Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସଙ୍କଟ ସମୟରେ ନେଇଥିଲେ ଦୁନିଆର ନେତୃତ୍ଵ, ପିଏମ ମୋଦୀଙ୍କୁ ସର୍ବୋଚ୍ଚ ସମ୍ମାନ ଦେଲେ ୨ ଦେଶ

ନୂଆଦିଲ୍ଲୀ: ଜି-୭ ଏବଂ କ୍ଵାଡ୍ ବୈଠକରେ ଭାରତର ଉପସ୍ଥିତିକୁ ଜାହିର କରିବା ପରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ୨ଟି ଦେଶ ସେମାନଙ୍କର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପାପୁଆ ନ୍ୟୁ ଗିନି ଏବଂ ଫିଜି ବୈଶ୍ଵିକ ନେତୃତ୍ଵ ପାଇଁ ଏହି ସମ୍ମାନ ପ୍ରଦାନ କରିଛନ୍ତି। ଏହି ଦେଶ ସ୍ଵୀକାର କରିଛନ୍ତି ଯେ, ପିଏମ ମୋଦୀ ସଙ୍କଟ ସମୟରେ ଦୁନିଆର ନେତୃତ୍ଵ ନେଇଛନ୍ତି। କରୋନା ସମୟରେ ଅନେକ ଦେଶକୁ ସମ୍ଭାଳିଛନ୍ତି। ଏହା ପୂର୍ବରୁ ଜି-୭ ବୈଠକରେ ଆମେରିକା ରାଷ୍ଟ୍ରପତି ଚାଲି ଚାଲି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଚେୟାର ନିକଟକୁ ଭେଟିବାକୁ ଚାଲି ଆସିଥିଲେ।

ଦୁନିଆର ଅନେକ ଦେଶରେ ନିଜ ପ୍ରତିଭା ଏବଂ ସାମର୍ଥ୍ୟର ନିଦର୍ଶନ ଦେଇ ସାରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫିଜି ଏବଂ ପାପୁଆ ନ୍ୟୁ ଗିନି ନିଜ ଦେଶର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କରିଛନ୍ତି। ପିଏମ ମୋଦୀ ଦ୍ଵିପାକ୍ଷିକ ସଂପର୍କକୁ ମଜବୁତ କରିବା ପାଇଁ ଭାରତ ଏବଂ ୧୪ ପ୍ରଶାନ୍ତ ଦ୍ଵୀପ ଦେଶଗୁଡ଼ିକ ମଧ୍ୟରେ ମହତ୍ଵପୂର୍ଣ୍ଣ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ନିଜର ପ୍ରଥମ ଯାତ୍ରାରେ ରବିବାର ପାପୁଆ ନ୍ୟୁ ଗିନି ପହଞ୍ଚିଥିଲେ। ବୈଠକ ପରେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଶାନ୍ତ କ୍ଷେତ୍ରର ଅନେକ ଦେଶର ନେତାଙ୍କୁ ଭେଟି ବନ୍ଧୁତ୍ଵକୁ ଆଉ ଗୋଟିଏ ପାଦ ଆଗକୁ ନେଇଛନ୍ତି। ଏହି ସମୟରେ ଫିଜିର ପ୍ରଧାନମନ୍ତ୍ରୀ ଷ୍ଟିଫନ ରାବୁକା ଏବଂ ପାପୁଆ ନ୍ୟୁଗିନିର ପ୍ରଧାନମନ୍ତ୍ରୀ ଜେମ୍ସ ମରାପେ ନିଜ ନିଜ ଦେଶର ସର୍ବୋଚ୍ଚ ସମ୍ମାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମ୍ମାନିତ କରିଛନ୍ତି।