Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାରଳାଖେମୁଣ୍ଡି ଠାରେ ମୁଖ୍ୟମନ୍ତ୍ରୀ ମକା ମିଶନର ଆଞ୍ଚଳିକ ସ୍ତରୀୟ କ୍ରେତା ବିକ୍ରେତା ସମିଳନୀ ଅନୁଷ୍ଠିତ

ପାରଳାଖେମୁଣ୍ଡି:୧୫/୧୨(ଗରୁଡ଼ ଧ୍ଵଜ ଚୌଧୂରୀ)
ମୁଖ୍ୟମନ୍ତ୍ରୀ ମକା ମିଶନ ଅଧୀନରେ ଗଜପତି ଜିଲ୍ଲା ସମ୍ମନିତ ଆଦିବାସୀ ଉନ୍ନୟନ ସଂସ୍ଥା , ସମ୍ମିଳନୀ କକ୍ଷ ଠାରେ ଆଜି ଏକ ଅତି ଗୁରୁତ୍ୱପୂର୍ଣ୍ଣ ଆଞ୍ଚଳିକ ସ୍ତରୀୟ କେତ୍ରା ବିକ୍ରେତା ସମ୍ମିଳନୀ (Buyer-seller Meet ) ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗଜପତି , ଗଞ୍ଜାମ , ରାୟଗଡା ଓ କନ୍ଧମାଳ ଜିଲ୍ଲାର କୃଷି ଅଧିକାରୀ ମାନେ, ବିଭିନ୍ନ ଗଁ ସହଯୋଗୀ , କୃଷକ ଉତ୍ପାଦକ କମ୍ପାନୀ (FPC ) ର କାର୍ଯ୍ୟକର୍ତ୍ତା , ଅଗ୍ରଣୀ କୃଷକ ବନ୍ଧୁ , ଚାଷୀ , ବଡ ବଡ ଖରିଦଦାର/ବ୍ୟବସାୟୀ ଏବଂ ଜିଲ୍ଲା ପ୍ରଶାସନିକ ଅଧିକାରୀ ମାନେ ଯୋଗ ଦେଇଥିଲେ ।
ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ମୁନିଦ୍ର ହନଙ୍ଗା ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ଚାଷୀର ଉନ୍ନତି ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ I ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ,ଗଜପତି ତଥା ମୁଖ୍ୟମନ୍ତ୍ରୀ ମକା ମିଶନର ଜିଲ୍ଲା ନୋଡାଲ ଅଧିକାରୀ ଶ୍ରୀଯୁକ୍ତ ଏମ୍. ପ୍ରକାଶ ରାଓ କାର୍ଯ୍ୟକ୍ରମକରେ ଅଧ୍ୟକ୍ଷତା କରି କହିଥିଲେ ଯେ ” ଏହି କ୍ରେତା ବିକ୍ରେତା ସମ୍ମିଳନୀ (Buyer-seller Meet ) ଚାଷୀମାନଙ୍କୁ ସିଧାସଳଖ ବଜାର ସହ ଯୋଡିବା ଏବଂ ଗୁଣବତ୍ତା ଆଧାରିତ ନ୍ୟାୟସଙ୍ଗତ ମୂଲ୍ୟ ନିଶ୍ଟିତ କରିବାର ଏକ ମହତ୍ଵପୂର୍ଣ୍ଣ ମଞ୍ଚ । ଚଳିତ ଖରିଫ ଋତୁ ରେ ଆମେ ଗଜପତି ଜିଲ୍ଲାରେ ୭୦୦ ହେକ୍ଟରରେ ମକା ମୁଖ୍ୟ ଫସଲ , ୧୨୦ହେକ୍ଟରରେ ଅନ୍ତଃଫସଲ ସହ ମକା ଏବଂ ୭୦ହେକ୍ଟରରେ sweet corn ର ଫସଲ ପ୍ରଦର୍ଶନ କରିଛୁ । ଆଗାମୀ ରବି ଋତୁରେ ୩୦ହେକ୍ଟର sweet corn ଓ ୧୦ ହେକ୍ଟର ବେବି କଣ୍ଣ ପ୍ରଦର୍ଶନ କରାଯିବ । ଏହି ସବୁ ଉତ୍ପାଦନର ସୁସଙ୍ଗଠିତ ବଜାର ବ୍ୟବସ୍ତା ଗଢି ତୋଳିବା ପାଇଁ ଆଜିର ଏହି ସଭା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି କାର୍ଯ୍ୟକ୍ରମରେ ଆରଏମସି ସମ୍ପାଦକ, ଓରମାସ ଡେପୁଟି-ସିଇଓ, ଜିଏମ ଡ଼ିଆଇସି, କେବିକେ ବୈଜ୍ଞାନିକ , ଏମଟିସିଏସ ଚେୟାରମ୍ୟାନ ଉପସ୍ଥିତ ରହି ମକାର ସଂରକ୍ଷଣ ଓ ବାରୀକରଣ ଉପରେ ନିଜନିଜର ବ୍ୟକ୍ତବ୍ୟ ପ୍ରଦାନ କରିଥିଲେ I
ମୁଖ୍ୟମନ୍ତ୍ରୀ ମକା ମିଶନ ରାଜ୍ୟ ସଂଯୋଜକ ଶ୍ରୀ ରେଡ଼ିଶ କୁମାର ବିଶେଷ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ , ବର୍ତ୍ତମାନ ଏହି ମିଶନ ଓଡ଼ିଶାର ୧୫ଟି ଜିଲ୍ଲାର ୪୫ଟି ବ୍ଲକରେ କାର୍ଯ୍ୟକାରୀ ହେଉଛି । ମାକକୁ “ଶସ୍ୟର ରାଣୀ ” କୁହାଯାଏ ର୍ବାଂଗ ଓଡ଼ିଶାରେ ପ୍ରାୟ ୩ ଲକ୍ଷ ହେକ୍ଟରରେ ଏହାର ଚାଷ ହେଉଛି । ଭାରତ ସରକାରଙ୍କ ୨୦% ଇଥାନଲ ମିଶ୍ରଣ ନୀତି ଯୋଗୁଁ ମକା ଚାଷରେ ନୂଆ ସମ୍ଭାବନା ଖୋଲିଛି। ରାଜ୍ୟରେ ୧୦ଟି ଇଥାନଲ ପ୍ଲାଣ୍ଟ ଓ ନବରଙ୍ଗପୁରର ବିଜୟନଗର ବୟୋ – ଟେକ ଷ୍ଟାର୍ଚ ପ୍ଲାଣ୍ଟ ମକର ବଡ ବଜାର ଭାବେ କାର୍ଯ୍ୟ କରୁଛି । ମିଶନ ଅଧୀନରେ ୪୫ ଟି କୃଷକ ଉତ୍ପାଦକ କମ୍ପାନୀ (FPC ) ଗଠନ ହୋଇସାରିଛି ଯେଉଁଥିରୁ ୧୪ଟି ମହିଳା ନେତୃତ୍ୱାଧୀନ ଅଟେ । ଆଗାମୀ ଦିନରେ ମକା ଚାଷ କୁ ଅଧିକରୁ ଅଧିକ ଲୋକାଦୃତ କରିବା ପାଇଁ ସରକାରୀ ସ୍ତରରେ ଅନେକ ଯୁଗାନ୍ତକାରୀ ପଦକ୍ଷେପ ମନ ନିଆଯିବାର ଯୋଜନା ହୋଇଅଛି ।
ଏହି କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିବାରେ ମୁଖ୍ୟମନ୍ତ୍ରୀ ମକା ମିଶନ ର ସ୍କିମ ଅଫିସର ଶ୍ରୀମତୀ ସଂଘମିତ୍ରା ପ୍ରଧାନ , ଜୋନ-୨ ମାର୍କେଟିଂ ସଂଯାଜକ ଶ୍ରୀ ଦରିଦ୍ର୍ୟ ଭଂଜନ ସାହୁ , ରିଜୋନାଲ କୋ- ଅର୍ଡିନେଟର ଶ୍ରୀ ବିଶ୍ୱରଞ୍ଜନ ପରିଡା , ମୁଲ୍ଟି ସ୍କିଲ୍ ଆସିଷ୍ଟାଣ୍ଟ ଶ୍ରୀ ରଞ୍ଜୀବ ସାହୁ , ସଂଗଠନ ସଂଯାଜକ ଶ୍ରୀ ସୂର୍ଯ୍ୟ ନାରାୟଣ ପ୍ରଧାନ ଏବଂ ଜିଲ୍ଲା କୃଷି ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ଅକ୍ଲାନ୍ତ ପରିଶ୍ରମ କରିଥିଲେ ।
ଏହି ସଭା ମାଧ୍ୟମରେ ଚାଷୀ ଓ ଖରିଦଦାରଙ୍କ ମଧ୍ୟରେ ସିଧାସଳଖ ସମ୍ପର୍କ ଗଢ଼ି ଉଠିଛି ଏବଂ ଗୁଣବତ୍ତା ଆଧାରିତ ମୂଲ୍ୟ ନିର୍ଦ୍ଧାରଣ ଓ ସୁସଙ୍ଗଠିତ ବଜାର ବ୍ୟବସ୍ତା ପ୍ରତି ଏକ ସକାରାତ୍ମକ ପରିବେଶ ସୃଷ୍ଟି ହୋଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories

10 ବର୍ଷର ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ, ଯୁବକ ଗିରଫପାରଳାଖେମୁଣ୍ଡି, 14/1 (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସହରରେ ଏକ ଲଜ୍ଜ୍ୟା ଜନକ ଘଟଣା ଘଟିଛି। ଜଣେ ଦଶ ବର୍ଷୀୟ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ କରି ଜଣେ ୩୫ ବର୍ଷୀୟ ଯୁବକ ଗିରଫ ହୋଇଥିବାର ଜଣାପଡିଛି। ସହରର ଜଙ୍ଗମ ସାହି ରେ ଏପରି ଲଜ୍ଜ୍ୟା ଘଟଣା ଘଟିଛି। ପାରଳାଖେମୁଣ୍ଡି ଆଦର୍ଶ ଥାନା ପୁଲିସ ସୂତ୍ରରୁ ପ୍ରକାଶ ଯେ, ସୋମବାର ଦିନ ନାବାଳିକାଙ୍କ ମାତା ପିତା ଉଭୟ ଦମ୍ପତି କାମକୁ ଯାଇଥିଲେ । ଏହି ସମୟରେ ଝିଅଟିଏ ଏକୁଟିଆ ରହି ଘରେ ଖେଳୁଥିଲା । ସେହି ସମୟରେ ପାଇଲୁ ରବି ନାମକ ଜଣେ ଯୁବକ ତାଙ୍କ ଘରେ ପ୍ରବେଶ କରିଥିଲେ। ନାବାଳିକା ଝିଅଟିକୁ ଏକୁଟିଆ ପାଇ ଅଭିଯୁକ୍ତ ଜଣକ ମନ୍ଦ ଉଦ୍ଦେଶ୍ୟ ରଖି ତାଙ୍କୁ ବଳପୂର୍ବକ ଦୁଷ୍କର୍ମ ଉଦ୍ୟମ କରିଥିଲେ ଏବଂ ତଳେ ଶୁଆଇ ଦେଇଥିଲେ। ଯେତେବେଳେ ନାବାଳିକା ଝିଅ ଚିତ୍କାର କଲେ, ଅଭିଯୁକ୍ତ ତାଙ୍କ ପାଟି ବନ୍ଦ କରିଦେଲେ। ଯେତେବେଳେ ପିଲାଟି ଖସିଯିବାକୁ ଚେଷ୍ଟା କଲା, ଅଭିଯୁକ୍ତ ତାଙ୍କ ପୋଷାକ ଚିରି ଦେଲେ ଏବଂ ବଳାତ୍କାର କରିବାକୁ ଚେଷ୍ଟା କଲେ। ତେବେ ପୀଡିତା ତାଙ୍କ କବଳରୁ କୌଣସି ମତେ ଖସି ଆସିବାରେ ସଫଳ ହେଲେ ଏବଂ ବାହାରେ ଥିବା କୂଅ ପାଖରେ ପଡ଼ିଗଲେ । ଚିତ୍କାର ଶୁଣି ପଡ଼ୋଶୀମାନେ ଏକାଠି ହୋଇ ଅଭିଯୁକ୍ତକୁ ଘର ଭିତରେହିଁ ଅଟକାଇ ଧରିଥିଲେ । ଏନେଇ ପାରଳାଖେମୁଣ୍ଡି ଆଦର୍ଶ ଥାନାରେ 6/26 ରେ ଏକ ମାମଲା ରୁଜୁ କରି POCSO ଆଇନର BNS R/w ଧାରା 8 ର ଧାରା 332(b)/75/76/65(2)/324(4)/62/351(2) ଅନୁଯାୟୀ ଗିରଫ କରି ଉଭୟଙ୍କୁ ଡାକ୍ତର ମୟାନା କରାଯାଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବାର ଥାନା ଅଧିକାରୀ ପ୍ରଶାନ୍ତ କୁମାର ଭୂପତି ସୁଚନା ଦେଇଛନ୍ତି ।