ମ. ରାମପୁରରେ କଂଗ୍ରେସ ବିଏଲଏ ପ୍ରଶିକ୍ଷଣ ଶିବିର
କଳାହାଣ୍ଡି,୨୨/୦୭- କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁରଠାରେ ଆଜି କଂଗ୍ରେସ ବୁଥସ୍ତରୀୟ ଏଜେଣ୍ଟଙ୍କ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ଲକ କଂଗ୍ରେସ ସଭାପତି ରୁଦ୍ର ପ୍ରତାପ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ଦଳର ମ. ରାମପୁର ଓ ନର୍ଲା ବ୍ଲକ ପ୍ରଭାରୀ ନୀରଜ ଶର୍ମା ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ କଂଗ୍ରେସ ନେତା ରାଜକିଶୋର ମିଶ୍ର, ଚିତ୍ତରଞ୍ଜନ ବାଗ ଯୋଗ ଦେଇଥିଲେ। ଏହି ଅବସରରେ ବ୍ଲକର ବିଭିନ୍ନ ପଞ୍ଚାୟତରୁ ଆସିଥିବା ଦଳର ବୁଥସ୍ତରୀୟ ଏଜେଣ୍ଟମାନଙ୍କୁ ଏସଆଇଆର ଓ ଏହାର କାର୍ଯ୍ୟକାରିତା ତଥା ଏଥିରେ ଦଳୀୟ ଏଜେଣ୍ଟଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପର୍କରେ ତାଲିମ ପ୍ରଦାନ କରାଯାଇଥିଲା।

