Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଜୁଲାଇରେ ଲଞ୍ଚ୍ ହେବ ଚନ୍ଦ୍ରଯାନ-୩, ମହାକାଶରେ ସିଧା ରୁଷ ସହ ହେବ ମୁକାବିଲା

ନୂଆଦିଲ୍ଲୀ: ମହାକାଶ ଗବେଷଣା କ୍ଷେତ୍ରରେ ଭାରତ ତାର କ୍ଷମତା ବୃଦ୍ଧି କରିବା ସହ ଆଉ ଏକ ଉପଲବ୍ଧି ହାସଲ କରିବାର ନିକଟତର ହୋଇଛି। ଭାରତୀୟ ମହାକାଶ ଗବେଷଣାକାରୀ ସଂଗଠନ(ଇସ୍ରୋ) ଚନ୍ଦ୍ରଯାନ ୩ ଲଞ୍ଚ୍ କରିବାର ବହୁତ ନିକଟତର ହୋଇଛି। ଜୁଲାଇ ମଧ୍ୟ ଭାଗ ସୁଦ୍ଧା ସ୍ପେସକ୍ରାଫ୍ଟକୁ ଚନ୍ଦ୍ରର ଭୂପୃଷ୍ଠରେ ଅବତରଣ ପାଇଁ ଉତକ୍ଷେପଣ କରାଯିବାର ସମ୍ଭାବନା ରହିଛି। ଇସ୍ରୋ ୨୦୧୯ରେ ଚନ୍ଦ୍ରଯାନ ୨ ଲଞ୍ଚ୍ କରିଥିଲା।

ଜାତୀୟ ମହାକାଶ ଏଜେନ୍ସିର ଜନୈକ ବରିଷ୍ଠ ଅଧିକାରୀ କହିଛନ୍ତି, ଚନ୍ଦ୍ରଯାନ-୩ ମିଶନ ଜୁଲାଇ ଦ୍ଵିତୀୟ ସପ୍ତାହରେ ନିର୍ଦ୍ଧାରିତ କରାଯାଇଛି। ଜୁଲାଇ ୧୨ରେ ଏହାକୁ ଲଞ୍ଚ୍ କରାଯିବାର ସମ୍ଭାବନା ରହିଛି। ଚନ୍ଦ୍ରଯାନ-୩ ଲ୍ୟାଣ୍ଡର ଏବଂ ରୋଭରକୁ ନେଇ ଉତକ୍ଷେପଣ କରିବ ଏବଂ ଏହି ଦୁଇ ବୈଜ୍ଞାନିକ ଉପକରଣ ଚନ୍ଦ୍ରର ଭୂପୃଷ୍ଠରେ ଅବତରଣ କରିବ। ସେଠାକାର ପାଣିପାଗ ଏବଂ ପରିସ୍ଥିତି ଉପରେ ଏହା ଗବେଷଣା କରିବ।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଅନ୍ତରୀକ୍ଷ ଯାନ ଲୁନାର ସାଉଥ ପୋଲ୍ ନିକଟରେ ସଫ୍ଟ ଲ୍ୟାଣ୍ଡିଂର ଉଦ୍ୟମ କରିବ। କେବଳ ଏତିକି ନୁହେଁ ଚନ୍ଦ୍ରଯାନ ୩ର ମୁକାବିଲା ରୁଷି ଯାନ ଲୁନା ୨୫ ସହିତ ହେବ। ଲୁନା ୨୫କୁ ଜୁଲାଇ ୧୩ରେ ଉତକ୍ଷେପଣ କରାଯିବାକୁ ପ୍ରସ୍ତୁତି କରାଯାଉଛି।

ଏହି ମିଶନର ଉଦ୍ଦେଶ୍ୟ
ଚନ୍ଦ୍ରଯାନ-୩ ଚନ୍ଦ୍ରର ଭୂପୃଷ୍ଠରେ ସୁରକ୍ଷିତ ଲ୍ୟାଣ୍ଡିଂ ଏବଂ ସେଠାରେ ବୁଲିବାର କୌଶଳ ପ୍ରଦର୍ଶନ କରିବ। ଇସ୍ରୋ ପ୍ରମୁଖ ଏସ ସୋମନାଥ ନିକଟରେ କହିଥିଲେ, ଚନ୍ଦ୍ରଯାନ ୩ର ମୁଖ୍ୟ ଉଦ୍ଦେଶ୍ୟ ଲ୍ୟାଣ୍ଡିଂ। ଏଥିପାଇଁ ବହୁତ ପରିଶ୍ରମ କରାଯାଇଛି। ଚନ୍ଦ୍ରଯାନ-୨ର ବିଫଳତାକୁ ଏଥର ଏଡ଼ାଇବା ପାଇଁ ସବୁ ଦିଗରୁ ପ୍ରସ୍ତୁତ କରାଯାଇଥିବା ଇସ୍ରୋ ଅଧ୍ୟକ୍ଷ କହିଛନ୍ତି।