Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଗିଡିବାରେ ଲାଗିଛି ଆପ୍ ନେତା ସତ୍ୟେନ୍ଦ୍ର ଜୈନ୍‌ଙ୍କ ସ୍ବାସ୍ଥ୍ୟାବସ୍ଥା; ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: ତିହାର ଜେଲରେ ରହୁଥିବା ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍‌ ଗୁରୁବାର ସକାଳେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିବାରେ ଲାଗିଛି। ସେ ହଠାତ ବାଥରୁମରେ ତଳେ ପଡ଼ିଯାଇ ଚେତାଶୂନ୍ୟ ହୋଇଯାଇଥିବା ସୂଚନା ମିଳିଛି। ଏହି ସମୟରେ ସେ ସାମାନ୍ୟ ଆହତ ମଧ୍ୟ ହୋଇଛନ୍ତି। ପରେ ଜେଲ ପ୍ରଶାସନ ଦଳ ତାଙ୍କୁ ଚେକଅପ୍ ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଥିବା ଜଣାପଡ଼ିଛି। ଗୋଟିଏ ସପ୍ତାହ ଭିତରେ ତିନି ଥର ଡାକ୍ତରଖାନାରେ ଭର୍ତ୍ତି ହେଲେଣି ଜୈନ୍‌।

ବର୍ତ୍ତମାନ ଆମ୍ ଆଦମୀ ପାର୍ଟିର ମୁଖ୍ୟ ତଥା ଦିଲ୍ଲୀର ସିଏମ୍ ଅରବିନ୍ଦ କେଜ୍ରିୱାଲ ଏହି ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେ ଟୁଇଟ୍ କରି ଲେଖିଛନ୍ତି, ଯେଉଁ ବ୍ୟକ୍ତି ଦିନରାତି ଜନସାଧାରଣଙ୍କୁ ଭଲ ଚିକିତ୍ସା ଏବଂ ଉତ୍ତମ ସ୍ୱାସ୍ଥ୍ୟ ଯୋଗାଇବା ପାଇଁ କାର୍ଯ୍ୟ କରୁଥିଲେ, ଆଜି ସେ ନର୍କ ଯନ୍ତ୍ରଣା ଭୋଗୁଛନ୍ତି। ସେ ଆହୁରି କହିଛନ୍ତି ଯେ ଭଗବାନ ସମସ୍ତଙ୍କୁ ଦେଖୁଛନ୍ତି, ସେ ସମସ୍ତଙ୍କୁ ନ୍ୟାୟ ଦେବେ। ସତ୍ୟେନ୍ଦ୍ର ଜୀଙ୍କର ଶୀଘ୍ର ଆରୋଗ୍ୟ ଲାଭ ପାଇଁ ମୁଁ ଭଗବାନଙ୍କୁ ପ୍ରାର୍ଥନା କରୁଛି। ଏହି ପ୍ରତିକୂଳ ପରିସ୍ଥିତି ବିରୁଦ୍ଧରେ ଲଢିବାକୁ ଭଗବାନ ସେମାନଙ୍କୁ ଶକ୍ତି ଦିଅନ୍ତୁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ