Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଶ୍ୱନାଥପୁର ରଥଯାତ୍ରାରେ ସାମିଲ ହେଲେ ଲକ୍ଷାଧିକ ଶ୍ରଦ୍ଧାଳୁ

କଳାହାଣ୍ଡି ,୧୬/୦୭-କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁରଠାରେ ପ୍ରଥମ ଥର ଆୟୋଜିତ ଶ୍ରୀ ଗୁଣ୍ଡିଚା ରଥଯାତ୍ରାକୁ ନେଇ ଭକ୍ତ, ଶ୍ରଦ୍ଧାଳୁ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ବେଶ ଉତ୍ସାହ-ଉଦ୍ଦୀପନା ଦେଖିବାକୁ ମିଳିଥିଲା। ଦୀର୍ଘ ବର୍ଷର ନିରନ୍ତର ଉଦ୍ୟମ ଓ ସାମୁହିକ ପ୍ରଚେଷ୍ଟା ବଳରେ ତଥା ଶ୍ରୀ ଜଗନ୍ନାଥ ସେବା ସମିତିର ଅକୁଣ୍ଠ ପରିଶ୍ରମ ଯୋଗୁଁ ଆଜି ସଫଳତାର ସହିତ ବିଶ୍ୱନାଥପୁର ମାଟିରେ ଗଡ଼ିଛି ସୁସଜ୍ଜିତ ରଥ। ଶ୍ରୀ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ନବିନିର୍ମିତ ମନ୍ଦିରରୁ ପହଣ୍ଡିବିଜେରେ ବାହାରି ମାଉସୀ ମାଆ ମନ୍ଦିରକୁ ଯାତ୍ରା କରିଛନ୍ତି। ଐତିହାସିକ ସହର ବିଶ୍ୱନାଥପୁରଠାରେ ପ୍ରଥମ ଥର ପାଇଁ ଆୟୋଜିତ ରଥଯାତ୍ରାରେ କଳାହାଣ୍ଡି, ରାୟଗଡା ଓ କନ୍ଧମାଳ ଜିଲ୍ଲାର ପ୍ରାୟ ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁ ସାମିଲ ହେବା ଦେଖିବାକୁ ମିଳିଛି। ଶ୍ରୀ ଜଗନ୍ନାଥ ସେବା ସମିତିର ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ରଥଯାତ୍ରାରେ ପ୍ରାୟ ୩୦୦ ସ୍ବେଛାସେବୀ ସେବା ପ୍ରଦାନ କରିଥିବାବେଳେ ଥାନାଧିକାରୀ କଳ୍ପନା ବେହେରାଙ୍କ ନେତୃତ୍ୱରେ ବିଶ୍ୱନାଥପୁର ପୁଲିସ ଶାନ୍ତିଶୃଙ୍ଖଳା ରକ୍ଷା ଦାୟିତ୍ୱରେ ନିୟୋଜିତ ଥିଲେ। ବ୍ଲକ ପ୍ରଶାସନ ପକ୍ଷରୁ ମଧ୍ୟ ଶୃଙ୍ଖଳିତ ରଥଯାତ୍ରା ପାଇଁ ପଦକ୍ଷେପ ନିଆଯାଇଥିଲା। ସେହିପରି ଲାଞ୍ଜିଗଡ଼ଠାରେ ଆୟୋଜିତ ସର୍ବ ପୁରାତନ ରଥଯାତ୍ରା ଏକ ଭବ୍ୟ ପରିବେଶ ମଧ୍ୟରେ ସମ୍ପନ୍ନ ହୋଇଥିବାବେଳେ ବ୍ଲକର ରାମଚନ୍ଦ୍ରପୁର, ଲାଞ୍ଜିଗଡ଼ରୋଡ଼, ଗନ୍ଧରବାରୁ ଓ ମୂଷାନାଳଠାରେ ହର୍ଷଉଲ୍ଲାସର ସହିତ ଶ୍ରୀଗୁଣ୍ଡିଚା ଯାତ୍ରା ଶେଷ ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ