Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାରଳାଖେମୁଣ୍ଡି ଗଜପତି ଷ୍ଟାଡିୟମରେ ରୋଟାରୀ କ୍ଲଵ ଅଫ ବ୍ରହ୍ମପୁର ଇଷ୍ଟ ତରଫରୁ ଦିବ୍ୟାଙ୍ଗଙ୍କ ପାଇଁ ମାଗଣା କୃତ୍ରିମ ଅଙ୍ଗ ପ୍ରତିରୋପଣ ଶିବିର

ପାରଳାଖେମୁଣ୍ଡି:୨୬/୧୧(ଗରୁଡ଼ ଧ୍ଵଜ ଚୌ) ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ ଠାରେ ରୋଟାରୀ କ୍ଲଵ ଅଫ ବ୍ରହ୍ମପୁର ଇଷ୍ଟ ଆନୁକୂଲ୍ୟରେ ତଥା ବିଜୁ ମହାବୀର ଜୟପୁର ଫୁଟ ସେଣ୍ଟର, ଖୋର୍ଦ୍ଧାଙ୍କ ସହାଭାଗୀତା ଏବଂ ଓଡିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନ କ୍ଷମ ସଶକ୍ତିକରଣ ବିଭାଗ ସହାୟତାରେ ଦିବ୍ୟାଙ୍ଗମାନଙ୍କ ପାଇଁ କୃତ୍ରିମ ଅଙ୍ଗ ପ୍ରତିରୋପଣ ଶିବିର ଆୟୋଜିତ ହୋଇଯାଇଛି l ଗତ ସୋମବାର ଠାରୁ ଆରମ୍ଭ ହୋଇଥିବା ଏହି ଶିବିରକୁ ଜିଲ୍ଲା ଏଡିଏମ ଫାଲ୍ଗୁନୀ ମାଝୀ ଉଦ୍ଘାଟନ କରିଥିଲେ l ସମ୍ମାନିତ ଅତିଥି ରୂପେ ଜିଲ୍ଲା ଡ଼ିଏସଏସ ଉତ୍ସରଗୀତା ବଡ଼ ରଇତ ଯୋଗ ଦେଇ ରାଜ୍ୟ ସରକାରଙ୍କ ଏହି ଜନହିତ୍କାରୀ ଯୋଜନାକୁ ବ୍ରହ୍ମପୁର ରୋଟୀରୀ ଇଷ୍ଟ ସଫଳତାର ସହ ପରିଚାଳନା କରି ଜନ ଆଦୃତ ଲାଭ କରିଥିବାରୁ ପ୍ରଶଂସା କରିଥିଲେ l ରୋଟାରୀ ଜିଲ୍ଳା 3262 ର କୃତିମ ଅଙ୍ଗ ପ୍ରତିରୋପଣ ଚେୟାରମ୍ୟାନ ଅଜିତ କୁମାର ପୃଷ୍ଟି ଶିବିରର ବିବରଣୀ ଦେଇ ପ୍ରକାଶ କରିଥିଲେଯେ ରୋଟାରୀ ଈଷ୍ଟର ଉଦ୍ୟମ କ୍ରମେ ନୟାଗଡ, ସୁନ୍ଦରଗଡ଼ ଏବଂ ଗଞ୍ଜାମ ଜିଲ୍ଲାରେ ଏହି ଭଳି ଶିବୀର ଆୟୋଜିତ ହେବାପରେ ଗଜପତି ଜିଲ୍ଲା ଦିବ୍ୟାଙ୍ଗ ମାନଙ୍କୁ ଏହି ସୁବିଧା ଯୋଗାଇ ଦିଆ ଯାଉଛି l ହାତ, ଗୋଡ଼ କଟି ଯାଇଥିବା ଦିବ୍ୟାଙ୍ଗଙ୍କୁ କୁତ୍ରିମ ଅଙ୍ଗ, ଆଶା ବାଡ଼ି, କାଲିପର, ଶ୍ରବଣ ବାଧିତଙ୍କୁ ଶ୍ରବଣ ୟନ୍ତ୍ର ପ୍ରଭୃତି କୃତ୍ରିମ ଅଙ୍ଗ ରୋପଣ କରାଯିବ l ଏହି ଶିବର ପରଚଳନା ଓ ଅଙ୍ଗ ସଂସ୍ଥାପନ ପାଇଁ ଦିବ୍ୟଜ୍ଞାନ ବେଉରାଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମ ସଫଳତାର ସହ ଚାଲୁ ରହିଛି l ଆଗାମୀ 27 ତାରିଖ ପର୍ଯ୍ୟନ୍ତ ଶିବିର ପରିଚାଳନା ପାଇଁ ପ୍ରସ୍ତାବ ରହିଥିବା ବିଷୟ ଚେୟାରମ୍ୟାନ ପୃଷ୍ଟିଙ୍କ ଠାରୁ ପ୍ରକାଶ l ଉଦ୍ଘାଟନ ଦିବସରେ ରୋଟାରୀ ଇଷ୍ଟର ପୂର୍ଵତନ ସଭାପତି ଅସିତ ଦତ୍ତ, ସୁଧାଂଶୁ ଶେଖର ଖଡ୍ଗରାୟ ସନ୍ତୋଷ ତ୍ରିପାଠୀ, ଭିକାରୀ ଚରଣ ସାହୁ ବିଭିନ୍ନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ଦ୍ଵିତୀୟ ଦିବସରେ କ୍ଳବର ସମ୍ପାଦକ ଅଶ୍ୱିନୀ ପାତ୍ର, ପୂର୍ଵତନ ସଭାପତି କାମରାଜୂ ମହାରଣା, ପ୍ରତ୍ୟୁଷ ଦାଶ, ଶାନ୍ତନୁ ପାତ୍ର ଯୋଗଦେଇ ଶିବୀର ପରିଚାଳନାରେ ସହଯୋଗ କରିଥିଲେ l ଶିବିରରେ ଦିବ୍ୟାଙ୍ଗ ଉପଭୁକ୍ତାଙ୍କୁ ସହଯୋଗ କରିବା ପାଇଁ ସ୍ଥାନୀୟ ସତ୍ୟସାଇ ସେବା ଦଳର ସ୍ବେଛାସେବୀ ଅଂଶୁମାନ ପାଢ଼ୀ,ପ୍ରବୀଣ, ବାମେୟା ରେଡ଼ି, ସୁଦର୍ଶନ ମହାରଣା, ଜି. ରବି ଏବଂ ସମର୍ଥ ଅନୁଷ୍ଠାନର ସରୋଜିନୀ ରଇତ, ଗୁରୁବାରୀ ଗମାଙ୍ଗ ଓ ସନ୍ତୋଷ କୁମାର ମହାରଣା ପ୍ରମୁଖ ସକ୍ରିୟ ଭୂମିକା ଗ୍ରହଣ କରୁଛନ୍ତି l ଏହି ଭଳି ଶିବିର ଆୟୋଜିତ ହୋଇଥିବା ଯୋଗୁଁ ଉପଭୋକ୍ତାମାନେ ଖୁସୀ ବ୍ୟକ୍ତ କରିଛନ୍ତି ଏବଂ ଜିଲ୍ଲାବାସୀ ପ୍ରଶଂସା କରିଛନ୍ତି

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories

10 ବର୍ଷର ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ, ଯୁବକ ଗିରଫପାରଳାଖେମୁଣ୍ଡି, 14/1 (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସହରରେ ଏକ ଲଜ୍ଜ୍ୟା ଜନକ ଘଟଣା ଘଟିଛି। ଜଣେ ଦଶ ବର୍ଷୀୟ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ କରି ଜଣେ ୩୫ ବର୍ଷୀୟ ଯୁବକ ଗିରଫ ହୋଇଥିବାର ଜଣାପଡିଛି। ସହରର ଜଙ୍ଗମ ସାହି ରେ ଏପରି ଲଜ୍ଜ୍ୟା ଘଟଣା ଘଟିଛି। ପାରଳାଖେମୁଣ୍ଡି ଆଦର୍ଶ ଥାନା ପୁଲିସ ସୂତ୍ରରୁ ପ୍ରକାଶ ଯେ, ସୋମବାର ଦିନ ନାବାଳିକାଙ୍କ ମାତା ପିତା ଉଭୟ ଦମ୍ପତି କାମକୁ ଯାଇଥିଲେ । ଏହି ସମୟରେ ଝିଅଟିଏ ଏକୁଟିଆ ରହି ଘରେ ଖେଳୁଥିଲା । ସେହି ସମୟରେ ପାଇଲୁ ରବି ନାମକ ଜଣେ ଯୁବକ ତାଙ୍କ ଘରେ ପ୍ରବେଶ କରିଥିଲେ। ନାବାଳିକା ଝିଅଟିକୁ ଏକୁଟିଆ ପାଇ ଅଭିଯୁକ୍ତ ଜଣକ ମନ୍ଦ ଉଦ୍ଦେଶ୍ୟ ରଖି ତାଙ୍କୁ ବଳପୂର୍ବକ ଦୁଷ୍କର୍ମ ଉଦ୍ୟମ କରିଥିଲେ ଏବଂ ତଳେ ଶୁଆଇ ଦେଇଥିଲେ। ଯେତେବେଳେ ନାବାଳିକା ଝିଅ ଚିତ୍କାର କଲେ, ଅଭିଯୁକ୍ତ ତାଙ୍କ ପାଟି ବନ୍ଦ କରିଦେଲେ। ଯେତେବେଳେ ପିଲାଟି ଖସିଯିବାକୁ ଚେଷ୍ଟା କଲା, ଅଭିଯୁକ୍ତ ତାଙ୍କ ପୋଷାକ ଚିରି ଦେଲେ ଏବଂ ବଳାତ୍କାର କରିବାକୁ ଚେଷ୍ଟା କଲେ। ତେବେ ପୀଡିତା ତାଙ୍କ କବଳରୁ କୌଣସି ମତେ ଖସି ଆସିବାରେ ସଫଳ ହେଲେ ଏବଂ ବାହାରେ ଥିବା କୂଅ ପାଖରେ ପଡ଼ିଗଲେ । ଚିତ୍କାର ଶୁଣି ପଡ଼ୋଶୀମାନେ ଏକାଠି ହୋଇ ଅଭିଯୁକ୍ତକୁ ଘର ଭିତରେହିଁ ଅଟକାଇ ଧରିଥିଲେ । ଏନେଇ ପାରଳାଖେମୁଣ୍ଡି ଆଦର୍ଶ ଥାନାରେ 6/26 ରେ ଏକ ମାମଲା ରୁଜୁ କରି POCSO ଆଇନର BNS R/w ଧାରା 8 ର ଧାରା 332(b)/75/76/65(2)/324(4)/62/351(2) ଅନୁଯାୟୀ ଗିରଫ କରି ଉଭୟଙ୍କୁ ଡାକ୍ତର ମୟାନା କରାଯାଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବାର ଥାନା ଅଧିକାରୀ ପ୍ରଶାନ୍ତ କୁମାର ଭୂପତି ସୁଚନା ଦେଇଛନ୍ତି ।