Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୂର୍ବ ସ୍ଥାନକୁ ଫେରୁଛନ୍ତି ଆଦାନୀ; ବିଶ୍ୱର ୨୦ ଧନୀ ବ୍ୟକ୍ତିଙ୍କ ତାଲିକାରେ ହେଲେ ସାମିଲ

ନୂଆଦିଲ୍ଲୀ: ପୁଣି ପୂର୍ବ ସ୍ଥାନକୁ ଫେରୁଛନ୍ତି ଆଦାନୀ ଗ୍ରୁପ୍ ପ୍ରତିଷ୍ଠାତା ଗୌତମ ଆଦାନୀ। ବ୍ଲୁମବର୍ଗ ବିଲିୟନେୟାର ତାଲିକାରେ ଆଦାନୀ ଗ୍ରୁପ୍ ପ୍ରତିଷ୍ଠାତା ତଥା ଚେୟାରମ୍ୟାନ୍ ଗୌତମ ଆଦାନୀ ବିଶ୍ୱର ୨୦ ଜଣ ଧନୀ ବ୍ୟକ୍ତିଙ୍କ ମଧ୍ୟରେ ସାମିଲ ହୋଇଛନ୍ତି। ସେ ୧୮ ତମ ସ୍ଥାନରେ ରହିଛନ୍ତି। ମଙ୍ଗଳବାର ଦିନ ଆଦାନୀ ଗ୍ରୁପ୍‌ କମ୍ପାନୀଗୁଡିକର ସେୟାର ମୂଲ୍ୟ ବୃଦ୍ଧି ପାଇବା ଫଳରେ ଆଦାନୀଙ୍କ ସମ୍ପତ୍ତି ମୂଲ୍ୟ ୪.୩୮ ବିଲିୟନ ଡ଼ଲାରରୁ ୬୪.୨ ବିଲିୟନ ଡ଼ଲାରରେ ପହଞ୍ଚିଛି।
ଫେବୃଆରୀ ୩ ରେ ଗୌତମ ଆଦାନୀ ଧନୀ ତାଲିକାର ଟପ୍‌ ୨୦ରୁ ଖସି ଆସିଥିଲେ। କାରଣ ହିଣ୍ଡେନବର୍ଗର ରିପୋର୍ଟ ଆଦାନୀ ଗ୍ରୁପ୍‌ ତଥା ଏହାର ପ୍ରତିଷ୍ଠାତା ଗୌତମ ଆଦାନୀଙ୍କ ଉପରେ ବେଶ୍‌ ପ୍ରଭାବ ପକାଇଥିଲା। ଏହି ରିପୋର୍ଟ ପ୍ରକାଶ ପାଇବା ପରେ ତାଙ୍କର ସମ୍ପତ୍ତି ମୂଲ୍ୟ ତୀବ୍ର ଭାବେ ହ୍ରାସ ପାଇଥିଲା। ସେପ୍ଟେମ୍ବର ୨୦୨୨ ରେ ୧୫୪ ବିଲିୟନ ଡ଼ଲାରର ସମ୍ପତ୍ତି ସହିତ ବିଶ୍ୱର ଦ୍ୱିତୀୟ ଧନୀ ବ୍ୟକ୍ତି ସ୍ଥାନରେ ରହିଥିଲେ। ଆଦାନୀ ଚଳିତ ବର୍ଷ ଆରମ୍ଭରୁ ୫୬.୪ ବିଲିୟନ ଡ଼ଲାର ହରାଇଥିବା ସୂଚନା ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ