Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କାର ଦୁର୍ଘଟଣାରେ ସାମ୍ବାଦିକ କୈଳାସ ସାହୁ ଗୁରୁତର

କଳାହାଣ୍ଡି,୦୧/୦୬-ଖବର ସଂଗ୍ରହ କରିବାକୁ ଯାଇ ନିଜ ଏକ୍ସପ୍ରେସୋ କାରରେ ଫେରୁଥିବାବେଳେ ଅନ୍ୟ ଏକ ଗାଡ଼ିକୁ ସାଇଡ୍ ଦେବାକୁ ଯାଇ ଦୁର୍ଘଟଣାର ଶିକାର ହୋଇଛନ୍ତି କଳାହାଣ୍ଡି ଜିଲ୍ଲାର ଜଣେ ବରିଷ୍ଠ ସାମ୍ବାଦିକ, ନକ୍ଷତ୍ର ନ୍ୟୁଜର ଜିଲ୍ଲା ପ୍ରତିନିଧି ତଥା ଲାଞ୍ଜିଗଡ଼ ପ୍ରେସ୍ କ୍ଲବର ସଭାପତି କୈଳାସ ସାହୁ ! ଆଜି ଦିନବେଳେ ଶ୍ରୀ ସାହୁ ନିଜ କାର୍ ନେଇ ଖବର ସଂଗ୍ରହ କରିବାକୁ ଯାଇ ଫେରୁଥିଲେ ! ଏଇ ସମୟରେ ବିଶ୍ବନାଥପୁର ହସ୍ପିଟାଲ ଛକ ନିକଟରେ ଗୋଟିଏ ଗାଡ଼ି ହଠାତ୍ ସାମ୍ନା ପଟୁ ଚାଲି ଆସିବାରୁ ଭାରସାମ୍ୟ ହରାଇ ଶ୍ରୀ ସାହୁଙ୍କ କାର୍ ରାସ୍ତାକଡ଼ରେ ଥିବା ଏକ ତେନ୍ତୁଳି ଗଛରେ ପିଟି ହୋଇଯାଇଥିଲା ! ଏଇ ଦୁର୍ଘଟଣାରେ କାରର ସାମ୍ନା ପଟ ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିବାବେଳେ ଗୁରୁତର ଭାବେ ଶ୍ରୀ ସାହୁଙ୍କୁ ପ୍ରଥମେ ବିଶ୍ବନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ସେଠାରୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ! ତାଙ୍କ ଦୁର୍ଘଟଣା ଖବର ପାଇବା ପରେ ଲାଞ୍ଜିଗଡ଼ ପ୍ରେସ୍ କ୍ଲବ ଓ ପିଇଡବ୍ଲ୍ୟୁ ମିଡିଆ ଏସୋସିଏସନ୍ ପକ୍ଷରୁ ଦୁଃଖ ବ୍ୟକ୍ତ କରାଯିବା ସହିତ ତାଙ୍କର ଆଶୁ ଆରୋଗ୍ୟ କାମନା କରାଯାଇଛି !

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ