ପାରଳାଖେମୁଣ୍ଡି ଠାରେ ମୁଖ୍ୟମନ୍ତ୍ରୀ ମକା ମିଶନର ଆଞ୍ଚଳିକ ସ୍ତରୀୟ କ୍ରେତା ବିକ୍ରେତା ସମିଳନୀ ଅନୁଷ୍ଠିତ
ପାରଳାଖେମୁଣ୍ଡି:୧୫/୧୨(ଗରୁଡ଼ ଧ୍ଵଜ ଚୌଧୂରୀ)
ମୁଖ୍ୟମନ୍ତ୍ରୀ ମକା ମିଶନ ଅଧୀନରେ ଗଜପତି ଜିଲ୍ଲା ସମ୍ମନିତ ଆଦିବାସୀ ଉନ୍ନୟନ ସଂସ୍ଥା , ସମ୍ମିଳନୀ କକ୍ଷ ଠାରେ ଆଜି ଏକ ଅତି ଗୁରୁତ୍ୱପୂର୍ଣ୍ଣ ଆଞ୍ଚଳିକ ସ୍ତରୀୟ କେତ୍ରା ବିକ୍ରେତା ସମ୍ମିଳନୀ (Buyer-seller Meet ) ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗଜପତି , ଗଞ୍ଜାମ , ରାୟଗଡା ଓ କନ୍ଧମାଳ ଜିଲ୍ଲାର କୃଷି ଅଧିକାରୀ ମାନେ, ବିଭିନ୍ନ ଗଁ ସହଯୋଗୀ , କୃଷକ ଉତ୍ପାଦକ କମ୍ପାନୀ (FPC ) ର କାର୍ଯ୍ୟକର୍ତ୍ତା , ଅଗ୍ରଣୀ କୃଷକ ବନ୍ଧୁ , ଚାଷୀ , ବଡ ବଡ ଖରିଦଦାର/ବ୍ୟବସାୟୀ ଏବଂ ଜିଲ୍ଲା ପ୍ରଶାସନିକ ଅଧିକାରୀ ମାନେ ଯୋଗ ଦେଇଥିଲେ ।
ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ମୁନିଦ୍ର ହନଙ୍ଗା ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ଚାଷୀର ଉନ୍ନତି ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ I ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ,ଗଜପତି ତଥା ମୁଖ୍ୟମନ୍ତ୍ରୀ ମକା ମିଶନର ଜିଲ୍ଲା ନୋଡାଲ ଅଧିକାରୀ ଶ୍ରୀଯୁକ୍ତ ଏମ୍. ପ୍ରକାଶ ରାଓ କାର୍ଯ୍ୟକ୍ରମକରେ ଅଧ୍ୟକ୍ଷତା କରି କହିଥିଲେ ଯେ ” ଏହି କ୍ରେତା ବିକ୍ରେତା ସମ୍ମିଳନୀ (Buyer-seller Meet ) ଚାଷୀମାନଙ୍କୁ ସିଧାସଳଖ ବଜାର ସହ ଯୋଡିବା ଏବଂ ଗୁଣବତ୍ତା ଆଧାରିତ ନ୍ୟାୟସଙ୍ଗତ ମୂଲ୍ୟ ନିଶ୍ଟିତ କରିବାର ଏକ ମହତ୍ଵପୂର୍ଣ୍ଣ ମଞ୍ଚ । ଚଳିତ ଖରିଫ ଋତୁ ରେ ଆମେ ଗଜପତି ଜିଲ୍ଲାରେ ୭୦୦ ହେକ୍ଟରରେ ମକା ମୁଖ୍ୟ ଫସଲ , ୧୨୦ହେକ୍ଟରରେ ଅନ୍ତଃଫସଲ ସହ ମକା ଏବଂ ୭୦ହେକ୍ଟରରେ sweet corn ର ଫସଲ ପ୍ରଦର୍ଶନ କରିଛୁ । ଆଗାମୀ ରବି ଋତୁରେ ୩୦ହେକ୍ଟର sweet corn ଓ ୧୦ ହେକ୍ଟର ବେବି କଣ୍ଣ ପ୍ରଦର୍ଶନ କରାଯିବ । ଏହି ସବୁ ଉତ୍ପାଦନର ସୁସଙ୍ଗଠିତ ବଜାର ବ୍ୟବସ୍ତା ଗଢି ତୋଳିବା ପାଇଁ ଆଜିର ଏହି ସଭା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି କାର୍ଯ୍ୟକ୍ରମରେ ଆରଏମସି ସମ୍ପାଦକ, ଓରମାସ ଡେପୁଟି-ସିଇଓ, ଜିଏମ ଡ଼ିଆଇସି, କେବିକେ ବୈଜ୍ଞାନିକ , ଏମଟିସିଏସ ଚେୟାରମ୍ୟାନ ଉପସ୍ଥିତ ରହି ମକାର ସଂରକ୍ଷଣ ଓ ବାରୀକରଣ ଉପରେ ନିଜନିଜର ବ୍ୟକ୍ତବ୍ୟ ପ୍ରଦାନ କରିଥିଲେ I
ମୁଖ୍ୟମନ୍ତ୍ରୀ ମକା ମିଶନ ରାଜ୍ୟ ସଂଯୋଜକ ଶ୍ରୀ ରେଡ଼ିଶ କୁମାର ବିଶେଷ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ , ବର୍ତ୍ତମାନ ଏହି ମିଶନ ଓଡ଼ିଶାର ୧୫ଟି ଜିଲ୍ଲାର ୪୫ଟି ବ୍ଲକରେ କାର୍ଯ୍ୟକାରୀ ହେଉଛି । ମାକକୁ “ଶସ୍ୟର ରାଣୀ ” କୁହାଯାଏ ର୍ବାଂଗ ଓଡ଼ିଶାରେ ପ୍ରାୟ ୩ ଲକ୍ଷ ହେକ୍ଟରରେ ଏହାର ଚାଷ ହେଉଛି । ଭାରତ ସରକାରଙ୍କ ୨୦% ଇଥାନଲ ମିଶ୍ରଣ ନୀତି ଯୋଗୁଁ ମକା ଚାଷରେ ନୂଆ ସମ୍ଭାବନା ଖୋଲିଛି। ରାଜ୍ୟରେ ୧୦ଟି ଇଥାନଲ ପ୍ଲାଣ୍ଟ ଓ ନବରଙ୍ଗପୁରର ବିଜୟନଗର ବୟୋ – ଟେକ ଷ୍ଟାର୍ଚ ପ୍ଲାଣ୍ଟ ମକର ବଡ ବଜାର ଭାବେ କାର୍ଯ୍ୟ କରୁଛି । ମିଶନ ଅଧୀନରେ ୪୫ ଟି କୃଷକ ଉତ୍ପାଦକ କମ୍ପାନୀ (FPC ) ଗଠନ ହୋଇସାରିଛି ଯେଉଁଥିରୁ ୧୪ଟି ମହିଳା ନେତୃତ୍ୱାଧୀନ ଅଟେ । ଆଗାମୀ ଦିନରେ ମକା ଚାଷ କୁ ଅଧିକରୁ ଅଧିକ ଲୋକାଦୃତ କରିବା ପାଇଁ ସରକାରୀ ସ୍ତରରେ ଅନେକ ଯୁଗାନ୍ତକାରୀ ପଦକ୍ଷେପ ମନ ନିଆଯିବାର ଯୋଜନା ହୋଇଅଛି ।
ଏହି କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିବାରେ ମୁଖ୍ୟମନ୍ତ୍ରୀ ମକା ମିଶନ ର ସ୍କିମ ଅଫିସର ଶ୍ରୀମତୀ ସଂଘମିତ୍ରା ପ୍ରଧାନ , ଜୋନ-୨ ମାର୍କେଟିଂ ସଂଯାଜକ ଶ୍ରୀ ଦରିଦ୍ର୍ୟ ଭଂଜନ ସାହୁ , ରିଜୋନାଲ କୋ- ଅର୍ଡିନେଟର ଶ୍ରୀ ବିଶ୍ୱରଞ୍ଜନ ପରିଡା , ମୁଲ୍ଟି ସ୍କିଲ୍ ଆସିଷ୍ଟାଣ୍ଟ ଶ୍ରୀ ରଞ୍ଜୀବ ସାହୁ , ସଂଗଠନ ସଂଯାଜକ ଶ୍ରୀ ସୂର୍ଯ୍ୟ ନାରାୟଣ ପ୍ରଧାନ ଏବଂ ଜିଲ୍ଲା କୃଷି ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ଅକ୍ଲାନ୍ତ ପରିଶ୍ରମ କରିଥିଲେ ।
ଏହି ସଭା ମାଧ୍ୟମରେ ଚାଷୀ ଓ ଖରିଦଦାରଙ୍କ ମଧ୍ୟରେ ସିଧାସଳଖ ସମ୍ପର୍କ ଗଢ଼ି ଉଠିଛି ଏବଂ ଗୁଣବତ୍ତା ଆଧାରିତ ମୂଲ୍ୟ ନିର୍ଦ୍ଧାରଣ ଓ ସୁସଙ୍ଗଠିତ ବଜାର ବ୍ୟବସ୍ତା ପ୍ରତି ଏକ ସକାରାତ୍ମକ ପରିବେଶ ସୃଷ୍ଟି ହୋଇଛି ।

