂଚାୟତ ଅଫିସ୍ ଠାରୁ ପ୍ରାୟ ୮ ରୁ ୧୩ କିମି ଦୂରତା ଥିବା ବେଳେ ମଝିରେ ସମ୍ପୂର୍ଣ ଘାଟି ରାସ୍ତା ସାଙ୍ଗକୁ ସଂରକ୍ଷିତ ଜଙ୍ଗଲରେ ପରିପୂର୍ଣ୍ଣ ରହିଛି। ପ୍ରତି ବର୍ଷର ଅଧିକାଂଶ ସମୟ ବଣୁଆ ହାତୀଙ୍କ ଉପଦ୍ରବ ଲାଗି ରହିଥିବା ବେଳେ ଅନେକ ଧନ ଜୀବନ କ୍ଷତି ହେବାର ନଜିର ରହିଛି। ଜମନକିରା ବ୍ଲକ୍ ସୀମାନ୍ତ ଅଞ୍ଚଳ ହୋଇଥିବାରୁ ଉପାନ୍ତ ଅଞ୍ଚଳ ଭାବେ ଭ୍ରମ ସୃଷ୍ଟି କରି ସରକାରୀ ବାବୁଙ୍କ ଦୃଷ୍ଟି ଗୋଚର ବାହାରେ ରହୁଥିବାରୁ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ହୋଇ ନପାରି ଅବହେଳିତ ଅବସ୍ଥାରେ ପଡ଼ିରହିଛି। ପ୍ରଶାସନ ସମସ୍ତ ଅସୁବିଧାକୁ ଅନୁଧ୍ୟାନ କରି ବିଗତ ଦିନରେ ଧାନ ବିକ୍ରି ପାଇଁ ସ୍ବତନ୍ତ୍ର ମଣ୍ଡି, ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନ ପାଇଁ ଅସ୍ଥାୟୀ ବଣ୍ଟନ କେନ୍ଦ୍ର, ପିଡିଏସ ଚାଉଳ ବଣ୍ଟନ ପାଇଁ ଏକ ଅସ୍ଥାୟୀ ଉପକେନ୍ଦ୍ର ଖୋଲା ଯାଇଛି। ଅନେକ କାମ ପଞ୍ଚାୟତ ଅଫିସ୍ ଠାରେ ହେଉଥିବାରୁ ଜନସାଧାରଣଙ୍କୁ ବର୍ଷ ତମାମ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ରାଜ୍ୟ ସରକାରଙ୍କ ନୂଆ ପଞ୍ଚାୟତ ପୁନର୍ଗଠନ କାର୍ଯ୍ୟକ୍ରମରେ ଏହି ୧୦ ଗୋଟି ଗାଁକୁ ନେଇ ନୂଆ ମେଣ୍ଢାବାହାଲ ପଂଚାୟତ ସ୍ଥାପନ କରାଗଲେ ଅଞ୍ଚଳବାସୀଙ୍କ ସବୁ ଦିନ ଦୁର୍ଦ୍ଦଶା ଦୂର ହୋଇପାରିବ। ତେଣୁ କୌଣସି ପଦସ୍ଥ ଅଧିକାରୀ ତାଙ୍କ ଅଞ୍ଚଳର ବାସ୍ତବ ଚିତ୍ର କୁ ସରଜମିନ ତଦନ୍ତ ନ କରନ୍ତି ତା’ ହେଲେ ରାଜ୍ୟ ସରକାର ପ୍ରଦାନ କରୁଥିବା ମୌଳିକ ସୁବିଧା ସୁଯୋଗ ଫଳପ୍ରଦ ହେବାକୁ ଦୀର୍ଘ ଦଶନ୍ଧୀ ଲାଗିଯିବ ବୋଲି କୁହାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ