Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦିଲ୍ଲୀ ମଦ ଦୁର୍ନୀତି ମାମଲା; ମନୀଷ ସିସୋଦିଆଙ୍କୁ ଜେଲ୍‌ ନା ବେଲ୍‌? ଆଜି ଶୁଣାଣି

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଆପ ନେତା ମନୀଷ ସିସୋଦିଆଙ୍କୁ ଜେଲ୍‌ ନା ବେଲ୍‌? ଆଜି ଆସିବ ନିଷ୍ପତ୍ତି। ଦିଲ୍ଲୀ ହାଇକୋର୍ଟ ଆଜି ଏହି ମାମଲାର ଶୁଣାଣି କରିବେ। ମନୀଷ ସିସୋଡିଆଙ୍କ ଜାମିନ ଉପରେ ଦିଲ୍ଲୀ ହାଇକୋର୍ଟ ରାୟ ଦେବେ।

ଦିଲ୍ଲୀ ସରକାରଙ୍କ ମଦ ଦୁର୍ନୀତି ସହ ଜଡିତ ସିବିଆଇ ମାମଲାରେ ଏହି ନିଷ୍ପତ୍ତି ନିଆଯିବ। ଅରବିନ୍ଦ କେଜ୍ରିୱାଲ ସରକାରଙ୍କ ପୂର୍ବତନ ଡେପୁଟି ସିଏମ ମନୀଷ ସିସୋଦିଆ ହାଇକୋର୍ଟରେ ନିମ୍ନ ଅଦାଲତର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଛନ୍ତି। ନିମ୍ନ ଅଦାଲତ ମନୀଷ ସିସୋଦିଆଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ।

ମନୀଷ ସିସୋଦିଆ ଦିଲ୍ଲୀର ମଦ ଦୁର୍ନୀତିର ମୁଖ୍ୟ ଅଭିଯୁକ୍ତ। ଏବେ ସେ ଜେଲରେ ଅଛନ୍ତି। ଗତ ଶୁଣାଣିରେ ମନୀଷ ସିସୋଦିଆଙ୍କ ଜାମିନ ଆବେଦନକୁ ସିବିଆଇ ବିରୋଧ କରିଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ