Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୨୮ରେ ନୂଆ ସଂସଦ ଭବନ ଉଦ୍‌ଘାଟନ; ଆସିବେ ୧୫ ଦଳ

ନୂଆଦିଲ୍ଲୀ: ନୂଆ ସଂସଦ ଭବନ ଉଦ୍‌ଘାଟନକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ମେ ୨୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ଉଦଘାଟନ କରିବେ। ଉଦଘାଟନୀ ଉତ୍ସବକୁ କିଏ ଆସିବେ ଆଉ କିଏ ଆସିବେନି ସେ ନେଇ ଚର୍ଚ୍ଚା ହେଉଛି। ୧୯ ବିରୋଧୀ ଦଳ ଏହାକୁ ବୟକଟ୍ କରିଥିବା ବେଳେ ୧୫ଟି ଦଳ ଉଦ୍‌ଘାଟନୀ ଉତ୍ସବରେ ଯୋଗ ଦେବେ ବୋଲି ସୂଚନା ମିଳିଛି। ଯୋଗ ଦେବାକୁ ଆସୁଥିବା ଏହି ୧୫ ଦଳ ମଧ୍ୟରେ ଅଧିକାଂଶ ବିଜେପି ସହଯୋଗୀ ଦଳ ହୋଇଥିବା ବେଳେ କିଛି ବିଜେପି ଅନୁଗାମୀ ଦଳ ରହିଛନ୍ତି। ତେବେ ସବୁଠୁ ଗୁରୁତବପୂର୍ଣ୍ଣ କଥା ହେଉଛି ଏହା ମଧ୍ୟରେ ବିଜେଡି ମଧ୍ୟ ରହିଛି।

କିଛି ଦଳ ନୂଆ ସଂସଦ ଭବନର ଉଦ୍‌ଘାଟନ ପ୍ରଧାନମନ୍ତ୍ରୀଙ୍କ ବଦଳରେ ରାଷ୍ଟ୍ରପତି କରିବା ଉଚିତ ବୋଲି କହିଛନ୍ତି। ରାଷ୍ଟ୍ରପତି ଏହାର ଉଦ୍‌ଘାଟନ କଲେ ସେମାନେ ଏହି ଉତ୍ସବରେ ଯୋଗ ଦେବେ ବୋଲି ବିରୋଧୀ ଦଳମାନେ ମତ ପ୍ରକାଶ କରିଛନ୍ତି।

ବିଜେପି, ଏକନାଥ ସିନ୍ଦେଙ୍କ ଶିବସେନା, ନ୍ୟାସ୍‌ନାଲ ପିପୁଲ୍ସ ପାର୍ଟି(ଏନ୍‌ପିପି), ନ୍ୟାସ୍‌ନାଲିଷ୍ଟ ଡେମୋକ୍ରାଟିକ୍ ପ୍ରୋଗ୍ରେସିଭ୍ ପାର୍ଟି(ଏନ୍‌ଡିପିପି), ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚା(ଏସ୍‌କେଏମ୍‌), ରାଷ୍ଟ୍ରୀୟ ଲୋକଜନଶକ୍ତି ପାର୍ଟି(ଆର୍‌ଏଲ୍‌ଜେପି), ଆପନା ଦଳ(ସୋନେଲାଲ), ରିପବ୍ଲିକାନ ପାର୍ଟି ଅଫ୍ ଇଣ୍ଡିଆ(ଆର୍‌ପିଆଇ), ତାମିଲ ମାନିଲା କଂଗ୍ରେସ, ଅଲ୍ ଇଣ୍ଡିଆ, ଆନ୍ନା ଦ୍ରାବିଡ଼ ମୁନ୍ନେତ୍ରା କାଝାଗମ(ଏଆଇଏଡିଏମ୍‌କେ), ଅଲ୍ ଝାରଖଣ୍ଡ ଷ୍ଟୁଡେଣ୍ଟ ୟୁନିୟନ(ଏଜେଏସ୍‌ୟୁ), ମିଜୋ ନ୍ୟାସ୍‌ନାଲ ଫ୍ରଣ୍ଟ(ଏମ୍‌ଏନ୍‌ଏଫ୍‌), ଯୁବଜନ ଶ୍ରମିକ ରାଇଥୁ କଂଗ୍ରେସ ପାର୍ଟି(ୱାଇଏସ୍‌ଆର୍‌ସିପି), ତେଲଗୁ ଦେସମ ପାର୍ଟି(ଟିଡିପି), ଶିରୋମଣି ଅକାଳି ଦଳ(ଏସ୍ଏଡି) ଏବଂ ବିଜୁ ଜନତା ଦଳ(ବିଜେଡି) ଏହିସବୁ ଦଳ ଉଦ୍‌ଘଟାନୀ ଉତ୍ସବକୁ ଆସିବେ ବୋଲି ସୂଚନା ମିଳିଛି।

ଏଥିରେ କଂଗ୍ରେସ ସମେତ, ଆମ୍ ଆଦ୍‌ମୀ ପାର୍ଟି, ତୃଣମୂଳ କଂଗ୍ରେସ, ଦ୍ରାଭିଡ଼ ମୁନ୍ନେତ୍ରା କାଝାଗାମ,ବାମ ଦଳ, ରାଷ୍ଟ୍ରୀୟ ଜନତା ଦଳ, ଜନତା ଦଳ ୟୁନାଇଟେଡ୍, ନ୍ୟାସ୍‌ନାଲ କଂଗ୍ରେସ ପାର୍ଟି, ସମାଜବାଦୀ ପାର୍ଟି, ଉଦ୍ଧବ ବାଲାସାହେବ ଠାକ୍‌ରେ ଶିବସେନା ଓ ଅନ୍ୟମାନେ ନୂଆ ସଂସଦ ଭବନକୁ ଉଦ୍‌ଘାଟନୀ କାର୍ଯ୍ୟକ୍ରମକୁ ଆସିବେ ନାହିଁ ବୋଲି ବୁଧବାର ମିଳିତ ଭାବେ କହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ