କଳାହାଣ୍ଡି ସ୍ୱତନ୍ତ୍ର ଉନ୍ନୟନ ପରିଷଦ ପୁନଃଗଠିତ: ବିଜୟ ଦିଶାରୀ ଅଧ୍ୟକ୍ଷ : ରୀନା ଭୋଇ ଉପାଧ୍ୟକ୍ଷା
କଳାହାଣ୍ଡି,୦୬/୦୪-ବିଜେଡି ଶାସନ ସମୟରେ ରୂପ ନେଇଥିବା କଳାହାଣ୍ଡି ସ୍ୱତନ୍ତ୍ର ଉନ୍ନୟନ ପରିଷଦକୁ ପୁନଃଗଠନ କରାଯାଇଛି। ଏହାର ନୂତନ ଅଧ୍ୟକ୍ଷ ଭାବେ ବରିଷ୍ଠ ବିଜେପି ନେତା ବିଜୟ ଦିଶାରୀଙ୍କ ନାମ ଘୋଷଣା କରାଯାଇଥିବାବେଳେ ଉପାଧ୍ୟକ୍ଷ ଭାବେ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟା ରୀନା ଭୋଇଙ୍କ ନାମ ଘୋଷଣା କରାଯାଇଛି। ଶ୍ରୀ ଦିଶାରୀ ପୂର୍ବରୁ ଲାଞ୍ଜିଗଡ଼ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ। ଆଗକୁ ଜୟପାଟଣା ଓ ନର୍ଲା ଏନଏସି ନିର୍ବାଚନ ଥିବାବେଳେ ଶ୍ରୀ ଦିଶାରୀ ଜୟପାଟଣା ଓ ସୁଶ୍ରୀ ଭୋଇ ନର୍ଲା ଅଞ୍ଚଳର ହୋଇଥିବାରୁ ରାଜନୈତିକ ଦୃଷ୍ଟିକୋଣରୁ ମଧ୍ୟ ଏହି ନିଯୁକ୍ତି ବେଶ ଗୁରୁତ୍ୱ ବହନ କରୁଛି।

