Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜେଲରେ ଜନ୍ମ, ସ୍ନାତକରେ ଟପ୍ପର ହେବା ପରେ ଏବେ ହାଭାର୍ଡରେ ପଢିବେ ଏହି ଯୁବତୀ

ନୂଆଦିଲ୍ଲୀ: ଜେଲରେ ଜନ୍ମଗ୍ରହଣ। ମାଆର ସ୍ନେହ ମମତା ବି ମିଳିନି। ଏସବୁ ପରେ ବି ଜଣେ ଯୁବତୀ ହାଇସ୍କୁଲରେ ଗ୍ରାଜୁଏଟରେ ଟପ୍ପର ହୋଇ ହାଭାର୍ଡ ବିଶ୍ଵ ବିଦ୍ୟାଳୟରେ ପଢିବା ପାଇଁ ଯୋଜନା କରିଛନ୍ତି। ଦ କୁରିୟରର ରିପୋର୍ଟ ଅନୁଯାୟୀ ଗାଲଭେଷ୍ଟନ କାଉଣ୍ଟି ଜେଲରେ ଜନ୍ମିତ ଟେକ୍ସାସର ୧୮ ବର୍ଷୀୟ ଯୁବତୀ ଆରୋରା ସ୍କାଇ କାଷ୍ଟନର କୋନରୋ ହାଇସ୍କୁଲରେ ନିଜର ସ୍ନାତକ ପୂରଣ କରିଛନ୍ତି।

କାଷ୍ଟନରଙ୍କ ମାଆ ଯେବେ ତାଙ୍କୁ ଜନ୍ମ ଦେଲେ ସେହି ସମୟରେ ଜେଲରେ ଥିଲେ। କାଷ୍ଟନରଙ୍କ ମାଆ ଝିଅର କୌଣସି ଯତ୍ନ ନେଇ ପାରିନଥିଲେ। ଜନ୍ମ ପରେ ତାଙ୍କ ବାପା ଜେଲରୁ କାଷ୍ଟନରଙ୍କୁ ନେଇ ଯାଇଥିଲେ। ସେ ଝିଅର ଲାଳନ ପାଳନ କରି ଛୋଟରୁ ବଡ଼ କରିଛନ୍ତି। କାଷ୍ଟନର ନିଜର ଅଧ୍ୟବସାୟ ବଳରେ ନିଜ ହାଇସ୍କୁଲରେ ସ୍ନାତକରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି। ହାଭାର୍ଡରେ ପଢିବା ପାଇଁ ସେ ଆବେଦନ କରିଛନ୍ତି। ଆଉ ଆବେଦନ ପତ୍ରରେ ପ୍ରଥମରୁ ସେ ଲେଖିଛନ୍ତି ଯେ, ମୁଁ ଜେଲରେ ଜନ୍ମ ହୋଇଥିଲି।

ପ୍ରାରମ୍ଭିକ ପ୍ରକ୍ରିୟା ପରେ ଆଇଭି ଲିଗ୍ ଜରିଆରେ ସେ ହାଭାର୍ଡ ବିଶ୍ଵ ବିଦ୍ୟାଳୟରେ ପଢିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ନାମ ଲେଖା ସରିବା ପରେ କାଷ୍ଟନର ଲରେ ପଢିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ଆବେଦନ ପତ୍ରରେ ପ୍ରଥମ ଧାଡ଼ିରେ ସେ ଲେଖିଥିବା ମୁଁ ଜେଲରେ ଜନ୍ମ ହୋଇଛି ବାକ୍ୟଟି ଚର୍ଚ୍ଚାର ବିଷୟ ପାଲଟିଛି। ସାମାଜିକ ଗଣମାଧ୍ୟମରେ ତାଙ୍କୁ ବେଶ ପ୍ରଶଂସା କରାଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ