Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଳାହାଣ୍ଡି ଜିଲ୍ଲାର ୧୭ଟି ହାଇସ୍କୁଲରେ ଖୋଲିଲା + ୨ କଳା : ବାଦ୍ ପଡ଼ିଲା ଲାଞ୍ଜିଗଡ଼ ବ୍ଲକ

କଳାହାଣ୍ଡି,୦୧/୦୬-କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ପ୍ରୋଜେକ୍ଟ ଏପ୍ରୁଭାଲ୍ ବୋର୍ଡର ଅନୁମୋଦନ ପରେ ରାଜ୍ୟର ୯୨ଟି ହାଇସ୍କୁଲକୁ ଉଚ୍ଚ ମାଧ୍ୟମିକ ସ୍କୁଲରେ ପରିଣତ କରାଯାଇଛି । ଏ ନେଇ ରାଜ୍ୟ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଥିବାବେଳେ ସଂପ୍ରୁକ୍ତ ଉଚ୍ଚ ମାଧ୍ୟମିକ ସ୍କୁଲଗୁଡ଼ିକ ମଧ୍ୟରୁ କେତେକରେ ଅତିଥି ଅଧ୍ୟାପକ ନିଯୁକ୍ତି ସହିତ ଚଳିତ ୨୦୨୨-୨୩ ଶିକ୍ଷା ବର୍ଷରେ ନାମଲେଖା ପାଇଁ ମଧ୍ୟ ବିଜ୍ଞାପନ ପ୍ରକାଶ ପାଇସାରିଛି । ସମଗ୍ର ଶିକ୍ଷା ଅଧୀନରେ ଏହି ହାଇସ୍କୁଲ ଗୁଡିକ ଅପଗ୍ରେଡ୍ ହୋଇଛି। ଉଭୟ ଅଫ୍ ଲାଇନ ଓ ଅନ୍ ଲାଇନ ମୋଡ଼ରେ ଏସବୁଥିରେ ନାମଲେଖା ହେବ। ତେବେ ଯେଉଁ ଛାତ୍ରଛାତ୍ରୀ ସେହି ହାଇସ୍କୁଲରେ ଦଶମ ପଢ଼ିଥିବେ, ସେମାନଙ୍କୁ ଆଗ ନାମଲେଖାର ସୁଯୋଗ ମିଳିବ ଏବଂ ନାମଲେଖା ଅଫଲାଇନରେ ହେବ। ବାକି ନାମଲେଖା ଅନ୍‌ଲାଇନ ହେବ। ଅପଗ୍ରେଡ୍ ସ୍କୁଲରେ ହାଇସ୍କୁଲର ପ୍ରଧାନ ଶିକ୍ଷକ ହିଁ ଅଧ୍ୟକ୍ଷ ବା ପ୍ରିନ୍ସପାଲ ରହିବେ । ଏଥରେ କଳାହାଣ୍ଡିର ୧୭ଟି ହାଇସ୍କୁଲ ସ୍ଥାନ ପାଇଥିବା ବେଳେ ଚଳିତ ୨୦୨୨-୨୩ ଶିକ୍ଷା ବର୍ଷରୁ ସେହି ସବୁ ବିଦ୍ୟାଳୟରେ ଯୁକ୍ତ ଦୁଇ ପାଠ୍ୟକ୍ରମରେ ନାମ ଲେଖା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ! ତେବେ ଅନୁସୂଚିତ ଜାତି ଓ ଜନଜାତି ବହୁଳ ଲାଞ୍ଜିଗଡ଼ ବ୍ଲକର ଗୋଟିଏ ବି ହାଇସ୍କୁଲକୁ ଏଥିରେ ସାମିଲ କରାଯାଇ ନାହିଁ ! ଏହାକୁ ନେଇ ଲାଞ୍ଜିଗଡ଼ ବ୍ଲକ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ! ବ୍ଲକରେ +୨ ଶିକ୍ଷା ପାଇଁ ବିଶ୍ବନାଥପୁର, ଲାଞ୍ଜିଗଡ଼ ରୋଡ଼ ଓ ଲାଞ୍ଜିଗଡ଼ଠାରେ ଉଚ୍ଚ ମାଧ୍ୟମିକ ସ୍କୁଲ ରହିଛି ସତ ତେବେ ଦୁର୍ଗମାଞ୍ଚଳ ଓ ଦୂରତା ଦ୍ରୁଷ୍ଟିରୁ ବ୍ଲକର ଅନ୍ୟ ହାଇସ୍କୁଲଗୁଡ଼ିକୁ ଅପଗ୍ରେଡ୍ କରାଯିବାର ଆବଶ୍ୟକତା ରହିଛି ! ଏହାକୁ କିନ୍ତୁ ସଂପୂର୍ଣ୍ଣ ଭାବେ ଅଣଦେଖା କରିଛନ୍ତି ରାଜ୍ୟ ସରକାର ! ଏପରିକି ଗତ ୧୯.୦୭.୨୦୨୨ ତାରିଖରେ ଓସେପାର ଅଧ୍ୟକ୍ଷ ଅନୁପମ ଶାହାଙ୍କ ଚିଠି ନଂ ୮୮୦୭/ଏକ୍ସେସ୍/୨୨ ଅନୁସାରେ ରାଜ୍ୟର ୫୭ଟି ହାଇସ୍କୁଲ ଅପଗ୍ରେଡ୍ ହେବା ଓ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ଅନୁମତି ପ୍ରକାଶ ପାଇଥିଲା ! ସେତେବେଳେ କଳାହାଣ୍ଡିର ମାତ୍ର ୭ଟି ହାଇସ୍କୁଲ ଏଇ ତାଲିକାରେ ଥିଲା ! ଏବଂ ସେହି ସମୟରେ ହିଁ ଲାଞ୍ଜିଗଡ଼ ବ୍ଲକର ମଧୁପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, କାଉଗୁଡ଼ା ହାଇସ୍କୁଲ, ପାଣିମୁଣ୍ଡା ହାଇସ୍କୁଲ ସମେତ ବେନଗାଁ, ବିଜେପୁର ହାଇସ୍କୁଲକୁ ଅପଗ୍ରେଡ୍ କରାଯିବା ସହ +୨ କଳା ଓ ବିଜ୍ଞାନ ଖୋଲିବା ନେଇ ଦାବି ଉଠିଥିଲା ! ଏପରିକି ଯୁବ ସମାଜସେବୀ ଓ ସାମ୍ବାଦିକ ସୁଶୀଲ କୁମାର ବାଗ ଏନେଇ ଟ୍ବିଟ୍ ଜରିଆରେ ରାଜ୍ୟ ସରକାର, ଉଚ୍ଚଶିକ୍ଷା ବିଭାଗର ଦ୍ରୁଷ୍ଟି ଆକର୍ଷଣ କରିଥିଲେ ! ଏହାର ପରବର୍ତ୍ତୀ ସମୟରେ ରାଜ୍ୟର ଆଉ ୩୫ଟି ହାଇସ୍କୁଲ ଏବଂ ଜିଲ୍ଲାର ଆଉ ୧୦ଟି ହାଇସ୍କୁଲକୁ ଅପଗ୍ରେଡ୍ କରାଗଲା କିନ୍ତୁ ଲାଞ୍ଜିଗଡ଼ ବ୍ଲକର ଗୋଟିଏ ବି ହାଇସ୍କୁଲକୁ ଏଥିରେ ସାମିଲ କରାଗଲା ନାହିଁ ! ଏହାକୁ ନେଇ ଲାଞ୍ଜିଗଡ଼ ବ୍ଲକ ଅଞ୍ଚଳରେ ଜନ ଅସନ୍ତୋଷ ଦାନା ବାନ୍ଧୁଥିବାବେଳେ ଶ୍ରୀ ବାଗ ଏହାର ପୁନଃବିଚାର କରି ଲାଞ୍ଜିଗଡ଼ ବ୍ଲକରେ ଅତି କମ୍ ରେ ପାଞ୍ଚଟି ହାଇସ୍କୁଲକୁ ଯୁଦ୍ଧକାଳୀନ ଭିତ୍ତିରେ ଅପଗ୍ରେଡ୍ କରାଯିବା ସହିତ ଚଳିତ ୨୦୨୨-୨୩ ଶିକ୍ଷାବର୍ଷରୁ ନାମଲେଖା ପାଇଁ ଅନୁମତି ଦେବାକୁ ଦାବି କରିଛନ୍ତି ! ଏହାଦ୍ବାରା ବ୍ଲକ ଅଞ୍ଚଳର ସଂଖ୍ୟାଧିକ ଗରିବ ଅନୁସୂଚିତ ଜାତି, ଜନଜାତି ଓ ପଛୁଆ ବର୍ଗର ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ପାଇବାର ରାସ୍ତା ସୁଗମ ହେବ ବୋଲି ସେ କହିଛନ୍ତି !

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ