Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶଙ୍ଖ ଛାଡ଼ି ପଦ୍ମ ଧରିଲେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ

କଳାହାଣ୍ଡି,୨୫/୦୭-ବିଜେଡି ସହିତ ସମସ୍ତ ସମ୍ପର୍କ ତୁଟାଇ ପଦ୍ମ ଦଳରେ ସାମିଲ ହୋଇଛନ୍ତି କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ। ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସେ ଶାସକ ଦଳରେ ସାମିଲ ହୋଇଛନ୍ତି। ତାଙ୍କ ସହିତ ଜିଲ୍ଲାର ନଅଜଣ ଜିଲ୍ଲା ପରିଷଦ ସଦସ୍ୟ, ଜଣେ ବ୍ଲକ ଅଧ୍ୟକ୍ଷାଙ୍କ ସହିତ ନର୍ଲା ନିର୍ବାଚନ ମଣ୍ଡଳୀ ଅଞ୍ଚଳର ଶତାଧିକ ସରପଞ୍ଚ, ସମିତିସଭ୍ୟ, ପୂର୍ବତନ ସରପଞ୍ଚ, ସମିତିସଭ୍ୟ ଓ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ବିଜେପି ଦଳରେ ସାମିଲ ହୋଇଥିବା ଜଣାପଡିଛି। ରାଜ୍ୟ ବିଜେପି ସଭାପତି ତଥା ରାଜ୍ୟସଭା ସାଂସଦ ମନମୋହନ ସାମଲ ସମସ୍ତଙ୍କୁ ଦଳୀୟ ଉତ୍ତରୀୟ ସହିତ ସ୍ୱାଗତ କରିଥିବାବେଳେ ରାଜ୍ୟସଭା ସାଂସଦ ସୁଜିତ କୁମାର, ଲୋକସଭା ସାଂସଦ ମାଳବିକା ଦେବୀ, ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପାଟଯୋଶୀ, ରାଜ୍ୟ ବିଜେପି ଉପସଭାପତି ଭବେନ୍ଦ୍ର ପଣ୍ଡା, ଜିଲ୍ଲା ବିଜେପି ସଭାପତି ଯୁଗଳକିଶୋର ପୋଢ଼, ବିଜେପି ରାଜ୍ୟ ଅନୁସୂଚିତ ଜନଜାତି ମୋର୍ଚ୍ଚା ଉପସଭାପତି ରମେଶ ଚନ୍ଦ୍ର ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ