Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ତୀବ୍ର ହେଉଛି ଆନ୍ଦୋଳନ; ଟ୍ବିଟରରେ ଟ୍ରେଣ୍ଡ କରୁଛି #WrestlersProtest

ନୂଆଦିଲ୍ଲୀ: ତୀବ୍ର ହେଉଛି କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନ । ରେସଲର ପ୍ରୋଟେଷ୍ଟକୁ ଚାରିଆଡେ ଚର୍ଚ୍ଚା। ଟ୍ବିଟରରେ ବି ଟେଣ୍ଡ କରୁଛି ହ୍ୟାସଟ୍ୟାଗ୍ ରେସଲର ପ୍ରୋଟେଷ୍ଟ । ଦିଲ୍ଲୀ ଜନ୍ତରମନ୍ତରରେ ପୋଲିସ ଏବଂ ରେସଲର ମଧ୍ୟରେ ଜୋରଦାର ସଂଘର୍ଷ ଜାରି ରହିଛି। ଜନ୍ତରମନ୍ତରରେ କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନକୁ ଅବରୋଧ କରିଛି ପୋଲିସ। ଜନ୍ତରମନ୍ତରରୁ ସଂସଦ ଭବନରେ ଆଗରେ ବିରୋଧ ପ୍ରଦର୍ଶନ ପାଇଁ ଯିବା ବେଳେ କୁସ୍ତି ଯୋଦ୍ଧାଙ୍କୁ ବାଟରେ ଅଟାକାଇଥିଲା ପୋଲିସ ।

ହେଲେ ବ୍ୟାରିକେଡ ଡେଇଁ କୁସ୍ତିଯୋଦ୍ଧା ମାନେ ଆଗକୁ ମାଡିଚାଲିବାରୁ ସେମାନଙ୍କୁ ପୋଲିସ ଉଠାଇନେଇଥିବା ଣାପଡିଛି। ତେବେ ଏହି ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦିଲ୍ଲୀ ପୋଲିସ କୁସ୍ତିଯୋଦ୍ଧାଙ୍କୁ ରାସ୍ତାରେ ଟଣାଓଟରା କରି ଘୋଷାଡି ନେଉଥିବାର ଭିଡିଓ ଏବେ ଭାଇରାଲ ହେଉଛି । କୁସ୍ତି ମହାସଂଘର ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କ ଗିରଫ ଦାବିରେ ସଂସଦ ଭବନ ଆଡକୁ ଯାଉଥିଲେ କୁସ୍ତିଯୋଦ୍ଧା । ପୋଲିସ ଅଟକାଇବାରୁ ସେଠାରେ ଉତ୍ତେଜନା ସୃଷ୍ଟି ହେବା ସହ ମୁହାଁମୁହିଁ ହୋଇଛନ୍ତି ପୋଲିସ ଓ କୁସ୍ତିଯୋଦ୍ଧା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ