Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସରିଲା ନିର୍ବନ୍ଧ; ଖୁବ୍‌ ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବେ ଜେଫ ବେଜୋସ ଓ ଗର୍ଲଫ୍ରେଣ୍ଡ ଲରେନ୍

ନୂଆଦିଲ୍ଲୀ: ୫୯ ବର୍ଷ ବୟସରେ ଆମାଜନ ପ୍ରତିଷ୍ଠାତା ଜେଫ ବେଜୋସ ତାଙ୍କ ଗର୍ଲଫ୍ରେଣ୍ଡ ଲରେନ ସାଞ୍ଚେଜଙ୍କ ସହ ନିର୍ବନ୍ଧ ହୋଇଥିବା ଜଣାପଡ଼ିଛି। ଖୁବ ଶୀଘ୍ର ହୋଇପାରେ ବିବାହ। ଏ ନେଇ ବିଶେଷ ସୂତ୍ରରୁ ପ୍ରକାଶ ପାଇଛି। ଏହି ଦମ୍ପତି ବର୍ତ୍ତମାନ କାନ୍ସ ଫିଲ୍ମ ଫେଷ୍ଟିଭାଲ ପାଇଁ ଫ୍ରାନ୍ସରେ ଅଛନ୍ତି ଯେଉଁଠାରେ ସେମାନେ ଷ୍ଟାର-ଷ୍ଟୁଡେଡ୍ ପାର୍ଟିରେ ଯୋଗ ଦେଇଛନ୍ତି।

ପ୍ରାୟ ୫ ବର୍ଷ ଧରି ଉଭୟ ଉଭୟଙ୍କୁ ଡେଟିଂ କରୁଥିଲେ। ଏବେ ଦୁହେଁ ନିର୍ବନ୍ଧ କରିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ ଲରେନ୍ ପୂର୍ବରୁ ଜଣେ ସାମ୍ବାଦିକ ଥିଲେ ଏବଂ ବର୍ତ୍ତମାନ ଜଣେ ସାମାଜିକ କର୍ମୀ ଭାବେ କାମ କରୁଛନ୍ତି। ଉଭୟଙ୍କ ଫଟୋ ଏବେ ଭାଇରାଲ ହେବାରେ ଲାଗିଛି। ଏହି ଫଟୋରେ ଲରେନଙ୍କ ହାତରେ ଏକ ବଡ ହାର୍ଟ ସେପ୍‌ର ରିଙ୍ଗ୍‌ ଦେଖିବାକୁ ମିଳିଛି।

ନିକଟରେ ସେମାନେ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ‘କିଲର ଅଫ୍ ଫୁଲ୍ ମୁନ୍’ର ପ୍ରିମିୟର ଯୋଗ ଦେଇଥିଲେ। ବେଜୋସ୍ ଏବଂ ଲରେନ୍ ୨୦୧୮ ରେ ପରସ୍ପରକୁ ଡେଟ୍ କରିବା ଆରମ୍ଭ କରିଥିଲେ।