Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଘର ଖାଲିଥିବା ଦେଖି ତାଲା କାଟି ଘରେ ପଶିଲେ ଚୋର! ଲୁଟିନେଲେ ପ୍ରାୟ ୮ ଲକ୍ଷ ଟଙ୍କା ଏବଂ ୧୦ ଭରିର ସୁନାଗହଣା

ସୁନ୍ଦରଗଡ଼, ୨୦| ୪: ସୁଯୋଗ ଅପେକ୍ଷାରେ ଉଣ୍ଡିକି ରହିଥିଲେ | ଆଉ ଘରେ କୌଣସି ସଦସ୍ୟ ନଥିବା ସୁଯୋଗ ପାଇ ପାଚେରୀ ଡେଇଁ ତାଲା କାଟି ଘରେ ଭିତରେ ପଶି କଳାକନା ବୁଲାଇଥିଲେ ଦୁର୍ବୁତ୍ତ | ଆଲମିରା ଭାଙ୍ଗି ୧୦ ଲକ୍ଷ ଟଙ୍କାର ସୁନା ସମେତ ନଗଦ ୮ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି | ସୁନ୍ଦରଗଡ଼ କୁତ୍ରା ଚୁନିପଡ଼ା ଅଞ୍ଚଳରେ ଏଭଳି ଏକ ଅପରାଧିକ ଘଟଣା ଘଟିଛି | ଯାହା ସାରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ସୂଚନା ଅନୁସାରେ, ଚୁନିପଡ଼ାର ବ୍ୟବସାୟୀ ଅବକାଶ ଦାସଙ୍କ ଘରୁ ଦୁର୍ବୃତ୍ତମାନେ ନଗଦ ୮ ଲକ୍ଷ ଟଙ୍କା ସମେତ ସୁନାଗହଣା ଚୋରି କରି ପରେ ଫେରାର ହୋଇଯାଇଛନ୍ତି | ତେବେ ଅବକାଶ କୌଣସି କାମରେ ବୁର୍ଲାରେ ଥିବା ଶ୍ୱଶୁର ଘର ଅଭିମୁଖେ ଯାଇଥିଲେ । ଆଉ ତାଙ୍କ ସାନ ଭାଇ ରମେଶ ଦାସ ରାଜଗାଙ୍ଗପୁରକୁ ଯାଇଥିଲେ । ଆଉ ଏହି ସମୟରେ ଘର ଖାଲିଥିବା ଦେଖି କିଛି ଚୋର ଘର ପଛପଟ ପାଚେରି ଡେଇଁ ଘରର ତାଲା କାଟି ଭିତରେ ପଶିଥିଲେ | ଏହି ଘଟଣାରେ ଚୋରମାନେ ଘରର ତିନୋଟି ରୁମର ଆଲମିରା ଭାଙ୍ଗି ସେଥିରେ ରହିଥିବା ପ୍ରାୟ ୭ରୁ ୮ ଲକ୍ଷ ନଗଦ ଟଙ୍କା ସହ ୧୦ ଭରି ସୁନା ନେଇ ଫେରାର ହୋଇ ଯାଇଛନ୍ତି । ଏହାପରେ ସନ୍ଧ୍ୟା ପ୍ରାୟ ୮ଟା ପାଖାପାଖି ରମେଶ ଦାସ ଘରକୁ ଫେରିବା ପରେ ଘରର ହାଲତ ଦେଖି ହତବାକ ହୋଇ ଯାଇଥିବା ସହିତ କୁତ୍ରା ପୁଲିସ୍‌କୁ ସୂଚନା ଦେଇଥିଲେ । ସୂଚନା ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରଥିବା ଜଣାପଡିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ