Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଯିଏ ବିଜେପିକୁ ହରାଇଲା, କଂଗ୍ରେସ ତାକୁ ଠେଙ୍ଗା ଦେଖାଇଲା, ଲୋକସଭାରେ ପଡ଼ିପାରେ ମହଙ୍ଗା

ବେଙ୍ଗାଲୁରୁ: କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ସଂପନ୍ନ ହୋଇ ସାରିଛି। କଂଗ୍ରେସ ଜିତି ସାରିଛି ଏବଂ ସରକାର ମଧ୍ୟ ଗଠନ ହୋଇ ସାରିଛି। କିନ୍ତୁ ମତଭେଦ ଏବଂ ମତାନ୍ତର ଏବେ ମଧ୍ୟ ଜାରି ରହିଛି। କୁହାଯାଉଛି ବିଭାଗ ବଣ୍ଟନ ପରେ ଅସନ୍ତୋଷର ସ୍ଵର ଉଠିପାରେ। ଏଥିରେ ସାମିଲ୍ ଅଛନ୍ତି ଲକ୍ଷ୍ମଣ ସାବଦୀ ଯିଏ ନିର୍ବାଚନ ପୂର୍ବରୁ ବିଜେପି ଛାଡ଼ି କଂଗ୍ରେସରେ ଯୋଗ ଦେଇଥିଲେ। ଉପ ମୁଖ୍ୟମନ୍ତ୍ରୀ ରହି ସାରିଥିବା ସାବଦୀଙ୍କ ନାମ ମନ୍ତ୍ରିମଣ୍ଡଳ ତାଲିକାରେ ନାହିଁ। ସେ ଏହା ଉପରେ ଖୋଲି କି କିଛି ମନ୍ତବ୍ୟ ଦେଇନଥିଲେ ବି ତାଙ୍କର ସମର୍ଥକ କଂଗ୍ରେସ ଉପରେ ଟାର୍ଗେଟ୍ କରିବା ଆରମ୍ଭ କରି ଦେଲେଣି।

ସାବଦୀ ବିଜେପିକୁ ହରାଇବାରେ ନିଭାଇ ଥିଲେ ବଡ଼ ଭୂମିକା
ବେଲଗାଭି ଜିଲ୍ଲାର ଅଥାନୀରୁ ୭୫ ହଜାରରୁ ଅଧିକ ଭୋଟରେ ଜିତିଥିବା ସାବଦୀ ବିଜେପିର ପରାଜୟ ଏବଂ କଂଗ୍ରେସର ବିଜୟରେ ବଡ଼ ଭୂମିକା ନିର୍ବାହ କରିଥିବା କୁହାଯାଏ। କୁହାଯାଉଛି ସାବଦୀଙ୍କ ଜରିଆରେ କଂଗ୍ରେସ ୩-୪୦ ସିଟ୍ ଜିତିବା ସୁନିଶ୍ଚିତ କରି ପାରିଛି। ଆଉ ଜଣେ ବଡ଼ ନେତା ଜଗଦୀଶ ସେଟ୍ଟାର ନିର୍ବାଚନରେ ନିଜ ସିଟରୁ ହାରିଥିଲେ ମଧ୍ୟ ସେ ଲିଙ୍ଗାୟତ ଭୋଟକୁ କଂଗ୍ରେସ ଆଡ଼କୁ ମୋଡ଼ିବାରେ ବଡ଼ ଭୂମିକା ନିଭାଇଥିଲେ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଦଳ ବଦଳ କରିଥିବା ନେତାମାନଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ୍ କରିବା ନେଇ ସିଦ୍ଦରମୈୟା ଏବଂ ଡିକେ ଶିବକୁମାରଙ୍କ ମଧ୍ୟରେ ବିବାଦ ହୋଇଥିଲା। ଆରସିକେରେ ଆସନରୁ ଜିତିଥିବା କେଏସ ଶିବଲିଙ୍ଗଗୌଡ଼ା ଜେଡିଏସର ନେତା ଥିଲେ। ମାତ୍ର ସେ କଂଗ୍ରେସ ଟିକେଟରୁ ନିର୍ବାଚନ ଲଢିଥିଲେ। ସେ ମଧ୍ୟ ମନ୍ତ୍ରୀ ହେବାକୁ ଚାହୁଁଥିଲେ, ମାତ୍ର କଂଗ୍ରେସ ଏହା ସ୍ଵୀକାର କରିନଥିଲା। କିନ୍ତୁ ସନ୍ତୁଳନ ବଜାୟ ରଖିବା ପାଇଁ ସାବଦୀଙ୍କୁ ତାଲିକାରୁ ବାଦ୍ ଦିଆଗଲା।

ଲୋକସଭା ପାଇଁ ହୋଇପାରେ ଝଟକା
ଦେଶରେ ୨୦୨୪ ମଧ୍ୟଭାଗକୁ ଲୋକସଭା ନିର୍ବାଚନ ହେବାକୁ ଯାଉଛି। କର୍ଣ୍ଣାଟକରେ ମୋଟ୍ ୨୮ଟି ଆସନ ରହିଛି, ଯେଉଁଥିରେ ୧୪ଟିରେ ଲିଙ୍ଗାୟତ ମତଦାତାଙ୍କ ମଜବୁତ ସ୍ଥିତି ରହିଛି। ସାବଦୀଙ୍କ ସମର୍ଥକଙ୍କ କହିବା କଥା ସେମାନେ ଲିଙ୍ଗାୟତ ଭୋଟଗୁଡ଼ିକୁ କଂଗ୍ରେସ ପକ୍ଷରେ ଆଣିବାରେ ବେଶ ସହାୟକ ହୋଇ ପାରନ୍ତି। କିନ୍ତୁ ଦଳ ଯଦି ସାବଦୀଙ୍କୁ ଅଣଦେଖା କରେ ତାହା ଆଗାମୀ ଲୋକସଭା ନିର୍ବାଚନରେ କଂଗ୍ରେସକୁ ଏହା ଘାତକ ହୋଇପାରେ।

More Stories