Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୋନ୍ଥା ବାତ୍ୟାରେ ଗଜପତି ଜିଲ୍ଲା ର କ୍ଷତିଗ୍ରସ୍ତ ଚାଷୀଙ୍କୁ ବର୍ତ୍ତମାନ ସୁଦ୍ଧା କ୍ଷତିପୂରଣ ବାବଦରେ କୌଣସି ସହାୟତା ମିଳିନାହିଁ

ପାରଳାଖେମୁଣ୍ଡି:୧୮/୧୧ (ଗରୁଡ ଧ୍ୱଜ ଚୌଧୁରୀ) ମୋନ୍ଥା ପ୍ରଭାବରେ ଗଜପତି ଜିଲ୍ଲାରେ ନାହିଁ ନ ଥିବା କ୍ଷୟକ୍ଷତି ଘଟିଛି. ଧାନ ଫସଲ ଅମଳ ସମୟରେ ଏହି ବାତ୍ୟା ହେବା ଯୋଗୁଁ ପାଚିଲା ଧାନ ବାତ୍ୟା ପାଣିରେ ଭିଜି ସମ୍ପୂର୍ଣ ଭାବେ ନଷ୍ଟ ହୋଇଯାଇଛି. ଏନେଇ ସରକାରୀ ଭାବେ ବିଭିନ୍ନ ଆକଳନ ଶେଷ ହୋଇଛି. ହେଲେ ବର୍ତ୍ତମାନ ସୁଦ୍ଧା ବାତ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ବାବଦରେ କୌଣସି ସହାୟତା ପ୍ରଦାନ କରାଯାଇନାହିଁ. ବାତ୍ୟା ପ୍ରଭାବରେ ଲଗାଣ ବର୍ଷା, ଭୁଷ୍କଳନ ହେବା ସହ ମାଟି ଅତଡା ଖସି ବହୁ ଧନ ଜୀବନ ନଷ୍ଟ ହୋଇଯାଇଥିବା ବେଳେ ବାତ୍ୟା ମୋନ୍ଥା ଦ୍ୱାରା ବ୍ୟାପକ ଫସଲର କ୍ଷତି ଘଟିଛି. ଧାରକାରଜ କାରି ବର୍ଷକର ଉପାର୍ଜନ ଉଜାଡି ଚାଲିଗଲା ବାତ୍ୟା ମନ୍ଥା ବର୍ତମାନ ଚାଷୀ ନିଜ ଆଖି ସାମନାରେ ନିଜ ଉଜୁଡା ଫସଲ ଦେଖିବାକୁ ବାଧ୍ୟ ହେଉଛି। ଏବେ ସରକାରୀ ସାହାୟତା ଏକମାତ୍ର ଭରଷା।ଗଜପତି ଜିଲ୍ଲାରେ ବାତ୍ୟା ମନ୍ଥାର ପ୍ରଭାବରେ ଜିଲ୍ଲାର ଆଭ୍ୟନ୍ତରିଣ ଆଦିବାସୀ ଅଞ୍ଚଳରେ ଛୋଟ ଚାଷୀ ଓ ଭାଗ ଚାଷୀଙ୍କ ଦୁର୍ଦଶା ବଢିଯାଇଛି। ବଡଚାଷୀ କ୍ଷତିକୁ କିଛିମାତ୍ର ସହ୍ୟ କରିପାରୁଛି କିନ୍ତୁ ଛୋଟ ଚାଷୀଙ୍କ ଅଣ୍ଟା ଭାଙ୍ଗିଯାଇଛି। ଧାରକରଜ କରି କିଛି ପାଇବାକୁ ଆଶା ରଖିଥିବା ଚାଷୀ ଏବେ ମୁଣ୍ଡରେ ହାତଦେଇ ବସିଛି। ଜିଲ୍ଲାରେ ୭ଗୋଟି ବ୍ଲକରେ ସରକାରୀ ଆକଳନ ଅନୁଯାୟୀ ୭୮୯.୩୬୦ ହେକ୍ଟର ଚାଷଜମି ପ୍ରଭାବିତ ହୋଇଥିବା ବେଳେ ୪୩୨.୦୨୦ ହେକ୍ଟର ଜମି ପାଇଁ କ୍ଷତି ପୂରଣ ପ୍ରଦାନ କରାଯିବ। ବହୁ ପରିମାଣରେ ଫସଲ ନଷ୍ଟ ହୋଇଥିବା ଯୋଗୁଁ ଅନେକ କ୍ଷୁଦ୍ର ଚାଷୀ ଓ ଭଗଚାଷି ଅଛନ୍ତି ତେବେ ଆଗକୁ ଋଣଭାର ଓ ନିଜ ପରିବାର କିଭଳି ଚଲାଇବେ ସେନେଇ ଚିନ୍ତାରେ ଚାଷୀ।ସରକାରୀ ସହାୟତା ଏକମାତ୍ର ଭରଷା ନଚେତ ସେମାନଙ୍କ ପାଖରେ ଆଉ କୌଣସି ବିକଳ୍ପ ନାହିଁ ବୋଲି ଅନେକ ଚାଷୀ ମତବ୍ୟକ୍ତ କରି କହିଛନ୍ତି ବର୍ତ୍ତମାନ ସୁଦ୍ଧା ବାତ୍ୟାରେ କ୍ଷତିଗ୍ରସ୍ତ ଫସଲର କୌଣସି କ୍ଷତିପୂରଣ କିମ୍ବା ସହାୟତା ପ୍ରଦାନ କରାଯାଇନାହିଁ. ତୁରନ୍ତ କ୍ଷତିପୂରଣ ପ୍ରଦାନ କରାଯାଉ ବୋଲି ଗଜପତିର ଚାଷୀମାନେ ଦାବି କରିଛନ୍ତି.

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories