ଲାଞ୍ଜିଗଡ଼ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟର ଖାଲି ପଦବୀ ପୂରଣ ଦାବି
କଳାହାଣ୍ଡି ,୧୪/୦୭-ଲାଞ୍ଜିଗଡ଼ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ ଦୀର୍ଘଦିନ ଧରି ଖାଲି ପଡ଼ିଥିବା ପଦବୀ ପୂରଣ ଦାବିରେ ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହୋଇଛନ୍ତି ଲାଞ୍ଜିଗଡ଼ ବ୍ଲକ ସାମ୍ବାଦିକ ସମୁହର କର୍ମକର୍ତ୍ତା। ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ ତିନୋଟି ପଦବୀ ଦୀର୍ଘଦିନ ଧରି ଖାଲି ରହିଥିବାବେଳେ ସ୍ଥାୟୀ ଗୋଷ୍ଠୀ ଶିକ୍ଷା ସଂଯୋଜକ ନଥିବାରୁ ପ୍ରଶାସନିକ କାର୍ଯ୍ୟ ପ୍ରଭାବିତ ହେଉଛି। ଏହି ପଦବୀଗୁଡ଼ିକ ପୂରଣ ହେଲେ ଶିକ୍ଷା ପ୍ରଶାସନ ଅଧିକ ସୁଦୃଢ଼ ହେବ ବୋଲି ସାମ୍ବାଦିକ ସମୁହ ପକ୍ଷରୁ ମତ ପ୍ରକାଶ ପାଇଛି। ଲାଞ୍ଜିଗଡ ବ୍ଲକ ସାମ୍ବାଦିକ ସମୁହ ତରଫରୁ କୈଳାସ ସାହୁ, କ୍ଷମାନିଧି ମହାଖୁଡ଼, ଏମ.ଚନ୍ଦ୍ରଶେଖର, ସୁଶୀଲ କୁମାର ବାଗ, ନୀଲେଶ କୁମାର ନାଗ, ଗୋପାଳଦାସ ମହାନନ୍ଦ, ଧର୍ମେନ୍ଦ୍ର ପଣ୍ଡା, ତୁଳସୀରାମ ପ୍ରଧାନୀ, ମନୋଜ ଦୋରା, ପ୍ରଭୁରଞ୍ଜନ ସାମଲ ପ୍ରମୁଖ ଜିଲ୍ଲାପାଳ ସଚିନ ପାୱାର ପ୍ରକାଶଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ।

