Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନୂତନ ସଂସଦ ଭବନ ଉଦଘାଟନୀ ଉତ୍ସବରେ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ କରାନଯିବା ଦୁର୍ଭାଗ୍ୟଜନକ : ଓଡ଼ିଶାରୁ ଶୁଭିଲା ପ୍ରତିବାଦର ସ୍ବର

କଳାହାଣ୍ଡି: ଆସନ୍ତା ୨୮ ତାରିଖ ଦିନ ଦେଶର ରାଜଧାନୀ ନୂଆଦିଲ୍ଲୀଠାରେ ନବନିର୍ମିତ ସଂସଦ ଭବନର ଉଦଘାଟନୀ ଉତ୍ସବ ସ୍ତିରୀକୃତ ହୋଇଛି ! ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ଉଦଘାଟନ କରିବେ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସୂଚନା ଦେଇଛନ୍ତି ! ତେବେ ଦେଶବ୍ୟାପି ମହାମାରୀ କରୋନାର ଘନଘଟା ସମୟରେ ସେଣ୍ଟ୍ରାଲ ଭିସ୍ତା ପ୍ରକଳ୍ପ ଅନ୍ତର୍ଗତ ୧୩.୪୫୦ କୋଟି ବିନିମୟରେ ଏଇ ପ୍ରକଳ୍ପର କାର୍ଯ୍ୟ ଜାରି ରଖିବାକୁ ନେଇ ସମାଲୋଚିତ ହୋଇଥିବା କେନ୍ଦ୍ର ସରକାର ଏହାର ଉଦଘାଟନୀ ସମାରୋହକୁ ନେଇ ମଧ୍ୟ ସମାଲୋଚନାର ଶିକାର ହୋଇଛନ୍ତି ! ଏପରିକି ଦେଶର ପ୍ରମୁଖ ଜାତୀୟ ଦଳ କଂଗ୍ରେସ ସମେତ ଅନ୍ୟ ୧୯ଟି ରାଜନୈତିକ ଦଳ ମିଳିତ ଭାବେ ବିବୃତି ଜାରି କରି ଉଦଘାଟନୀ କାର୍ଯ୍ୟକ୍ରମର ବର୍ଜନ କରିବାକୁ ଘୋଷଣା କରିଛନ୍ତି ! ସାମ୍ବିଧାନିକ ବିଧିବ୍ୟବସ୍ଥା ଅନୁସାରେ ସଂସଦର ଉଭୟ ଗୃହର ବୈଠକ ଆହ୍ବାନ କରିବା ତଥା ଉଭୟ ରାଜ୍ୟସଭା ଓ ଲୋକସଭାର ମିଳିତ ବୈଠକରେ ଅଧ୍ୟକ୍ଷତା କରୁଥିବା ରାଷ୍ଟ୍ରପତିଙ୍କୁ ଏଥିପାଇଁ ନିମନ୍ତ୍ରଣ କରାଯାଇନଥିବା ହିଁ ଏସବୁର କାରଣ ବୋଲି ଜଣାପଡ଼ିଛି ! ରାଷ୍ଟ୍ରପତି ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ଓ ଦେଶର ପ୍ରଥମ ନାଗରିକ ଭାବେ ନୂତନ ସଂସଦ ଭବନର ଉଦଘାଟନ ପାଇଁ ତାଙ୍କୁ ନିମନ୍ତ୍ରଣ ଦିଆଯିବା କଥା କିନ୍ତୁ ତାଙ୍କୁ ଏଇ ଉଦଘାଟନୀ କାର୍ଯ୍ୟକ୍ରମରୁ ବାଦ୍ ଦିଆଯିବାକୁ ନେଇ ଦେଶ ବ୍ୟାପି ସମାଲୋଚନା କରାଯାଉଛି ! ଏପରିକି ଜଣେ ଆଦିବାସୀ ମହିଳା ଓ ଜଣେ ଓଡ଼ିଆ ଭାବେ ଦ୍ରୌପଦୀ ମୁର୍ମୁଙ୍କୁ ଅଣଦେଖା କରାଯାଉଥିବା ନେଇ ଏବେ ଓଡ଼ିଶାରେ ବି କୁହୁଳୁଛି ଅସନ୍ତୋଷର ନିଆଁ ! ଏଇପରି ଭାବେ ରାଷ୍ଟ୍ରପତିଙ୍କୁ ସଂସଦ ଭବନ ଉଦଘାଟନୀ କାର୍ଯ୍ୟକ୍ରମରେ ଅଣଦେଖା ନେଇ ପ୍ରଶ୍ନ ଉଠାଇବା ସହ କଳାହାଣ୍ଡି ଜିଲ୍ଲାର ଜଣେ ଯୁବ ସମାଜସେବୀ ଓ ସାମ୍ବାଦିକ ସୁଶୀଲ କୁମାର ବାଗ ଟ୍ବିଟ୍ ଜରିଆରେ ନିଜର ଅସନ୍ତୋଷ ଜାହିର କରିଛନ୍ତି ! ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଟେଗ୍ କରାଯାଇଥିବା ଟ୍ବିଟରେ ଦେଶର ପ୍ରଥମ ନାଗରିକଙ୍କୁ ଏଥିରେ ସାମିଲ କରାନଯିବାକୁ ନେଇ ଅସନ୍ତୋଷ ବ୍ୟକ୍ତ କରାଯାଇଛି !

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ