Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଇପିଏଲ ଫାଇନାଲରେ ଚେନ୍ନାଇର ମହାବିଜୟ; ଗୁୁଜରାଟକୁ ହରାଇ ଟ୍ରଫି ହାତେଇଲା ଚେନ୍ନାଇ

ନୂଆଦିଲ୍ଲୀ: ଆଇପିଏଲ ଫାଇନାଲରେ ଚେନ୍ନାଇର ମହାବିଜୟ। ପୁଣି ଚେନ୍ନାଇ ହାତକୁ ଗଲା ଟ୍ରଫି। ୫ମ ଥର ପାଇଁ ବାଜି ମାରିନେଲା ଚେନ୍ନାଇ । ଗୁଜରାଟକୁ ହରାଇ ଆଇପିଏଲ ଟ୍ରଫି ହାତେଇ ନେଇଛି ଚେନ୍ନାଇ ସୁପର କିଙ୍ଗସ୍ । ବହୁ ବାଧା ବିଘ୍ନ ସତ୍ତ୍ବେ ବି ଖାଲି ମ୍ୟାଚ ଅନୁଷ୍ଠିତ ହୋଇଥିଲା। ବର୍ଷା ପାଇଁ ମ୍ୟାଚ୍‌ ଖେଳାଯିବ କି ନାହିଁଁ ସେ ନେଇ ଦ୍ବନ୍ଦ୍ବ ଲାଗି ରହିଥିଲା। ପୂର୍ବରୁ ଗୁୁଜୁରାଟ ମ୍ୟାଚ ଖେଳିସାରିଥିଲା। ପ୍ରଥମେ ବ୍ୟାଟିଂ କରି ଗୁଜରାଟ ଟାଇଟନ୍ସ ୨୦ ଓଭରରେ ୨୧୪ ରନର ବିଶାଳ ସ୍କୋର କରିଥିଲେ । ଶେଷରେ ମ୍ୟାଚ ବେଶ୍ ରୋମାଂଚକର ହୋଇଥିଲା। ଶେଷ ବଲରେ ଜାଡେଜା ୪ ରନ୍‌ କରି ଟିମ୍ କୁ ଜିତେଇ ଥିଲେ।

ପ୍ରଥମ ଇନିଙ୍ଗସ୍ ସରିବା ପରେ ବର୍ଷା ଆସିଯାଇଥିଲା । ଖେଳ ରୋକିବାକୁ ପଡ଼ଥିଲା । ଫଳରେ ଚେନ୍ନାଇ ପାଇଁ ଟାର୍ଗେଟ ବଦଳା ଯାଇଥିଲା । ୧୫ ଓଭରରେ ଚେନ୍ନାଇ ପାଇଁ ବିଜୟ ଲକ୍ଷ୍ୟ ରହିଥିଲା ୧୭୧ ରନ୍ । ନିଜ ଟାର୍ଗେଟ୍ ପୂରଣ କରି ବିଜୟ ଲକ୍ଷ୍ୟ ହାସଲ କରିବାରେ ସଫଳ ହୋଇଥିଲା ଚେନ୍ନାଇ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ