Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏବେ ମାଗଣାରେ କରିହେବ ଆଧାର କାର୍ଡ ଅପଡେଟ୍

ନୂଆଦିଲ୍ଲୀ: ଏବେ ମାଗଣାରେ କରିହେବ ଆଧାର ଅପଡେଟ୍। ଆଧାର କାର୍ଡ ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ। ଆଧାର କାର୍ଡ ବିନା କୌଣସି ସରକାରୀ ଯୋଜନାର ଲାଭ ଉଠାଇବା କଷ୍ଟସାଧ୍ୟ। ତେଣୁ ଏହାକୁ ନେଇ ଯେକୌଣସି ତ୍ରୁଟି ରହିଛି ତାକୁ ଯଥାଶୀଘ୍ର ସଂଶୋଧନ କରିନେବା ଉଚିତ। ଏଭଳି ପରିସ୍ଥିତିରେ ଆଧାର କାର୍ଡ ସହ ଜଡିତ ଏକ ଗୁରୁତ୍ବପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ବାସ୍ତବରେ, UIDAI ତରଫରୁ ୧୦ ବର୍ଷ ପୂର୍ବେ ତିଆରି କରିଥିବା ଲୋକଙ୍କ ଆଧାର କାର୍ଡ ଅପଡେଟ୍ କରିବାକୁ କୁହାଯାଉଛି। ସାଧାରଣତଃ ଆଧାର କାର୍ଡ ଅପଡେଟ୍ କରିବା ପାଇଁ କିଛି ପୈଠ କରିବାକୁ ପଡିଥାଏ। ତେବେ UIDAI ବର୍ତ୍ତମାନ ଏହାକୁ ମାଗଣାରେ ଅପଡେଟ୍ କରିବାର ସୁବିଧା ପ୍ରଦାନ କରୁଛି।

ଆଧାର କାର୍ଡରେ ଲୋକଙ୍କ ନାମ, ଠିକଣା, ଫଟୋ, ବାୟୋମେଟ୍ରିକ୍ ତଥ୍ୟ ଭଳି ଗୁରୁତ୍ୱପୂର୍ଣ୍ଣ ସୂଚନା ରହିଛି। ଡିଜିଟାଲ୍ ଇଣ୍ଡିଆ ଅଧୀନରେ ଆଧାର କାର୍ଡ ଅପଡେଟ୍ କରିବାର ସୁବିଧା ଜୁନ୍ ୧୪ ପର୍ଯ୍ୟନ୍ତ ମାଗଣାରେ ଯୋଗାଇ ଦିଆଯାଇଛି। UIDAI myAadhaar ପୋର୍ଟାଲ ଅନୁଯାୟୀ ଏହି ସେବା ମାଗଣା ଅଟେ। ଏଥିସହିତ ଆଧାର କେନ୍ଦ୍ରରେ ଅପଡେଟ୍ ପାଇଁ ୫୦ ଟଙ୍କା ଚାର୍ଜ ଦେବାକୁ ପଡିବ। ଏହା ମଧ୍ୟ ସ୍ପଷ୍ଟ କରାଯାଇଛି ଯେ କେବଳ ପରିଚୟ ଏବଂ ଆଡ୍ରେସ୍ ପ୍ରୁଫ୍ ବିନା ମୂଲ୍ୟରେ ଅପଡେଟ୍ ହେବ। ଯଦି ଆପଣ ଜୁନ୍ ୧୪ ସୁଦ୍ଧା ଅପଡେଟ୍ ନ କରନ୍ତି ତେବେ ଏହା ପରେ ଆପଣଙ୍କୁ ୧୦୦ ରୁ ଅଧିକ ଟଙ୍କା ଦେବାକୁ ପଡିବ। ଆଧାର କାର୍ଡରେ ନାମ, ଲିଙ୍ଗ, ଜନ୍ମ ତାରିଖ ମାଗଣାରେ ଅପଡେଟ୍ ହେବ ନାହିଁ ବୋଲି କୁହାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ