Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନୁଆଗଡ ବ୍ଲକ କୃଷି ସୁଚନା ଓ ପରାମର୍ଶ କେନ୍ଦ୍ର ଠାରେ ଉନ୍ନତ ପ୍ରଣାଳୀରେ ମକା ଚାଷ ପାଇଁ ଚାଷୀଙ୍କୁ ତାଲିମ

ପାରଳାଖେମୁଣ୍ଡି:୧୫/୭(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ନୂଆଗଡ ବ୍ଲକ ସ୍ଥିତ କୃଷିସୂଚନା ଓ ପରାମର୍ଶ କେନ୍ଦ୍ର ଠାରେ କୃଷି ବିଭାଗ ତରଫରୁ ମୁଖ୍ୟ ମନ୍ତ୍ରୀ ମକା ମିଶନ ସହାୟତାରେ ମଦେର ଟେରେସା ଚାରିଟାଵଲେ ଟ୍ରଷ୍ଟ (ଏମଟିସିଟି ) ଦ୍ୱାରା ଅଗ୍ରଣୀ ଚାଷୀଙ୍କ ଏକ ଦିନିକିଆ ତାଲିମ ଦାତାଙ୍କ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି ଏହି କାର୍ଯ୍ୟକ୍ରମରେ ତାଲିମ ଦାତା ଭାବେ ଆର .ଉଦୟଗିରି ଜିଲ୍ଲା କୃଷି ଅଧିକାରୀ ଶ୍ରୀ ବିରଂଚି ନାରାୟଣ ମଙ୍ଗରାଜ, ଆର .ଉଦୟଗିରି କୃଷିବିଜ୍ଞାନ କେନ୍ଦ୍ର ମୁଖ୍ୟ ଶ୍ରୀ ସଂଗ୍ରାମ ପରମଗୁରୁ ,ସହକାରୀ କୃଷି ଅଧିକାରୀ ଛବିରାଣୀ ମଣ୍ଡି ଓ ଯଯାତି କୁମାର ସେଠି ଉପସ୍ଥିତ ରହି ଉପସ୍ଥିତ ତାଲିମାର୍ଥୀଙ୍କୁ ମୁଖ୍ୟ ମନ୍ତ୍ରୀ ମକା ମିଶନ ଲକ୍ଷ୍ୟ ଓ ଉଦେଶ୍ୟ , ମକା ଚାଷରେ ଜମି ପ୍ରସ୍ତୁତ , ବିହନ ବିଶୋଧନ ଯାନ୍ତ୍ରିକ ଉପାୟରେ ବିହନ ବୁଣିବା, ନିର୍ଧାରିତ ମାପରେ ଖତ ସାରା ପ୍ରୟୋଗ କରିବା ଓ ଠିକ ସମୟରେ ଘାସ ଦମନ କରିବା ଆଦି ବିଷୟବସ୍ତୁ ଉପରେ ଆଲୋଚନା କରାଯାଇଥିଲା ଏହି ତାଲିମ କାର୍ଯ୍ୟକ୍ରମ କୁ ମଦେର ଟେରେସା ଚାରିଟାଵଲେ ଟ୍ରଷ୍ଟ ର ନୂଆଗଡ ବ୍ଲକ ସଂଯୋଜକ ଶ୍ରୀ ମହୀତ ରଞ୍ଜନ ଦତ୍ତ ପରିଚାଳନା କରିଥିଲେ ଓ ତାଙ୍କୁ ମହେନ୍ଦ୍ରଗିରି ପ୍ରଡ୍ୟୁସର କମ୍ପାନୀ ର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅକ୍ଷୟ କୁମାର ମହାନ୍ତି , ସୁପ୍ରିୟା ପାତ୍ର, ଉଲ୍ଲାଶ ପରିଛା ଓ ପ୍ରସନ୍ନ ବେରଦଳାଇ ସହଯୋଗ କରିଥିଲେ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories