Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଙ୍ଗନୱାଡ଼ି କର୍ମୀଙ୍କ ସହିତ ଉପମୁଖ୍ୟମନ୍ତ୍ରୀଙ୍କ ଖୋଲା ଆଲୋଚନା

କଳାହାଣ୍ଡି,୨୩/୦୭- ମହିଳା ଓ ଶିଶୁ ବିକାଶ, ମିଶନଶକ୍ତି ତଥା ପର୍ଯ୍ୟଟନ ବିଭାଗ ଦାୟିତ୍ୱରେ ଥିବା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କଳାହାଣ୍ଡି ଜିଲ୍ଲା ଗସ୍ତର ଦ୍ଵିତୀୟ ଦିନରେ ଅଙ୍ଗନୱାଡ଼ି କର୍ମୀ ଓ ସୁପରଭାଇଜରମାନଙ୍କ ସହ ଏକ ବିସ୍ତୃତ ଆଲୋଚନା ସଭାରେ ସାମିଲ ହୋଇଥିଲେ। ଅଙ୍ଗନୱାଡି କର୍ମୀମାନଙ୍କ ସହିତ ଆଲୋଚନା ସମୟରେ ଶିଶୁଙ୍କୁ ପୁଷ୍ଟିକର ଖାଦ୍ୟ ଭାବେ ଦିଆଯାଉଥିବା ଅଣ୍ଡା ଦରରେ ଅହେତୁକ ବୃଦ୍ଧିକୁ ନେଇ
ଅଙ୍ଗନୱାଡି କର୍ମୀମାନେ ନିଜର ଅସନ୍ତୋଷ ଜାହିର କରିଥିଲେ। ସରକାର ଅଣ୍ଡା ପିଛା ୭ ଟଙ୍କା ଦେଉଥିବାବେଳେ ବଜାରରେ ଏହା ୯ ରୁ ୧୦ ଟଙ୍କା କିଣିବାକୁ ପଡୁଛି। ସେହିପରି ସୁଷମ ଖାଦ୍ୟ ପରିଚାଳନାରେ ସାମ୍ନା କରୁଥିବା ବିଭିନ୍ନ ସମସ୍ୟା ଓ ନିଜର ଦରମା, ଭତ୍ତା ବୃଦ୍ଧି, ନିଯୁକ୍ତି ସ୍ଥାୟୀ କରିବା, ଅବସର ସମୟରେ ପାଞ୍ଚଲକ୍ଷ ଟଙ୍କା ପ୍ରଦାନ ଆଦି ଦାବି ଉପସ୍ଥାପନ କରିଥିଲେ ଅଙ୍ଗନୱାଡି କର୍ମୀମାନେ । ଆଜିର ସଭାରେ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଷୀ, ମହିଳା ଓ ଶିଶୁ ବିକାଶ ବିଭାଗର ଅତିରିକ୍ତ ସଚିବ ଅନନ୍ତ ନାରାୟଣ ସିଂହ ଲାଗୁରୀ, ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ସୌମ୍ୟରଞ୍ଜନ ପ୍ରଧାନ, ଧର୍ମଗଡ଼ ଉପଜିଲ୍ଲାପାଳ ପ୍ରେକ୍ଷା ଅଗ୍ରୱାଲ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମୁଜିବୁନ ନିଶାଙ୍କ ସମେତ ଅନ୍ୟ ଅଧିକାରୀମାନେ ଯୋଗଦେଇଥିଲେ। ସେହିପରି ଶ୍ରୀମତୀ ପରିଡ଼ା ଆଜି ସନ୍ଧ୍ୟାରେ ଦଳୀୟ କର୍ମକର୍ତ୍ତାଙ୍କ ସହିତ ଆଲୋଚନା କରିଥିବା ଜଣାପଡ଼ିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ