Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଓଡ଼ିଶାଭାସ୍କର ବାର୍ଷିକ ସମାରୋହରେ ସମ୍ମାନିତ ହେଲେ କଳାହାଣ୍ଡି ଜିଲ୍ଲା ପ୍ରତିନିଧି ଲକ୍ଷ୍ମୀରଞ୍ଜନ ବାଗ

କଳାହାଣ୍ଡି,୨୮/୦୫-ଭୁବନେଶ୍ବରସ୍ଥିତ ଲାଫେଷ୍ଟା ସମ୍ମିଳନୀ କକ୍ଷ ପରିସରରେ ଓଡ଼ିଶାର ଅଗ୍ରଣୀ ସମ୍ବାଦପତ୍ର ଓ ଡିଜିଟାଲ ଚ୍ୟାନେଲ ଓଡ଼ିଶାଭାସ୍କରର ବାର୍ଷିକ ସମାରୋହ ଏବଂ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ! ଏଥିରେ ମୁଖ୍ୟ ଅତିଥି ଭାବେ ଓଡ଼ିଶାଭାସ୍କରର ପରିଚାଳନା ନିର୍ଦ୍ଦେଶକ ମଧୁ ମହାନ୍ତି ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଓଡ଼ିଶାଭାସ୍କରର ମୁଖ୍ୟ ସଂପାଦକ ପ୍ରଦୋଷ ପଟ୍ଟନାୟକ ଯୋଗ ଦେଇ ସାରା ରାଜ୍ୟର କୋଣ ଅନୁକୋଣରୁ ଯୋଗଦେଇଥିବା ଚାରିଶହରୁ ଉର୍ଦ୍ଧ୍ବ ସାମ୍ବାଦିକଙ୍କୁ ସମ୍ବୋଧିତ କରିଥିଲେ ! ଏଥିରେ ଓଡ଼ିଶାଭାସ୍କର ସଂପାଦନା ବିଭାଗ ମୁଖ୍ୟ କୌସ୍ତୁଭ ଦାସ ସଭା ପରିଚାଳନା କରିଥିବାବେଳେ ଅବିନାଶ ଧଳ ଧନ୍ୟବାଦ ଦେଇଥିଲେ ! ଏଇ ଅବସରରେ ଓଡ଼ିଶାଭାସ୍କରର କଳାହାଣ୍ଡି ଜିଲ୍ଲା ପ୍ରତିନିଧି ଲକ୍ଷ୍ମୀରଞ୍ଜନ ବାଗଙ୍କୁ ଶ୍ରେଷ୍ଠ ସାମ୍ବାଦିକ ସମ୍ମାନରେ ସମ୍ମାନିତ କରାଯାଇଥିଲା ! ସୂଚନାଯୋଗ୍ୟ, ଓଡ଼ିଶାଭାସ୍କରର କଳାହାଣ୍ଡି ଜିଲ୍ଲା ପ୍ରତିନିଧି ଭାବେ କାର୍ଯ୍ୟରତ ଶ୍ରୀ ବାଗ ଜିଲ୍ଲାର ବିଭିନ୍ନ ପ୍ରସଙ୍ଗ ଉପରେ ସମ୍ବାଦ ପରିବେଷଣ ସହିତ ଓଡ଼ିଶାଭାସ୍କର ଡିଜିଟାଲ ଗଣମାଧ୍ୟମକୁ ଜିଲ୍ଲାରେ ଏକ ଆଗଧାଡ଼ିର ଗଣମାଧ୍ୟମ ଭାବରେ ପରିଚିତି ଆଣି ଦେଇଛନ୍ତି ! ସେହିପରି ସମସ୍ୟା ବହୁଳ, ମାଓ ଉପଦ୍ରୁତ ଅଞ୍ଚଳରେ ନିର୍ଭୀକତାର ସହିତ ସାମ୍ବାଦିକତା କରି ସରକାର ଓ ପ୍ରଶାସନ ନିକଟରେ ଯୋଗସୂତ୍ର ପାଲଟିଛନ୍ତି ! ତାଙ୍କ ସମ୍ବର୍ଦ୍ଧନା ଖବର ମିଳିବା ପରେ ବିଭିନ୍ନ ମହଲରେ ଶୁଭେଚ୍ଛାର ସୁଅ ଛୁଟୁଛି !