Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭାରସାମ୍ୟ ହରାଇ ମଞ୍ଚ ଉପରେ ପଡିଗଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ

ଓ୍ବାଶିଂଟନ: ଭାଷଣ ଦେଇ ଫେରୁଥିବା ବେଳେ ମଞ୍ଚ ଉପରେ ପଡିଗଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ। ଗୁରୁବାର ଦିନ ବାୟୁସେନା ଏକାଡେମୀରେ ଏକ କାର୍ଯ୍ୟକ୍ରମରେ ଭାଷଣ ଦେଇ ଫେରୁଥିଲେ ବାଇଡେନ୍‌। ଏହି ସମୟରେ ହଠାତ ମଞ୍ଚ ଉପରେ ଟଳିପଡିଲେ। ତେବେ ତାଙ୍କୁ ତୁରନ୍ତ ସୁରକ୍ଷାକର୍ମୀ ଉଠାଇ ନେଇଥିଲେ। ଏହି ଘଟଣାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

ଗୁରୁବାର ଦିନ କଲୋରାଡୋରେ ଆୟୋଜିତ  ବାୟୁସେନା ଏକାଡେମୀର ସମାରୋହ ଅବସରରେ ଏହି ଅଘଟଣ ଘଟିଥିଲା। ଷ୍ଟେଜ୍‌ ଉପରେ ଅଭିବାଦନ ଜଣାଇବା ପରେ ବୁଲିପଡ଼ି ଫେରୁଥିଲେ ବାଇଡେନ ।  ମଞ୍ଚ ଉପରେ ଥିବା ବାଲି ବସ୍ତାକୁ ଝୁଣ୍ଟିି ବାଇଡେନ୍ ପଡିଯାଇଥିବା ଜଣାପଡିଛି । ମଞ୍ଚ ଉପରେ ବାଇଡେନ ପୁରା ଆଣ୍ଠେଇ ପଡି ଯାଇଥିଲେ । ଏହି ସମୟରେ ତୁରନ୍ତ ସିକ୍ରେଟ୍‌ ସର୍ଭିସ୍‌ ଏଜେଣ୍ଟ୍‌ ଓ ଜଣେ ବାୟୁସେନା ଅଧିକାରୀ ରାଷ୍ଟ୍ରପତି ବାଇଡେନ ଙ୍କୁ ଉଠାଇ ଠିଆ କରାଇଥିଲେ  ।

ଏହାପରେ, କାହାରି ସହାୟତା ବିନା ବାଇଡେନ୍‌ ନିଜେ ମଞ୍ଚ ଉପରୁ ସିଧାସଳଖ ଚାଲି ଚାଲି ଯାଇଥିଲେ। ହ୍ୱାଇଟ୍ ହାଉସ୍‌ କମ୍ୟୁନିକେସନ୍ସ ଡାଇରେକ୍ଟର୍‌ ଟୁଇଟ୍‌ କରି କହିଛନ୍ତି ଯେ ରାଷ୍ଟ୍ରପତିଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଅଛି। 

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ