Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

‘ନୂତନ ସଂସଦ ଭବନର ଡିଜାଇନ ସୋମାଲିଆର ପୁରୁଣା ସଂସଦର କପି’, ପିଏମ ମୋଦୀଙ୍କୁ ଘେରିଲେ ଦିଗବିଜୟ ସିଂ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ନୂତନ ସଂସଦ ଭବନର ଉଦଘାଟନ କରିଛନ୍ତି। ଏହି ସମୟରେ ଲୋକସଭାର ବାଚସ୍ପତିଙ୍କ ଚୌକି ନିକଟରେ ସେଙ୍ଗୋଲ ସ୍ଥାପନ କରାଯାଇଛି। ତେବେ ବିରୋଧୀ ଦଳ ଏହି ଉଦଘାଟନ ସମାରୋହକୁ ବହିଷ୍କାର କରିଥିଲେ। ଏହା ମଧ୍ୟରେ କଂଗ୍ରେସ ନେତା ଦିଗବିଜୟ ସିଂ ନୂତନ ସଂସଦ ଭବନର ଡିଜାଇନ ଆଫ୍ରିକି ଦେଶ ସୋମାଲିଆର ପୁରୁଣା ସଂସଦ ଭବନର କପି ବୋଲି କହିଛନ୍ତି।

ଟିଏମସି ସାଂସଦ ଜବାହର ସରକାରଙ୍କ ଟୁଇଟକୁ ରିଟୁଇଟ୍ କରି କଂଗ୍ରେସ ସାଂସଦ ଦିଗବିଜୟ ସିଂ ଲେଖିଛନ୍ତି କଣ ଆପଣ ଏହା ଉପରେ ବିଶ୍ଵାସ କରୁଛନ୍ତି କି ସେମାଲିଆ ଦ୍ଵାରା ପ୍ରତ୍ୟାଖ୍ୟାନ କରାଯାଇଥିବା ସଂସଦ ଭବନ ଆମ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରେରଣା। ଦିଗବିଜୟ କହିଛନ୍ତି, ନୂତନ ସଂସଦ ଭବନର ଡିଜାଇନ ସୋମାଲିଆର ପୁରୁଣ ସଂସଦ ଭବନରୁ କପି କରାଯାଇଛି। ତେଣୁ କପି କ୍ୟାଟ୍ ଆର୍କିଟେକ୍ଟଠୁ ୨୩୦ କୋଟି ଟଙ୍କା ଜରିମାନା ଆଦାୟ କରାଯାଉ ବୋଲି ସେ ଦାବି କରିଛନ୍ତି।

ସୂଚନାଯୋଗ୍ୟ, ଟିଏମସିର ରାଜ୍ୟସଭା ସାଂସଦ ଜବାହର ସରକାର ସୋମବାର ଟୁଇଟ୍ କରି କହିଥିଲେ ଗୁଜରାଟରୁ ମୋଦୀଙ୍କ ପାଳିତ ଆର୍କିଟେକ୍ଟ ସୋମାଲିଆର ପୁରୁଣା ସଂସଦର ନକଲ କରି ନିଜର ପ୍ରାପ୍ୟ ଭାବେ ୨୩୦ କୋଟି ଟଙ୍କା ନେଇଛନ୍ତି। ଯେଉଁ ସୋମାଲିଆ ନିଜର ପୁରୁଣା ସଂସଦ ଭବନକୁ ଅଗ୍ରାହ୍ୟ କରି ଦେଇଛି, ତାହା ବର୍ତ୍ତମାନ ମୋଦୀ ସରକାରଙ୍କ ପ୍ରେରଣା ପାଲଟିଛି। ଜବାହରଙ୍କ ଏହି ଟୁଇଟକୁ ରିଟୁଇଟ୍ କରି ଦିଗବିଜୟ ଉପରୋକ୍ତ ଟିପ୍ପଣୀ କରିଛନ୍ତି।

More Stories