ମଣିପୁର ହିଂସା; ବଦଳିଲେ ରାଜ୍ୟର ପୁଲିସ ଡିଜିପି; ରାଜୀବ ସିଂଙ୍କୁ ମିଳିଲା ନୂଆ ଦାୟିତ୍ବ


ଇମ୍ଫାଲ: ମଣିପୁରରେ ଜାରି ରହିଛି ହିଂସା। ଏହି ହିଂସା ସ୍ଥିତି ମଧ୍ୟରେ ମଣିପୁର ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ବଦଳିଲେ ମଣିପୁର ଡିଜିପି। ରାଜ୍ୟ ସରକାର ଆଇପିଏସ ରାଜୀବ ସିଂହଙ୍କୁ ରାଜ୍ୟର ନୂଆ ଡିଜିପି ଭାବେ ନିଯୁକ୍ତ କରାଯାଇଛି । ରାଜୀବ ତ୍ରିପୁରା କ୍ୟାଡରର ଆଇପିଏସ ଅଧିକାରୀ।ତାଙ୍କୁ ଏ‌ବେ ମଣିପୁର କ୍ୟାଡରକୁ ବଦଳି କରାଯାଇଛି । ଏହା ପୂର୍ବରୁ ପି ଡଙ୍ଗୋଲ ମଣିପୁର ପୁଲିସ ଡିଜିପି ଭାବେ କାର୍ଯ୍ୟ କରୁଥିଲେ । ତାଙ୍କୁ ଗୃହ ବିଭାଗକୁ ବଦଳି କରାଯାଇଛି ।

ରାଜ୍ୟରେ ହିଂସା ସ୍ଥିତି ଯୋଗୁ ବିଭିନ୍ନ ଜିଲ୍ଲାରେ କର୍ଫ୍ୟୁ ଲାଗୁ ହୋଇଛି । ସ୍ଥିତି ସାଂଘାତିକ ହୋଇପଡ଼ିଛି। ଏହାକୁ ରୋକିବା କଠିନ ହୋଇପଡିଛି। ଅନେକ ଜିଲ୍ଲାରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ସେନାକୁ ନିୟୋଜିତ କରାଯାଇଛି । ଏହି ହିଂସା ରୋକିବା ପାଇଁ ବଡ଼ ପଦକ୍ଷେପ ନେଇଛନ୍ତି ମଣିପୁର ସରକାର। ଏଭଳି କଠିନ ରାଜୀବଙ୍କ ପଦ ପରିବର୍ତ୍ତନ ତାଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି।