Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ମନୀଷ ସିସୋଦିଆଙ୍କ ଜାମିନ ଆବେଦନ ଖାରଜ, ବଢିଲା ନାୟିକ ହେପାଜତ ଅବଧି

ନୂଆଦିଲ୍ଲୀ: ମନୀଷ ସିସୋଦିଆଙ୍କୁ ମିଳିଲାନି ଜାମିନ। ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ କୋର୍ଟ ଆପ୍ ନେତା ତଥା ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି । ବଢିଲା ନାୟିକ ହେପାଜତ ଅବଧି। ଜୁନ୍‌ ୧ ଯାଏ ନ୍ୟାୟିକ ହେପାଜତରେ ରହିବେ ମନୀଷ। ଏହାସହ ମନୀଷ ସିସୋଦିଆଙ୍କ ପଢା ପଢି ପାଇଁ ଟେବୁଲ ଓ ଚେୟାର ଯୋଗାଇ ଦେବା ଲାଗି କୋର୍ଟ ଜେଲ ଅଧିକାରୀଙ୍କୁ କହିଛନ୍ତି।

ସୂଚନା ଥାଉକି ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଗିରଫ କରିଛି ସିବିଆଇ। ସେ ଏବେ ନ୍ୟାୟିକ ହେପାଜତରେ ରହିଛନ୍ତି । ଏହା ପୂର୍ବରୁ ଦିଲ୍ଲୀର ଏକ କୋର୍ଟ ସିସୋଦିଆ ଓ ଅନ୍ୟ ୩ଜଣଙ୍କ ବିରୋଧରେ ସିବିଆଇ ଚାର୍ଜସିଟ ଉପରେ ଆଦେଶ ସୁରକ୍ଷିତ ରଖିଛନ୍ତି । ତେବେ ଏହି ମାମଲାର ପରବର୍ତ୍ତୀ ଶୁଣାଣି କରି ମେ’୨୭ ତାରିଖରେ ହେବ ବୋଲି କୋର୍ଟ କହିଛନ୍ତି।