ଗଜପତି ଜିଲ୍ଲା କଂଗ୍ରେସ ପକ୍ଷରୁ ‘ସମ୍ବିଧାନ ବଞ୍ଚାଅ ଦିବସ ପାଳିତ
ପାରଳାଖେମୁଣ୍ଡି:୨୬/୧୧(ଗରୁଡ ଧ୍ଵଜ ଚୌଧୂରୀ) ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ପରିସରରେ ଆଜି ସମ୍ବିଧାନ ବଞ୍ଚାଅ ଦିବସ’କୁ ପାଳନ କରାଯାଇଛି. ଗଜପତି ଜିଲ୍ଲା କଂଗ୍ରେସ କମିଟି ସଭାପତି ତଥା ମୋହନା ବିଧାୟକ ଦାସରଥି ଗମାଙ୍ଗଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସର୍ବ ପ୍ରଥମେ ଜାତିର ପିତା ସ୍ୱର୍ଗିୟ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ପରେ ପୂର୍ବତନ ବିଧାୟକ ସ୍ୱର୍ଗିୟ ତ୍ରିନାଥ ସାହୂଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା ଏହାପରେ ଏକ ଶୋଭାଯାତ୍ରା ବାହାରି ନୂଆବସ ଷ୍ଟାଣ୍ଡ ନିକଟରେ ଥିବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଆଜିର ସମ୍ବିଧାନ ବଞ୍ଚାଅ ଦିବସ ଉଦେଶ୍ୟ ହେଉଛି ସଂପ୍ରତି ଆମ ଦେଶର ସାମ୍ବିଧାନିକ ବିବ୍ୟବସ୍ଥା ପ୍ରତି ହେଉଥିବା କୁଠାରାଘାତ ତଥା ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକର ଅବମୂଲ୍ୟାୟନ ଦୃଷ୍ଟିରୁ ଏ ବର୍ଷର ‘ସମ୍ବିଧାନ ଦିବସ’ ପାଳନର ମହତ୍ତ୍ବ ବଢ଼ିଯାଇଛି। ଆମ ଦେଶର ସମ୍ବିଧାନରେ ଏହାର ପ୍ରଣେତାମାନେ ଦେଶର ନାଗରିକମାନଙ୍କ ପାଇଁ ନିଶ୍ଚିତ କରିଥିବା ‘ନ୍ୟାୟ, ସ୍ୱାଧୀନତା, ସମାନତା, ଭାତୃଭାବ ତଥା ମୌଳିକ ଅଧିକାର’ ଗୁଡ଼ିକ ପ୍ରତି ବିପଦ ଦେଖାଦେଇଛି | ଏସ୍ଆଇଆର ମାଧ୍ୟମରେ ଭୋଟର ତାଲିକାକୁ ବିକୃତ କରାଯିବା ସହ ଅନ୍ୟାନ୍ୟ ଭୋଟ ଚୋରି ପ୍ରକ୍ରିୟା ଦ୍ୱାରା ଦେଶର ସାମ୍ବିଧାନିକ ଢାଞ୍ଚାକୁ ନଷ୍ଟଭ୍ରଷ୍ଟ କରାଯାଉଛି । ସରକାରଙ୍କ ଏହି ସବୁ କୁକର୍ମକୁ ଲୋକଙ୍କୁ ଜଣାଇବା ସମସ୍ତଙ୍କର ନୈତିକ କର୍ତ୍ତବ୍ୟ ବୋଲି ଜିଲ୍ଲା ସଭାପତି ତଥା ମୋହନା ବିଧାୟକ ଦିସରଥି ଗମାଙ୍ଗ ତାଙ୍କର ଅଭିଭାଷଣରେ ସୂଚାଇ ଥିଲେ. ଆଜିର ଏହି କାର୍ଯ୍ୟକ୍ରମରେ କଂଗ୍ରେସ ନେତା ସୂର୍ଯ୍ୟ ନାରାୟଣ ପାତ୍ର, ସଂଗ୍ରାମ ସାହୁ, ଇଶ୍ଵର ମାଝୀ, ଏସ ପାପା ରାଓ, ମାମାଲି କାର୍ଜି,ଲବ ସାହୁ, ଜାଖବ ରଇତ, ରାମଚନ୍ଦ୍ର ଦଳେଇ, ଅଭିମନ୍ୟୁ ପଣ୍ଡା ପ୍ରମୁଖଙ୍କ ସହ ବହୁ କଂଗ୍ରେସ ନେତା ଓ କର୍ମୀ ଉପସ୍ଥିତି ଥିଲେ. ଏହି ସମସ୍ତ କାର୍ଯ୍ୟକ୍ରମକୁ ନଗର କଂଗ୍ରେସ ସଭାପତି ବସନ୍ତ କୁମାର ପଣ୍ଡା ପରିଚାଳନା କରିଥିଲେ.

