Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବାହନଗା ଟ୍ରେନ ଟ୍ରାଜେଡି: ସଠିକ୍ ମୃତ୍ୟୁ ସଂଖ୍ୟା ୨୭୫, ୮୮ଟି ମୃତଦେହ ଚିହ୍ନଟ

ଭୁବନେଶ୍ଵର: ବାହାନଗା ରେଳ ଦୁର୍ଘଟଣାର ମୃତ୍ୟୁ ସଂଖ୍ୟାକୁ ନେଇ ମୁଖ୍ୟ ସଚିବ ବଡ଼ ସୂଚନା ଦେଇଛନ୍ତି। ଦୁର୍ଘଟଣାର ସଠିକ୍ ମୃତ୍ୟୁ ସଂଖ୍ୟା ୨୭୫ ଥିବା ମୁଖ୍ୟ ସଚିବ ପ୍ରଦୀପ ଜେନା କହିଛନ୍ତି। ଗୋଟିଏ ମୃତଦେହକୁ ୨ ଥର ଗଣିବା ଏବଂ ଅନ୍ୟାନ୍ୟ ତ୍ରୁଟି ଯୋଗୁଁ ମୃତ୍ୟୁ ସଂଖ୍ୟା ସଠିକ୍ ନଥିଲା। ବାରମ୍ବାର ଯାଞ୍ଚ ପରେ ସଠିକ୍ ସଂଖ୍ୟା ନିର୍ଦ୍ଧାରଣ କରାଯାଇଛି ବୋଲି ମୁଖ୍ୟ ସଚିବ ପ୍ରଦୀପ ଜେନା କହିଛନ୍ତି। ଉଲ୍ଲେଖନୀୟ ଶୁକ୍ରବାର ସନ୍ଧ୍ୟା ୭ଟାରେ ବାହାନଗା ବଜାର ଷ୍ଟେସନ ନିକଟରେ ଭୟଙ୍କର ରେଳ ଦୁର୍ଘଟଣା ଘଟିଥିଲା।

ସେ କହିଛନ୍ତି, ୨୭୫ ମୃତଦେହରୁ ୮୮ଟି ଚିହ୍ନଟ ହୋଇ ପାରିଥିବା ବେଳେ ୧୮୭ଟି ଚିହ୍ନଟ ହୋଇ ପାରିନି। ଚିହ୍ନଟ ୮୮ଟି ମୃତଦେହରୁ ୭୮ଟି ମୃତଦେହ ହସ୍ତାନ୍ତର କରାଯାଇଛି। ଆଉ ୧୦ଟି ମୃତଦେହର ହସ୍ତାନ୍ତର ପ୍ରକ୍ରିୟା ଜାରି ରହିଛି। ୧୮୭ ମୃତଦେହରୁ ୧୭୦ ଭୁବନେଶ୍ଵର ଅଣା ଯାଇଛି। ବାକି ୧୭ଟି ମୃତଦେହ ଅଣାଯିବାର ବ୍ୟବସ୍ଥା କରାଯାଉଛି। ମୃତଦେହ ଚିହ୍ନଟ ପାଇଁ ଯଥା ସମ୍ଭବ ଚେଷ୍ଟା କରାଯାଉଛି। ସମସ୍ତ ମୃତଦେହର ଫଟୋଗ୍ରାଫି କରାଯାଇଛି। ଆବଶ୍ୟକସ୍ଥଳେ ମୃତଦେହର ଡିଏନଏ ସାମ୍ପଲିଂ କରାଯିବ।

ଅନ୍ୟପଟେ ଦୁର୍ଘଟଣାସ୍ଥଳରେ ପୁନରୁଦ୍ଧାର କାମ ତଦାରଖ କରିଛନ୍ତି ରେଳ ମନ୍ତ୍ରୀ। ଆଜି ସୁଦ୍ଧା ଗୋଟିଏ ଟ୍ରାକ ପ୍ରସ୍ତୁତ ହୋଇଯିବ। ବିଦ୍ୟୁତୀକରଣ କାମ ଜୋରସୋରରେ ଚାଲିଛି। ବୁଧବାର ସକାଳ ସୁଦ୍ଧା ଟ୍ରେନ ଚଳାଚଳ ସ୍ଵାଭାବିକ ହୋଇଯିବ ବୋଲି ସେ ସୂଚନା ଦେଇଛନ୍ତି। ଅନ୍ୟପଟେ ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବର୍ତ୍ତମାନର ସ୍ଥିତି ସଂପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥା ହୋଇଛନ୍ତି। ଏତେ ବଡ଼ ବିପର୍ଯ୍ୟୟରେ ସାହାଯ୍ୟ ପାଇଁ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।