Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନର ନବନିର୍ବାଚିତ ପଦାଧିକାରୀଙ୍କ ପ୍ରଥମ ବୈଠକ ଅନୁଷ୍ଠିତ : ସଂଗଠନରେ ମହିଳାଙ୍କୁ ସର୍ବାଧିକ ଗୁରୁତ୍ବ

କଳାହାଣ୍ଡି: ଓଡ଼ିଶାର ଅଗ୍ରଣୀ ସାମାଜିକ ଓ ବୈଚାରିକ ସଂଗଠନ ଅଲ୍ ଓଡିଶା ସିଡ୍ୟୁଲ୍ଡ୍ କାଷ୍ଟ ଫେଡେରେସନର ନବନିର୍ବାଚିତ ପଦାଧିକାରୀଙ୍କ ପ୍ରଥମ ବୈଠକ ଭବାନୀପାଟଣା ନକଟିଗୁଡ଼ାସ୍ଥିତ ଆମ୍ବେଦକର ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ସଂଗଠନର ଜିଲ୍ଲା ପଦାଧିକାରୀଙ୍କ ୨ ବର୍ଷ ପୂର୍ତ୍ତି ପରେ ନୂତନ କର୍ମକର୍ତ୍ତା ଚୟନ ଗତ ମଇ ୨୧ ତାରିଖ ଦିନ ଅନୁଷ୍ଠିତ ହୋଇଥିଲା । ନୂତନ ପଦାଧିକାରୀ ଦାୟିତ୍ବ ଗ୍ରହଣ କରିବା ପରେ ଆଜି ଫେଡେରେସନର ପ୍ରଥମ ବୈଠକରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା ହୋଇଥିଲା ! ଏହି ଅବସରରେ ଫେଡେରେସନର ବରିଷ୍ଠ ଉପଦେଷ୍ଟା ପ୍ରେମାନନ୍ଦ ବାଗ, ବିଶିଷ୍ଟ ସାମାଜିକ କର୍ମୀ ଲିଙ୍ଗରାଜ ଆଜାଦ, ଉପଦେଷ୍ଟା ଯୋଗେଶ୍ୱର ସାଗର, ସଂଗଠନର ସଭାପତି ଶ୍ରୀବତ୍ସ ତାଣ୍ଡି, ସାଧାରଣ ସମ୍ପାଦକ ସୂର୍ଯ୍ୟ ନାରାୟଣ କୁମାର, ମହିଳା ନେତ୍ରୀ ରମଣୀ ଦୁରିଆ, ଏସ୍ . ସୁଜାତା, କାର୍ଯ୍ୟକାରୀ ସଭାପତି ଋଷି ସୂଦନ ଛତ୍ରପାଲ, ଆଶିଷ ରଞ୍ଜନ ନାଏକ, ସୁନୀଲ ଚନ୍ଦ୍ର ଦୁରିଆ, ଚକ୍ରଧର ବେଣୁପାଣି ଓ କ୍ଷେତ୍ରମୋହନ ସତନାମୀ ପ୍ରମୁଖ ମଞ୍ଚାସୀନ ଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ମଞ୍ଚାସୀନ ଅତିଥିମାନେ ତଥାଗତ ବୁଦ୍ଧ, ସମ୍ବିଧାନ ପ୍ରଣେତା ବାବାସାହେବ ଓ ବହୁଜନ ସମାଜର ମହାପୁରୁଷମାନଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ବଳନ କରିଥିଲେ। ଏହି ଅବସରରେ ସଂଗଠନର ଭବିଷ୍ୟତ କାର୍ଯ୍ୟପନ୍ଥା ଓ ସମାଜର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା। ସେହିପରି ସାମାଜିକ, ଯୁବ, ଛାତ୍ର, ମହିଳା, କର୍ମଚାରୀ, କ୍ରୀଡା, ସଂସ୍କୃତି, ମିଡ଼ିଆ ଆଦି ବିଭାଗ ଗୁଡିକ ଆବଣ୍ଟନ କରି ଦାୟିତ୍ଵ ଦିଆଯାଇଥିଲା। ଫେଡେରେସନର କର୍ମଚାରୀ ବିଭାଗର କାର୍ଯ୍ୟକାରୀ ସଭାପତି ଭାବେ ସାମନ୍ତ ଦୁର୍ଗା, ଫେଡେରେସନର ମହିଳା ବିଭାଗର ଉପଦେଷ୍ଟା ଭାବେ ଏସ୍. ସୁଜାତା, ଫେଡେରେସନର କାର୍ଯ୍ୟକାରୀ ସଭାନେତ୍ରୀ ଭାବେ ରମଣୀ ଦୁରିଆ, ଉପସଭାନେତ୍ରୀ ଭାବେ ଲୀନା କୁମାର, ଅଞ୍ଜୁ କୁମାର, ସଂପାଦିକା ଭାବେ ଉଷାରାଣୀ ବାଗ, ଅମ୍ରୁତାଞ୍ଜଳି ବାଗ, ଧର୍ମଗଡ ଉପଖଣ୍ଡ ମୁଖ୍ୟ ଭାବେ ବୈଦେହୀ ବେଣୁପାଣି, ଭବାନୀପାଟଣା ଉପଖଣ୍ଡ ମୁଖ୍ୟ ଭାବେ ବିଜୟାଲକ୍ଷ୍ମୀ ସ୍ଵର୍ଣ୍ଣ, ପଞ୍ଚାୟତି ରାଜ ବିଭାଗର ମୁଖ୍ୟ ଭାବେ କବିତା ବାଗ, ମହିଳା କର୍ମଚାରୀ ବିଭାଗ ମୁଖ୍ୟ ଭାବେ ପୁଷ୍ପଲତା ବାଗ, ସାମାଜିକ ବିଭାଗର୍ ରେଣୁକା ଛତ୍ରିଆ ପ୍ରମୁଖଙ୍କୁ ମନୋନୀତ କରାଯାଇ ଦାୟିତ୍ବ ପ୍ରଦାନ କରାଯାଇଥିଲା ! ମଞ୍ଚାସୀନ ଅତିଥି ଓ ପଦାଧିକାରୀ ସଂଗଠନ କିପରି ସମାଜରେ ଆର୍ଥିକ, ସାମାଜିକ, ଶିକ୍ଷା କ୍ଷେତ୍ରରେ ମହିଳାମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ସାମିଲ କରି ତାଙ୍କର ବିକାଶ ପାଇଁ ପଦକ୍ଷେପ ନିଆଯିବ ସେଥିପାଇଁ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ। ଏହି ବୈଠକରେ ଜିଲ୍ଲାର ୧୩ଟି ବ୍ଲକ, ଦୁଇଟି ଏନ୍ଏସି ଓ ଗୋଟିଏ ମୁନସିପାଲିଟି ଅଞ୍ଚଳରୁ ବହୁ ସଂଖ୍ୟକ ସଦସ୍ୟ ଯୋଗ ଦେଇଥିଲେ। ଫେଡେରେସନର ଯୋଜନା ଓ ସମ୍ମନ୍ବୟ କମିଟିର ମୁଖ୍ୟ ବିଭୀଷଣ ନାଏକ ସଭା ପରିଚାଳନା କରିଥିବାବେଳେ ପରିଶେଷରେ ଉପଦେଷ୍ଟା ଶ୍ରୀ ବାଗ ସଭାର ପରିସମାପ୍ତି ଘୋଷଣା କରିଥିଲେ।