Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

‘ଆପଣଙ୍କ ନିର୍ଣ୍ଣୟକୁ ସ୍ଵାଗତ କରୁଛି ବୁଆ ! ବାସ୍ ଆପଣ ଶେଷ ନିଃଶ୍ଵାସ ପର୍ଯ୍ୟନ୍ତ ନିଜ ନିଷ୍ପତ୍ତିରେ ଅଟଳ ରହିବେ’

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହବୁବା ମୁଫତିଙ୍କ ଟିପ୍ପଣୀ ଉପରେ ଆକ୍ଷେପ କରିଛନ୍ତି କୁମାର ବିଶ୍ଵାସ। ସେ କହିଛନ୍ତି, ଆପଣଙ୍କ ନିର୍ଣ୍ଣୟକୁ ମୁଁ ହୃଦୟତାର ସହ ସ୍ଵାଗତ କରୁଛି ବୁଆ। ବାସ୍ ଆପଣ ନିଜର ଏହି ନିର୍ଣ୍ଣୟ ଉପରେ ଅନ୍ତିମ ନିଃଶ୍ଵାସ ପର୍ଯ୍ୟନ୍ତ ଅଟଳ ରୁହନ୍ତୁ।

ବେଙ୍ଗାଲୁରୁରେ ରବିବାର ପିଡିପି ମୁଖ୍ୟ ମେହବୁବା ମୁଫତି ମୋଦୀ ସରକାରଙ୍କୁ ଟାର୍ଗେଟ୍ କରିଥିଲେ। ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ କହିଥିଲେ, ଯେ ପର୍ଯ୍ୟନ୍ତ ଜମ୍ମୁ-କାଶ୍ମୀରରେ ଧାରା ୩୭୦ ପୁନର୍ବାର ଲାଗୁ ନକରାଯାଇଛି, ସେ ପର୍ଯ୍ୟନ୍ତ ସେ ନିର୍ବାଚନ ଲଢିବେ ନାହିଁ। କିନ୍ତୁ ତାଙ୍କ ପାର୍ଟି ନିର୍ବାଚନ ଲଢିବ। ମେହବୁବା ଏହା ମଧ୍ୟ କହିଥିଲେ, ଜମ୍ମୁ-କାଶ୍ମୀରକୁ ସ୍ଵତନ୍ତ୍ର ରାଜ୍ୟ ମାନ୍ୟତା ସଂଘବାଦର ସବୁଠୁ ଉତ୍କୃଷ୍ଟ ଉଦାହରଣ ଥିଲା। ମାତ୍ର ଅନୁଚ୍ଛେଦ ୩୭୦କୁ ଉଚ୍ଛେଦ କରି ରାଜ୍ୟକୁ ବିଭାଜନ କରାଗଲା। ଏବେ ଜମ୍ମୁ-କାଶ୍ମୀର ମାମଲାରେ ଚୀନ ବି ହସ୍ତକ୍ଷେପ କଲାଣି, ଯାହା ପ୍ରଥମେ କେବଳ ପାକିସ୍ତାନ କରୁଥିଲା।

କାଶ୍ମୀରବାସୀ ଆପଣଙ୍କ ବଳିଦାନକୁ ସର୍ବଦା ମନେ ରଖିବ
ମେହବୁବା ମୁଫତିଙ୍କ ଏହି ବୟାନ ଉପରେ ଡାକ୍ତର କୁମାର ବିଶ୍ଵାସ କଟାକ୍ଷ କରି କହିଛନ୍ତି, ଆପଣଙ୍କ ଏହି ନିର୍ଣ୍ଣୟକୁ ମୁଁ ହୃଦୟରୁ ସ୍ଵାଗତ କରୁଛି। ବାସ୍ ଆପଣ କେବଳ ଶେଷ ନିଃଶ୍ଵାସ ପର୍ଯ୍ୟନ୍ତ ନିଜର ଏହି ନିଷ୍ପତ୍ତିରେ ଅଟଳ ରହିବେ। ଆପଣ ନିଜ ପିଲାଙ୍କୁ ମଧ୍ୟ କହିବେ ଯେ, ସେମାନେ ଏହି ନିର୍ଣ୍ଣୟକୁ ଆଗକୁ ନେଇ ଯିବେ। କାଶ୍ମୀରର ଉନ୍ନତି ପାଇଁ ଆପଣଙ୍କର ଏବଂ ଆପଣଙ୍କ ପରି ଦୁଇ ପରିବାରଙ୍କ ଜୀବନସ ସାରା ଅଦ୍ଭୁତପୂର୍ବ ବଳିଦାନକୁ କାଶ୍ମୀରବାସୀ ସର୍ବଦା ମନେ ରଖିବେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ