Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଶ୍ବର ଶ୍ରେଷ୍ଠ ୧୦ ହୋଟେଲ ତାଲିକାରେ ଶୀର୍ଷରେ ରାମବାଗ ପ୍ୟାଲେସ

ନୂଆଦିଲ୍ଲୀ: ବିଶ୍ବର ଶ୍ରେଷ୍ଠ ୧୦ ହୋଟେଲ ତାଲିକାରେ ଶୀର୍ଷରେ ରହିଛି ଜୟପୁରର ରାମବାଗ ପ୍ୟାଲେସ। ଅନଲାଇନ୍ ଟ୍ରାଭେଲ ସାଇଟ୍ ଟ୍ରିପ୍ ଆଡଭାଇଜର୍ ଦ୍ୱାରା ବିଶ୍ୱର ବିଭିନ୍ନ ସ୍ଥାନରୁ ଶ୍ରେଷ୍ଠ ୧୦ ଟି ହୋଟେଲର ତାଲିକା ପ୍ରସ୍ତୁତ କରାଯାଇଛି। ୧.୫ ମିଲିୟନରୁ ଅଧିକ ହୋଟେଲ ପାଇଁ ଯାତ୍ରୀମାନେ ଦେଇଥିବା ରିଭ୍ୟୁକୁ ଆଧାର କରି ଏହି ତାଲିକା ପ୍ରସ୍ତୁତ କରାଯାଇଛି।

ଶ୍ରେଷ୍ଠ ହୋଟେଲ ତାଲିକାରେ ପର୍ଯ୍ୟଟକଙ୍କ ପସନ୍ଦ ପାଲଟିଛି ଜୟପୁରର ରାମବାଗ ପ୍ୟାଲେସ। ଶ୍ରେଷ୍ଠ ୧୦ ଭିତରେ ଶୀର୍ଷରେ ସ୍ଥାନିତ ହୋଇଛି ରାମବାଗ ପ୍ୟାଲେସ। ବିଶେଷ କରି ଏହି ସାଇଟ୍ ହୋଟେଲର ଆତିଥ୍ୟ, ପୁଲ୍ ଏବଂ ସ୍ପାକୁ ପ୍ରଶଂସା କରିଥିବା ଦେଖିବାକୁ ମିଳିଛି। ‘ଜୁଏଲ ଅଫ୍ ଜୟପୁରର ’ ନାମରେ ଜଣାଶୁଣା ଏହି ରାମବାଗ ପ୍ୟାଲେସ୍ ଏହି ସାଇଟରେ ପାଞ୍ଚ ହଜାରରୁ ଅଧିକ ଫାଇଭ୍ ଷ୍ଟାର ରେଟିଂ ପାଇଛି।

ଯାତ୍ରୀମାନେ ହୋଟେଲର ପରିବେଶ, ଖାଦ୍ୟ ଏବଂ ହୋଟେଲର କର୍ମଚାରୀଙ୍କୁ ଖୁବ ପ୍ରଶଂସା କରିଛନ୍ତି। ଏହି ସୁବିଧା ରାଜକୀୟ ଶୈଳୀରେ ହେଲେ ବି ଘରୋଇ ଅଭିଜ୍ଞତା’ ପ୍ରଦାନ କରିଥାଏ। ଏହି ରାଜପ୍ରାସାଦ ସ୍ୱାଧୀନତା ପରେ ମହାରାଜା ସାୱାଇ ମନ୍ ସିଂଙ୍କ ଦ୍ୱାରା ନିର୍ମିତ ହୋଇଥିଲା ଏବଂ ବର୍ତ୍ତମାନ ଏହା ଟାଟା ଗ୍ରୁପ୍ ଦ୍ୱାରା ପରିଚାଳିତ।

ରାମବାଗ ପ୍ୟାଲେସ ପରେ ଦ୍ୱିତୀୟ ସ୍ଥାନରେ ରହିଛି ମାଲଦ୍ୱୀପର ଓଜେନ ରିଜର୍ଭ ବୋଲିଫୁଶି। ଏହାହା ବିଶ୍ବ ସର୍ବୋତ୍ତମ ହୋଟେଲ ମଧ୍ୟରେ ସ୍ଥାନିତ ହୋଇଛି। ବ୍ରାଜିଲର କଲିନ୍ ଡି ଫ୍ରାନ୍ସ, ଲଣ୍ଡନର ଶ୍ୟାଙ୍ଗ୍ରି-ଲା ଦି ଶାର୍ଡ, ହଂକଂର ରିଜ୍-କାର୍ଲଟନ୍ ଏବଂ ଦୁବାଇର ଜେଡବ୍ଲୁ ମ୍ୟାରିଓଟ୍ ମାର୍କିସ୍ ହୋଟେଲ ଏହି ତାଲିକାରେ ସ୍ଥାନ ପାଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ