Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରେମ ପାଇଁ ଗଛରେ ଚଢ଼ିଗଲା ନାବାଳକ ପ୍ରେମିକ! ପ୍ରେମିକ ସହ ଦେଖା ନ କରାଇଲେ ଜୀବନ ହାରିବାକୁ ଦେଲା ଧମକ

ଅନୁଗୁଳ, ୨୧|୪: ପ୍ରେମ ପାଇଁ ଗଛରେ ଚଢ଼ିଲା ନାବାଳକ ପ୍ରେମିକ। ପ୍ରାୟ ୧୦୦ ଫୁଟ ଉଚ୍ଚ ଏକ ପଟାସ ଗଛର ଚଢ଼ିଯାଇ ପ୍ରାୟ ଦେଢ଼ ଘଣ୍ଟା ପର୍ଯ୍ୟନ୍ତ ସମସ୍ତଙ୍କୁ ନାକେଦମ କଲା। ଏହାସହିତ ପ୍ରେମିକା ନ ଆସିଲେ, ଗଛ ଉପରେ ଗାମୁଛାରେ ରଶି ଲଗାଇ ଜୀବନ ଶେଷ କରିଦେବାକୁ ଧମକ ମଧ୍ୟ ଦେଲା ନାବାଳକ ପ୍ରେମିକ। ତେବେ ଆଜି ସକାଳୁ ସକାଳୁ ଅନୁଗୁଳ ସହରରେ ଏଭଳି କିଛି ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି । ସୂଚନା ଅନୁସାରେ ସମ୍ବଲପୁର ରେଢ଼ାଖୋଲ ଅଞ୍ଚଳର ଏକ ନାବାଳକ କିଛି ଦିନ ପୂର୍ବରୁ ନିଜ ପ୍ରେମିକା ସହ ଘରୁ ଫେରାର ହୋଇଯାଇଥିଲା।

ଏହାପରେ ଅଭିଯୋଗ ପାଇ ରେଳବାଇ ପୁଲିସ ଉଭୟଙ୍କୁ ଉଦ୍ଧାର କରି ସିଡବ୍ଲୁସିରେ ହାଜର କରିଥିଲା । ସିଡବ୍ଲୁସି ପକ୍ଷରୁ ନାବାଳକକୁ ଅନୁଗୁଳ ଅମଲାପଡ଼ାରେ ଥିବା ଉତ୍କଳ ବାଳାଶ୍ରମରେ ରଖାଯାଇଥିଲା ବେଳେ ପ୍ରେମିକାକୁ ସଖୀ କାଉନସେଲିଂ ସେଣ୍ଟରରେ ରଖାଯାଇଥିଲା। କିନ୍ତୁ ଆଜି ସକାଳୁ ସକାଳୁ ନାବାଳକ ଜଣଙ୍କ ଉତ୍କଳ ବାଳାଶ୍ରମ ପରିସରରେ ଥିବା ଏକ ପଟାସ ଗଛ ଉପରକୁ ଚଢ଼ିଯାଇ ଧମକ ଦେଇଥିଲା | ଏହାପରେ ଖବର ପାଇ ଅଗ୍ନିଶମ ବାହିନୀ, ପୁଲିସ୍ ଓ ଅନୁଗୁଳ ପୌରପାଳିକା ଟିମ୍ ଘଟଣାସ୍ଥଳରେ ପହଞ୍ଚି ନାବାଳକକୁ ଓହ୍ଲାଇବାକୁ ବହୁ ଉଦ୍ୟମ କରିଥିଲେ | ତେବେ ପ୍ରେମିକା ସହ ଦେଖା କରାଇଦେବା କହି ବହୁ ସମୟ ଧରି ବୁଝେଇବା ପରେ ନାବାଳକ ପ୍ରେମିକ ଜଣକ ତଳକୁ ଓହ୍ଲାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ