ଭାରତୀୟ ବାୟୁସେନାର ପ୍ରଶିକ୍ଷଣ ବିମାନ ଦୁର୍ଘଟଣାଗ୍ରସ୍ତ


ନୂଆଦିଲ୍ଲୀ: କର୍ଣ୍ଣାଟକର ଚାମରାଜନଗରରୁ ବଡ ଖବର ସାମ୍‌ନାକୁ ଆସିଛି। ଏଠାରେ ଏକ ବାୟୁସେନା ଟ୍ରେନିଂ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। କିନ୍ତୁ ଆଶ୍ବସ୍ତିକର ବିଷୟ ଯେ ଦୁର୍ଘଟଣା ପରେ ଉଭୟ ପାଇଲଟ୍‌ଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ବାୟୁସେନା ଦ୍ବାରା ଜାରି ବିବୃତ୍ତି ଅନୁଯାୟୀ ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ଜଣାପଡି ନାହିଁ।

ନିୟମିତ ପ୍ରଶିକ୍ଷିଣ ପାଇଁ ବିମାନଟି ଉଡ଼ାଣ ଭରିଥିବା ବେଳେ କ୍ରାସ୍ ହୋଇ ତଳେ ପଡ଼ିଯାଇଛି। ତେବେ ଦୁର୍ଘଟଣାରେ କାହାର କିଛି କ୍ଷତି ହୋଇନଥିବା ଜଣାପଡ଼ିଛି। ଏନେଇ ବାୟୁ ସେନା ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ଯାଞ୍ଚ ପାଇଁ କୋର୍ଟ ଅଫ୍ ଇନକ୍ୱାରୀକୁ ନିର୍ଦ୍ଦେଶ ଦିଆଯାଇଛି।