ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଛାତ୍ର, ଯୁବ ବର୍ଗ ଏବଂ କୃଷକଙ୍କୁ ଭେଟିବା ପରେ ଏବେ ଟ୍ରକ ଡ୍ରାଇଭରଙ୍କୁ ଭେଟିବାକୁ ପହଞ୍ଚି ଯାଇଛନ୍ତି। ସେ ଅମ୍ବାଲାରୁ ଚଣ୍ଡିଗଡ଼ ପର୍ୟ୍ୟନ୍ତ ଏକ ଟ୍ରକରେ ଯାତ୍ରା କରିଛନ୍ତି। କୁହାଯାଉଛି ରାହୁଲ ଗାନ୍ଧୀ ସିମଲା ଯାଉଥିଲେ। ଏହି ସମୟରେ ସେ ଡ୍ରାଇଭରମାନଙ୍କ ସହ କଥାବାର୍ତ୍ତା ହେବା ଉଦ୍ଦେଶ୍ୟରେ ଏକ ଟ୍ରକରେ ଯାଇ ବସିଥିଲେ। କଂଗ୍ରେସ ତରଫରୁ ଏହାର ଭିଡ଼ିଓ ସେୟାର କରାଯାଇଛି।
କଂଗ୍ରେସ ଭିଡିଓ ଟୁଇଟ୍ କରି ଲେଖିଛି ଯେ, ରାହୁଲ ଗାନ୍ଧୀ ଟ୍ରକ ଡ୍ରାଇଭରଙ୍କ ସହ ଦିଲ୍ଲୀରୁ ଚଣ୍ଡିଗଡ଼ ପର୍ୟ୍ୟନ୍ତ ଯାତ୍ରା କରିଛନ୍ତି। ଭାରତର ସଡ଼କରେ ପାଖାପାଖି ୯୦ ଲକ୍ଷ ଟ୍ରକ ଡ୍ରାଇଭର ଅଛନ୍ତି। ସେମାନଙ୍କର ନିଜର ମଧ୍ୟ ସମସ୍ୟା ରହିଛି। ସେମାନଙ୍କ ସମସ୍ୟା ଏବଂ ମନକଥା ପଚାରି ବୁଝିଛନ୍ତି ରାହୁଲ ଗାନ୍ଧୀ। କଂଗ୍ରେସ ନେତା ଶ୍ରୀନିବାସ ଟୁଇଟ୍ କରିଛନ୍ତି ଯେ, ରାହୁଲ ନିଜ ମନ କଥା ନୁହେଁ, ଦେଶର ମନ କଥା ଶୁଣିଥାନ୍ତି।
आपके राहुल गांधी, आपके बीच 🚛 pic.twitter.com/E3UntZK82G
— Congress (@INCIndia) May 23, 2023
ସୁପ୍ରିୟା ଶ୍ରୀନେତ ମଧ୍ୟ ଟୁଇଟ୍ କରି ଲେଖିଛନ୍ତି, ଅଧ ରାତିରେ ସେ ଟ୍ରକ ଡ୍ରାଇଭରଙ୍କୁ କାହିଁକି ଭେଟୁଛନ୍ତି ? କାରଣ ସେ ଦେଶବାସୀଙ୍କ କଥା ଶୁଣିବାକୁ ଚାହାନ୍ତି, ସେମାନଙ୍କର ସମସ୍ୟା ପଚାରି ବୁଝିବାକୁ ଚାହାନ୍ତି। ଧିରେ ଧିରେ ଏହା ହୃଦବୋଧ ହେଲାଣି ଯେ, ଏହି ଦେଶ ପୁଣି ଥରେ ଭଲ ପାଇବା ଏବଂ ଶାନ୍ତି ରାସ୍ତାରେ ଫେରି ଯିବାକୁ ଚାହୁଁଛି। ଶେଷରେ ଏହି ଦେଶ ରାହୁଲ ଗାନ୍ଧୀଙ୍କ ସହ ଅଗ୍ରସର ହେଲାଣି।
जननायक @RahulGandhi जी ट्रक ड्राइवर्स की समस्या जानने उनके बीच पहुंचे।
— Congress (@INCIndia) May 23, 2023
राहुल जी ने उनके साथ दिल्ली से चंडीगढ़ तक का सफर किया।
मीडिया रिपोर्ट्स के मुताबिक, भारत की सड़कों पर करीब 90 लाख ट्रक ड्राइवर्स हैं। इनकी अपनी समस्याएं हैं। इनके 'मन की बात' सुनने का काम राहुल जी ने किया। pic.twitter.com/Bma2BCjGpY
ଜଣେ ୟୁଜର ଲେଖିଛନ୍ତି, ରାହୁଲ ଗାନ୍ଧୀଙ୍କୁ ଟ୍ରକରେ ଯାତ୍ରା କରିବା ଦେଖି ତାଙ୍କ ପ୍ରଶଂସା କରିବାକୁ ମୋ ପାଖରେ ଶବ୍ଦ ନାହିଁ। ପୁରା ମାଟିର ନେତା ରାହୁଲ ଗାନ୍ଧୀ। ଆଉ ଜଣେ ୟୁଜର କହିଛନ୍ତି, ଦେଶର ଏମିତି କେଉଁ ନେତା ଅଛନ୍ତି ଯିଏ ଏତେ ଗରମରେ ମଧ୍ୟ ରାତ୍ରରେ ଟ୍ରକ ଡ୍ରାଇଭରମାନଙ୍କ ସହ ମିଶି ସେମାନଙ୍କ ସମସ୍ୟା ପଚାରି ବୁଝୁଛନ୍ତି। ଏବେ ଲୋକଙ୍କୁ ବିଶ୍ଵାସ ହେବାରେ ଲାଗିଲାଣି ଯେ, ସେମାନଙ୍କ ଭବିଷ୍ୟତ ସୁରକ୍ଷିତ ହାତରେ ରହିଛି।