Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଋଷ ଉପରେ ଲାଗୁ ହେବ କଠୋର କଟକଣା; ସଙ୍କଟରେ ୧୦ ଲକ୍ଷ ଭାରତୀୟଙ୍କ ଜୀବିକା 

ନୂଆଦିଲ୍ଲୀ: ନିକଟରେ ଶେଷ ହୋଇଛି ଜି -୭ ଶିଖର ସମ୍ମିଳନୀ । ସମ୍ମିଳନୀରେ ସମୂହ ରାଷ୍ଟ୍ର ଋଷ ଉପରେ କଟକଣାକୁ ଆହୁରି କଠୋର କରିବାକୁ ଘୋଷଣା କରିଛନ୍ତି। ଋଷକୁ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ କରିବାକୁ ଜି -୭ ଦେଶଗୁଡିକ ଋଷର ଜାହାଜ, ବିମାନ ଏବଂ ଋଷର ହୀରା ଉପରେ ନିଷେଧାଦେଶ ଜାରି କରିଛନ୍ତି। ଏଥି ସହିତ ରିପୋର୍ଟ ଅନୁଯାୟୀ ଏହି ନୂତନ ନିଷେଧାଦେଶ ଯୋଗୁଁ ଭାରତର ହୀରା ଶିଳ୍ପରେ କାର୍ଯ୍ୟ କରୁଥିବା ୧୦ ଲକ୍ଷ କର୍ମଚାରୀଙ୍କ ନିଯୁକ୍ତି ଏବେ ବିପଦରେ ଥିବା ଜଣାଯାଇଛି। ସେମାନଙ୍କ ଜୀବିକା ଏବେ ବିପଦରେ ରହିଛି। ଦୁନିଆର ପ୍ରାୟ ୯୦ ପ୍ରତିଶତ ହୀରାର କଟିଙ୍ଗ ଓ ପଲିସ୍ ଭାରତରେ ହୋଇଥାଏ। ଏଥିରେ ଋଷର ହୀରା ମଧ୍ୟ ଅନ୍ତର୍ଭୁକ୍ତ।

ଋଷର ଅଲରୋସାରୁ ଭାରତ ହୀରା ଆମଦାନୀ କରେ। ବିଶ୍ବର ସମୁଦାୟ ହୀରାର ପ୍ରାୟ ୩୦ ପ୍ରତିଶତ ଅଲରୋସାରୁ ଉତ୍ପାଦିତ ହୁଏ। ଭାରତୀୟ ହୀରା କମ୍ପାନୀଗୁଡିକ ଜି -୭ ଦେଶକୁ ଆମଦାନୀ ହୋଇଥିବା ହୀରାକୁ କଟିଂ ପଲିସିଂ କରି ରପ୍ତାନି କରନ୍ତି। ରତ୍ନ ଏବଂ ଅଳଙ୍କାର ରପ୍ତାନି ପ୍ରୋତ୍ସାହନ ପରିଷଦର ଅଧ୍ୟକ୍ଷ ବିପୁଲ ଶାହା କହିଛନ୍ତି ଯେ ଯଦି ଋଷ ଉପରେ ଏହି ପ୍ରତିବନ୍ଧକ ଜାରି ରହେ, ତେବେ ଜି -୭ ଦେଶ ଋଷ ଉପରେ ନିଷେଧାଦେଶ ଘୋଷଣା କରିବା ପରେ ଭାରତରେ ୧୦ ଲକ୍ଷ ଲୋକଙ୍କ ସଙ୍କଟରେ ପଡ଼ିଯିବ।