ଏଣିକି ମୋବାଇଲ ନମ୍ବର ପାଇଁ ଗ୍ରାହକଙ୍କୁ ବାଧ୍ୟ କରିପାରିବେନି ମଲ୍ ଓ ଦୋକାନୀ


ଭୁବନେଶ୍ବର: ଏଣିକି ମଲ ବୁଲିବାକୁ ଯାଉଥିବା ଗ୍ରାହକଙ୍କୁ ମୋବାଇଲ ନମ୍ବର ପାଇଁ ବାଧ୍ୟ କରିପାରିବେନି ଦୋକାନୀ । ଏଭଳି କରିବା ଦଣ୍ଡନୀୟ ଅପରାଧ। ଏ ନେଇ ଏକ ନୂଆ ନିୟମ ବାହାର କରିଛନ୍ତି କେନ୍ଦ୍ର ସରକାର । ଗ୍ରାହକଙ୍କୁ ମୋବାଇଲ ନମ୍ବର ପାଇଁ ବାଧ୍ୟ କରିପାରିବେନି କୌଣସି ମଲ ଓ ଦୋକାନୀ। ଏମିତି ନକରିବାକୁ ଉପ‌ଭୋକ୍ତା ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଲୋକଙ୍କ ଅନିଚ୍ଛା ସତ୍ୱେ ମୋବାଇଲ ନମ୍ବର ଦେବାକୁ ମଲଗୁଡିକ ଗାହକଙ୍କୁ ବାଧ୍ୟ କରୁଥିବା ଦେଖିବାକୁ ମିଳୁଛି ।

ମଲ ଓ ଦୋକାନୀ ମୋବାଇଲ ନମ୍ବର ନେବା ପରେ ନିଜ ବ୍ରାଣ୍ଡର ପ୍ରମୋସନ ପାଇଁ ଗ୍ରାହକଙ୍କୁ ମେସେଜ କରିଥାନ୍ତି । ଏହାଦ୍ବାରା ଗ୍ରାହକ ଅସନ୍ତୋଷ ପ୍ରକାଶ କରୁଥିବା ଦେଖିବାକୁ ମିଳୁଛି। ଯେପରି ମୋବାଇଲ ନମ୍ବର ପାଇଁ ଗ୍ରାହକଙ୍କୁ ବାଧ୍ୟ କରାନଯାଏ ସେଥିପାଇଁ ଉପଭୋକ୍ତା ବ୍ୟାପାର ସଚିବ ଦେଶର ପ୍ରମୁଖ ଶୀଳ୍ପ ସଂସ୍ଥା ସିଆଇଆଇ, ଫିକି, ସିଏଆଇଟି, ଆସୋଚାମ ଓ ଭାରତୀୟ ରିଟେଲ ସଂଘକୁ ଚିଠି ଲେଖିଛନ୍ତି ।