ଗଜପତି ଯୁବ ଉତ୍ସବ ବିଜେତା ଚୟନରେ ପାତରଅନ୍ତର ଅଭିଯୋଗ
ପାରଳାଖେମୁଣ୍ଡି:୩୦/୧୧(ଗରୁଡ଼ ଧ୍ଵଜ ଚୌଧୁରୀ
ଗଜପତିର ଯୁବ ଉତ୍ସବରେ ଅନୁଷ୍ଠିତ ପ୍ରତିଯୋଗିତାରେ ଭାଗ ନେଇଥିବା କଳାକାରମାନଙ୍କ ମଧ୍ୟରେ ବିଜେତା ଚୟନରେ ପାତରଅନ୍ତର ନୀତି ଅପଣାଇଥିବା ରାଧାରାଣୀ ପଟ୍ଟନାୟକ , ରାଜୀବ ପଣ୍ଡା,ଶିଶିର ଗୌଡ଼, ପ୍ରଶାନ୍ତ ପଟ୍ଟନାୟକ ପ୍ରମୁଖ ଅଭିଯୋଗ କରିଛନ୍ତି. କଳାକାରମାନେ ଏନେଇ ଭାରପ୍ରାପ୍ତ ଜିଲ୍ଲାପାଳଙ୍କ ନିକଟରେ କଳାକାରମାନେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପ୍ରକାରେ ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ପୂର୍ବରୁ କିଛି ନିୟମ ଘୋଷଣା କରଯାଇଥିବା ବେଳେ ତାର ବ୍ୟତିକ୍ରମ କରି ବିଜେତା ଘୋଷଣା କରାଯାଇଛି , ଏହାକୁ ପ୍ରତିବାଦ କରିବାରୁ ଜିଲ୍ଲା ସଂସ୍କୃତି ଅଧିକାରୀ କୁଆଡେ ଦୃବ୍ୟବହାର କରିଥିବା ଭଳି ଅଭିଯୋଗ ଆଣିଛନ୍ତି । କେବଳ ଲାଇଭ ପରିବେଷଣ ପାଇଁ କୁହାଯାଇଥିବା ବେଳେ ରେକର୍ଡ ସଙ୍ଗୀତରେ ନାଚ ପରିବେଶଣକୁ କିଭଳି ବିଜେତା ଘୋଷଣା କରାଗଲା ବୋଲି ପ୍ରଶ୍ନ କରିଛନ୍ତି । ଅଭିଯୋଗ ପରେ ଘଟଣାର ଅନୁଧ୍ୟାନ ପରେ ପଦକ୍ଷେପ ନିଆଯିବ ବୋଲି ଭରପ୍ରାପ୍ତ ଜିଲ୍ଲାପାଳ ମୁନୀନ୍ଦ୍ର ହନେନାଗା କହିଛନ୍ତି । ସେପଟେ ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ଚ୍ଚନା ମଙ୍ଗରାଜଙ୍କ କହିବା ହେଲା ଯେଉଁମାନେ ଅଭିଯୋଗ କରିଛନ୍ତି ସେମାନେ ବି ନିୟମ କୁ ପାଳନ କରି ପାରିନାହାନ୍ତି । ଅନ୍ୟପକ୍ଷରେ ଯେଉଁ ଦୁଇ ଜଣ ଙ୍କୁ ଜର୍ଜ ହିସାବ ରେ ନିଆଯାଇଛି ସେମାନଙ୍କୁ ନୃତ୍ୟର କୌଣସି ଜ୍ଞାନ ନଥିବା କଣ୍ଠଶିଳ୍ପୀକୁ ବସାଯାଇଛି , ସେମାନଙ୍କ ନୃତ୍ୟରେ ଜ୍ଞାନ ନଥିବା ବେଳେ ସେମାନେ କିଭଳି ଜର୍ଜମେଣ୍ଟ କରିବେ ବୋଲି ଉପରୋକ୍ତ କଳାକାରମାନେ ପ୍ରଶ୍ନ କରିଛନ୍ତି.

