Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନର୍ଲାରେ ଜଙ୍ଗଲ ଅଧିକାର ଆଇନ କର୍ମଶାଳା

କଳାହାଣ୍ଡି,୨୩/୦୭- କଳାହାଣ୍ଡି ଜିଲ୍ଲା ପ୍ରଶାସନ ଓ ସ୍ବେଚ୍ଛାସେବୀ ସଂଗଠନ ସେବାଜଗତର ମିଳିତ ଆନୁକୂଲ୍ୟରେ ଆଜି ନର୍ଲା ବ୍ଲକ ସମ୍ମିଳନୀ କକ୍ଷରେ ଜଙ୍ଗଲ ଅଧିକାର ଆଇନ ଶୀର୍ଷକ କର୍ମଶାଳା ଆୟୋଜିତ ହୋଇଯାଇଛି। ଏଥିରେ ଅତିଥି ଭାବେ ନର୍ଲା ବିଡିଓ ବିପିନ ବିହାରୀ ଦୀପ ଯୋଗଦେଇ ପାରମ୍ପରିକ ଅଧିବାସୀ ଓ ବନବାସୀଙ୍କ ପାଇଁ ଉଦ୍ଦିଷ୍ଟ ଜଙ୍ଗଲ ଅଧିକାର ଆଇନ ସମ୍ପର୍କରେ ବକ୍ତବ୍ୟ ରଖିବା ସହିତ ତୃଣମୂଳ ସ୍ତରରେ ଏହାର କାର୍ଯ୍ୟକାରିତାକୁ ସୁସ୍ପଷ୍ଟ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ସେବାଜଗତର ମୁଖ୍ୟ କାର୍ଯ୍ୟନିର୍ବାହୀ ସତ୍ୟ ପଟ୍ଟନାୟକ ସଂଗଠନ ପକ୍ଷରୁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଆଦିବାସୀଙ୍କ ଭୂ- ସମ୍ପତ୍ତିର ସୁରକ୍ଷା ଓ ସେମାନଙ୍କ ଦ୍ୱାରା ପୁରୁଷାନୁକ୍ରମେ ଭୋଗଦଖଲରେ ଥିବା ଜଙ୍ଗଲ ଜମି ଓ ଜଙ୍ଗଲଜାତ ଦ୍ରବ୍ୟ ଉପରେ ମାଲିକାନା ସତ୍ତ୍ୱ ସମ୍ପର୍କରେ ବକ୍ତବ୍ୟ ରଖିବା ସହିତ ସେମାନଙ୍କ ଅଧିକାରର ସୁରକ୍ଷା ଦିଗରେ ସେବାଜଗତ ନିଜର ଦାୟିତ୍ୱ ଓ କର୍ତ୍ତବ୍ୟ ନିର୍ବାହ କରିଆସୁଛି ବୋଲି କହିଥିଲେ। ଏଥିରେ ନର୍ଲା ବ୍ଲକର ବିଭିନ୍ନ ଅଞ୍ଚଳରୁ ଜଙ୍ଗଲ ଅଧିକାର କମିଟିର କର୍ମକର୍ତ୍ତାମାନେ ସାମିଲ ଥିଲେ। ପ୍ରକାଶ ଚନ୍ଦ୍ର ଭୋଇ, ଟଙ୍କଧର ବଗର୍ତ୍ତି, ଅମିତ ସାହୁ, ଦିଲୀପ ଗଡ଼ତିଆ, ପ୍ରବୀଣ ଦିଗାଲ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ