Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୬ ହଜାର କର୍ମଚାରୀଙ୍କୁ ଛଟେଇ କଲା ମେଟା

ନୂଆଦିଲ୍ଲୀ: ସମସ୍ତେ ଏ ସମ୍ପର୍କରେ ଅବଗତ ଥିବେ ଯେ ବୈଷୟିକ କ୍ଷେତ୍ରରେ ଚାକିରିକୁ ନେଇ ସମସ୍ୟା ବଢିବାରେ ଲାଗିଛି। ବଡ଼ ବଡ଼ କମ୍ପାନୀ ବହୁ ସଂଖ୍ୟାରେ କର୍ମଚାରୀଙ୍କୁ ଛଟେଇ କରୁଥିବା ଦେଖିବାକୁ ମିଳିଛି। ରିପୋର୍ଟ ଅନୁଯାୟୀ ଲେଫ୍ ଟ୍ରାକିଂ ୱେବସାଇଟ୍ Laoff.fyi ଅନୁଯାୟୀ, ପ୍ରାୟ ୧୮ ଲକ୍ଷ ଟେକ୍ କର୍ମଚାରୀ ମେ ୧୮, ୨୦୨୩ ସୁଦ୍ଧା ଚାକିରି ହରାଇଛନ୍ତି। ଏହି ସମୟରେ, ଏହାର ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଉଛି। ତେବେ ସଦ୍ୟ ସୂଚନା ଅନୁଯାୟୀ ଫେସ୍‌ବୁକ ପ୍ୟାରେଣ୍ଟ କମ୍ପାନୀ ମେଟା ବିଶ୍ୱରେ ପ୍ରାୟ ୯ ହଜାର କର୍ମଚାରୀଙ୍କୁ ଛଟେଇ କରିଛି। ଯେଉଁମାନେ ଚାକିରି ହରାଇଛନ୍ତି ସେମାନେ ଲିଙ୍କଡ୍‌ଇନ୍‌ରେ ସେମାନଙ୍କର ଦୁଃଖ କାହାଣୀ ସେୟାର କରୁଛନ୍ତି। ଗତ ମାର୍ଚ୍ଚ ମାସରେ କମ୍ପାନୀ ୧୦ ହଜାର କର୍ମଚାରୀଙ୍କୁ ଛଟେଇ କରିବା ନେଇ ଘୋଷଣା କରିଥିଲା।

ଗତକାଲି ଠାରୁ ୬ ହଜାର କର୍ମଚାରୀଙ୍କୁ ଛଟେଇ ଆରମ୍ଭ କରିଛି କମ୍ପାନୀ। ଏହି ଛଟେଇ କମ୍ପାନୀର ବିଭିନ୍ନ ବର୍ଗ କର୍ମଚାରୀ ଯଥା ବ୍ୟବସାୟ, ବିଜ୍ଞାପନ ବିଭାଗ, ମାର୍କେଟିଂ, କମ୍ୟୁନିକେସନ, ଓ ପାର୍ଟରସିପ୍ ବିଭାଗରୁ ବଡ଼ ବଡ଼ ଅଫିସରଙ୍କୁ ବି ଛଟେଇ କରାଯାଇଛି। ବର୍ତ୍ତମାନ ସୁଦ୍ଧା ମେଟ ୨୧ ହଜାର କର୍ମଚାରୀ ଛଟେଇ କରିସାରିଛି। ନଭେମ୍ବର ୨୦୨୨ରେ କମ୍ପାନୀ ପ୍ରଥମ ଥର ପାଇଁ ୧୧ ହଜାର କର୍ମଚାରୀ ଛଟେଇ କରିଥିଲା। 

More Stories