Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଜପତି ଜିଲ୍ଲା କାଶୀନଗର ବ୍ଲକ ନୀଳକଣ୍ଠପୁର ଗ୍ରାମ ଠାରେ ପ୍ରବଳ କୁହୁଡିରେ ରାସ୍ତା ଦେଖା ନ ଯାଇ ଟ୍ରାକ୍ଟର ମାଡି ଯାଇ ୧୧ ଛେଳି ମୃତ

ପାରଳାଖେମୁଣ୍ଡି:୨୬/୧୧(ଗରୁଡ଼ ଧ୍ଵଜ ଚୌଧୂରୀ) ଗଜପତି ଜିଲ୍ଲାରେ ଗତ କିଛି ଦିନ ଧରି ପ୍ରବଳ କୁହୁଡି ଅନୁଭୂତ ହେଉଛି. କୁହୁଡିର ମାତ୍ରା ଏତେ ଅଧିକ ରହିଛି ଯେ କିଛି ବି ଦେଖା ଯାଉନାହିଁ. ଏହି ପ୍ରବଳ କୁହୁଡି ଯୋଗୁଁ ଆଜି ଭୋର ସକାଳେ ଗଜପତି ଜିଲ୍ଲାର କାଶୀନଗର ବ୍ଲକର ନୀଳକଣ୍ଠପୂର ଗ୍ରାମରେ ଏକ ଟ୍ରାକ୍ଟର ମାଡି ଯାଇ ୧୧ ଗୋଟି ଛେଳିର ଶୋଚନୀୟ ମୃତ୍ୟୁ ଘଟିଛି. କୁହୁଡି ଯୋଗୁଁ ରାସ୍ତା ଦେଖା ଯାଇନଥିଲା. ନୀଳକଣ୍ଠପୂର ଗ୍ରାମର ପି. କ୍ରିଷ୍ଣା ନାମକ ଜଣେ ବ୍ୟକ୍ତିଙ୍କ ଛେଳି ଗୁଡିକ ରାସ୍ତା କଡ଼ରେ ଶୋଇଥିବା ବେଳେ ଟ୍ରାକ୍ଟରଟି ମାଡି ଯାଇଥିଲା. ଏହାଦ୍ୱାରା ୧୧ଗୋଟି ଛେଳିର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା. ଏହି ଘଟଣା ଘଟାଇ ଟ୍ରାକ୍ଟରଟି ଧରି ଡ୍ରାଇଭର ଭୟରେ ଚାଲି ଯାଇଥିଲା. କିଛି ଦୂରରେ ଛେଳି ମାଲିକଙ୍କ ସମ୍ପରିକୀୟମାନେ ଟ୍ରାକ୍ଟରଟିକୁ ଅଟକାଇ ଥିଲେ. ଏହାପରେ ଘଟଣା ସ୍ଥଳରେ ଟ୍ରାକ୍ଟର ମାଲିକ ପହଞ୍ଚି ୩୫ ହଜାର ଟଙ୍କା କ୍ଷତିପୂରଣ ପ୍ରଦାନ କରିଥିଲେ.

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories