Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକିଲା ମଞ୍ଚ : ତୃତୀୟ ସନ୍ଧ୍ୟାରେ ପ୍ରତିଭାର ନୃତ୍ୟ ସଙ୍ଗମ କାର୍ଯ୍ୟକ୍ରମ

କଳାହାଣ୍ଡି, ୧୯/୧୨-ଦେଶର ଅଗ୍ରଣୀ ସାଂସ୍କୃତିକ ସଂଗଠନ ପ୍ରତିଭା ଅନୁଷ୍ଠାନ ଦ୍ୱାରା ଆୟୋଜିତ ନୃତ୍ୟ ସଙ୍ଗମ କାର୍ଯ୍ୟକ୍ରମର ରୌପ୍ୟ ଜୟନ୍ତୀ ବର୍ଷର ତୃତୀୟ ସନ୍ଧ୍ୟାରେ ଆଜି ଦେଶ ବିଦେଶରୁ ଆସିଥିବା କଳାକାରମାନଙ୍କ ଦ୍ୱାରା ଆକର୍ଷଣୀୟ ରଙ୍ଗାରଙ୍ଗ କାର୍ଯ୍ୟକ୍ରମକୁ ବିଳମ୍ବିତ ରାତିଯାଏଁ କଳା ଓ ସଂସ୍କୃତିପ୍ରେମୀ ଦର୍ଶକ ଉପଭୋଗ କରିଥିଲେ। ମୁଖ୍ୟଅତିଥି ଭାବେ ମାଆ ମାଣିକେଶ୍ବରୀ ବିଶ୍ୱବିଦ୍ୟାଳୟର ଉପ କୁଳସଚିବ ଡ. ଜୟଦେବ ସାହୁ, ସମ୍ମାନିତ ଅତିଥି ଭାବେ ନାଟ୍ୟକାର ଡ. ଉମେଶ ଚନ୍ଦ୍ର ଶତପଥି, ପ୍ରଗତି ଶିକ୍ଷାନୁଷ୍ଠାନର ନିର୍ଦ୍ଦେଶକ ଅଜୟ କୁମାର ପଣ୍ଡା, ବିଶିଷ୍ଟ ଲୋକବାଦ୍ୟ ସଂରକ୍ଷକ ଓ ଗବେଷକ ରବିରତନ ସାହୁ ଯୋଗ ଦେଇଥିଲେ। ପ୍ରତିଭା ଅନୁଷ୍ଠାନର ସଭାପତି ଧ୍ୟାନାନନ୍ଦ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ତୃତୀୟ ସନ୍ଧ୍ୟାର ସଭା କାର୍ଯ୍ୟକ୍ରମରେ ଅନୁଷ୍ଠାନର ସାଧାରଣ ସଂପାଦକ ଚିଣ୍ଟୁ ପ୍ରସାଦ ନାଏକ ପ୍ରମୁଖ ମଞ୍ଚାସୀନ ଥିଲେ। ଅଞ୍ଜନ ପ୍ରଧାନ ସଭା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ ପ୍ରତିଭା ଶିଶୁ ପ୍ରତିଭା ସମ୍ମାନରେ ସୁଶ୍ରୀ ଅଭୀପ୍ସା ଅନନ୍ୟା ସାହୁ, ସୁଶ୍ରୀ ସଞ୍ଚିତା ଶୁଭଦର୍ଶିନୀଙ୍କୁ ସମ୍ମାନିତ କରାଯାଇଥିବାବେଳେ ସାମନ୍ତ ଖମାରୀଙ୍କୁ ପ୍ରତିଭା ସେବାରତ୍ନ ସମ୍ମାନ, ଗୌରଚନ୍ଦ୍ର ମହାରଣାଙ୍କୁ ପ୍ରତିଭା ଶିଳ୍ପୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। ସେହିପରି ଅଜିତ କୁମାର ସାହୁ ଓ ଜିତୁ ପ୍ରସାଦ ନାଏକଙ୍କୁ ସହଯୋଗୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଶେଷରେ ଅନୁଷ୍ଠାନର ସଂପାଦକ ଶ୍ରୀ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ। ଏହାପରେ ପରେ ଦେଶ ତଥା ବିଦେଶରୁ ଆସିଥିବା କଳାକାରମାନଙ୍କ ଦ୍ୱାରା ଆକର୍ଷଣୀୟ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ବିଶିଷ୍ଟ ଉଦଘୋଷକ ସୁଧୀର ନାଏକ ଓ ଅଞ୍ଜନ ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ। ସେହିପରି କଳାହାଣ୍ଡି ଆର୍ଟ ଏଣ୍ଡ କଲଚର ଏକାଡେମୀ ଦ୍ୱାରା ଆୟୋଜିତ ଚିତ୍ରକଳା ପ୍ରଦର୍ଶନୀରେ ଆଜି ଦିନତମାମ ଦର୍ଶକ ଓ ଚିତ୍ରକଳା ପ୍ରେମୀଙ୍କ ଭିଡ଼ ଜମିଥିଲା। ଏପରିକି ବିଶିଷ୍ଟ ଲୋକବାଦ୍ୟ ଓ ଲୋକ ସଂସ୍କୃତି ସଂରକ୍ଷକ ରବିରତନ ସାହୁଙ୍କ ଦ୍ୱାରା ପ୍ରସ୍ତୁତ ‘ମ୍ୟୁଜିକ ଟ୍ରି’ କଳା ସଂସ୍କୃତି ପ୍ରେମୀଙ୍କୁ ବେଶ ଆକୃଷ୍ଟ କରିଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ