Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଜପତି ସିଜିଏମ କୋୖର୍ଟର ରାୟ…. ଜାଲିଆତି, ଠକେଇ, ମିଥ୍ୟା ଦଲିଲ ପ୍ରସ୍ତୁତ କରିବା ମାମଲାରେ ଅଭିଯୁକ୍ତଙ୍କୁ ୫ ବର୍ଷ କାରାଦଣ୍ଡ

ପାରଳାଖେମୁଣ୍ଡି:୨୦/୧୧(ଗରୁଡ ଧ୍ୱଜ ଚୌଧୁରୀ) ଗଜପତି ସିଜିଏମ କୋୖର୍ଟର ରାୟରେ ଜାଲିଆତି, ଠକେଇ, ମିଥ୍ୟା ଦଲିଲ ପ୍ରସ୍ତୁତ କରିବା ମାମଲାରେ ଜଣେ ଅଭିଯୁକ୍ତଙ୍କୁ ୫ ବର୍ଷ କାରାଦଣ୍ଡ ଦିଆଯାଇଥିବା ଜଣା ପଡିଛି. ସୂଚନାଯୋଗ୍ୟ, ତା ୨୧-୦୫-୨୦୧୫ ରିଖ ଦିନ ଲାବନ୍ୟଗଡ଼ସ୍ଥିତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ତତ୍କାଳୀନ ବ୍ରାଞ୍ଚ ମ୍ୟାନେଜର ଲାବନ୍ୟଗଡ଼ର ରମେଶ ଚନ୍ଦ୍ର ଦଳପତିଙ୍କ ବିରୁଦ୍ଧରେ ଏକ ସଙ୍ଗିନ ଅଭିଯୋଗ ଆଣିଥିଲେ। ଏହି ଅଭିଯୋଗ ମୁତାବକ ଅଭିଯୁକ୍ତଜଣଙ୍କ ଜାଲିଆତି, ଠକେଇ ଭଳି କାର୍ଯ୍ୟ କରି ୧୦କୋଟି ଟଙ୍କାର ଏକ ମିଥ୍ୟା ଚେକର ଦଲିଲ ପ୍ରସ୍ତୁତ କରିଛନ୍ତି ଓ ପଇସା ଉଠାଇବାକୁ ଚାହୁଁଛନ୍ତି। ପରେ ଜଣା ପଡିଲା ଯେ, ସେହି ଚେକ ଆଉ ଜଣଙ୍କ ନାମରେ ଆଗରୁ ରହିଛି ଓ ଅଭିଯୁକ୍ତ ଜଣଙ୍କ ଉକ୍ତ କମ୍ପାନୀ ନାମରେ ଜାଲିଆତି କରି ପଇସା ଦେଣନେଣ କରିବାକୁ ଚାହୁଁଥିଲେ। ତେଣୁ ଏ ନେଇ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ତତ୍କାଳୀନ ବ୍ରାଞ୍ଚ ମ୍ୟାନେଜର ମଦନ ମୋହନ ମହାପାତ୍ର ଗାରାବନ୍ଧ ଥାନାରେ ସେ ସମୟରେ ମାମଲା ନମ୍ବର ୨୪ ରେ ଏକ ମାମଲା ଉକ୍ତ ଅଭିଯୁକ୍ତଙ୍କ ବିରୁଦ୍ଧରେ ରୁଜୁ କରିଥିଲେ ଓ ତତ୍କାଳୀନ ଇନ୍ସପେକ୍ଟର ଚାନ୍ଦମଣି ସିଂ, ପ୍ରଶାନ୍ତ କୁମାର ବେହେରା ତଥା ପ୍ରଶାନ୍ତ ଭୂପତି ଉକ୍ତ ମାମଲାର ତଦନ୍ତ କରି ଉକ୍ତ ଆସାମୀଙ୍କୁ କୋର୍ଟ ଚାଲାଣ କରିଥିଲେ। ୧୨ଜଣ ସାକ୍ଷୀଙ୍କ ବଳିଷ୍ଠ ବୟାନ ତଥା ବିଭିନ୍ନ ପ୍ରମାଣକୁ ଭିତ୍ତି କରି ଏହି ସମ୍ବେଦନଶୀଳ ମାମଲାର ଶୁଣାଣି କରି ମାନ୍ୟବର ସିଜେଏମ୍ ତଥା ଆସିଷ୍ଟାଣ୍ଟ ସେସନ ଜଜ ଶ୍ରୀ ନରୋତ୍ତମ ସେଠୀ ଭାରତୀୟ ପିଙ୍ଗଳ କୋଡ଼ର ଧାରା ୪୬୭ ଅନୁଯାୟୀ ୫ବର୍ଷ କାରାଦଣ୍ଡ ସହ ଏକ ଲକ୍ଷଟଙ୍କାର ଜୋରିମାନା ତଥା ଧାରା ୪୨୦ ଓ ୫୧୧ ରେ ୧ବର୍ଷ ତଥା ୧୦୦୦୦ ଟଙ୍କାର ଟଙ୍କା ଜୋରିମାନାରେ ଉକ୍ତ ଅଭିଯୁକ୍ତଙ୍କୁ ଦଣ୍ଡିତ କରିଛନ୍ତି। ଜୋରିମାନା ଅନାଦେୟ ଅଧିକ କାରାଦଣ୍ଡ ଭୋଗ କରିବା ନିମନ୍ତେ ବିଚାରପତି ନିଜର ରାୟରେ ଉଲ୍ଲେଖ କରିଛନ୍ତି। ସରକାରଙ୍କ ପକ୍ଷରୁ ଏପିପି ଶ୍ରୀ ଆର. ଉଦୟ ଚନ୍ଦ୍ର ରାଓ ଏହି ମାମଲାର ସଫଳ ପରିଚାଳନା କରିଥିବାର ଖବର ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର ସୂଚନା ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories

10 ବର୍ଷର ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ, ଯୁବକ ଗିରଫପାରଳାଖେମୁଣ୍ଡି, 14/1 (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସହରରେ ଏକ ଲଜ୍ଜ୍ୟା ଜନକ ଘଟଣା ଘଟିଛି। ଜଣେ ଦଶ ବର୍ଷୀୟ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ କରି ଜଣେ ୩୫ ବର୍ଷୀୟ ଯୁବକ ଗିରଫ ହୋଇଥିବାର ଜଣାପଡିଛି। ସହରର ଜଙ୍ଗମ ସାହି ରେ ଏପରି ଲଜ୍ଜ୍ୟା ଘଟଣା ଘଟିଛି। ପାରଳାଖେମୁଣ୍ଡି ଆଦର୍ଶ ଥାନା ପୁଲିସ ସୂତ୍ରରୁ ପ୍ରକାଶ ଯେ, ସୋମବାର ଦିନ ନାବାଳିକାଙ୍କ ମାତା ପିତା ଉଭୟ ଦମ୍ପତି କାମକୁ ଯାଇଥିଲେ । ଏହି ସମୟରେ ଝିଅଟିଏ ଏକୁଟିଆ ରହି ଘରେ ଖେଳୁଥିଲା । ସେହି ସମୟରେ ପାଇଲୁ ରବି ନାମକ ଜଣେ ଯୁବକ ତାଙ୍କ ଘରେ ପ୍ରବେଶ କରିଥିଲେ। ନାବାଳିକା ଝିଅଟିକୁ ଏକୁଟିଆ ପାଇ ଅଭିଯୁକ୍ତ ଜଣକ ମନ୍ଦ ଉଦ୍ଦେଶ୍ୟ ରଖି ତାଙ୍କୁ ବଳପୂର୍ବକ ଦୁଷ୍କର୍ମ ଉଦ୍ୟମ କରିଥିଲେ ଏବଂ ତଳେ ଶୁଆଇ ଦେଇଥିଲେ। ଯେତେବେଳେ ନାବାଳିକା ଝିଅ ଚିତ୍କାର କଲେ, ଅଭିଯୁକ୍ତ ତାଙ୍କ ପାଟି ବନ୍ଦ କରିଦେଲେ। ଯେତେବେଳେ ପିଲାଟି ଖସିଯିବାକୁ ଚେଷ୍ଟା କଲା, ଅଭିଯୁକ୍ତ ତାଙ୍କ ପୋଷାକ ଚିରି ଦେଲେ ଏବଂ ବଳାତ୍କାର କରିବାକୁ ଚେଷ୍ଟା କଲେ। ତେବେ ପୀଡିତା ତାଙ୍କ କବଳରୁ କୌଣସି ମତେ ଖସି ଆସିବାରେ ସଫଳ ହେଲେ ଏବଂ ବାହାରେ ଥିବା କୂଅ ପାଖରେ ପଡ଼ିଗଲେ । ଚିତ୍କାର ଶୁଣି ପଡ଼ୋଶୀମାନେ ଏକାଠି ହୋଇ ଅଭିଯୁକ୍ତକୁ ଘର ଭିତରେହିଁ ଅଟକାଇ ଧରିଥିଲେ । ଏନେଇ ପାରଳାଖେମୁଣ୍ଡି ଆଦର୍ଶ ଥାନାରେ 6/26 ରେ ଏକ ମାମଲା ରୁଜୁ କରି POCSO ଆଇନର BNS R/w ଧାରା 8 ର ଧାରା 332(b)/75/76/65(2)/324(4)/62/351(2) ଅନୁଯାୟୀ ଗିରଫ କରି ଉଭୟଙ୍କୁ ଡାକ୍ତର ମୟାନା କରାଯାଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବାର ଥାନା ଅଧିକାରୀ ପ୍ରଶାନ୍ତ କୁମାର ଭୂପତି ସୁଚନା ଦେଇଛନ୍ତି ।